Budhaditya Rajyog 2024: ବୁଦ୍ଧାଦିତ୍ୟ ରାଜଯୋଗ ଏହିସବୁ ରାଶିଙ୍କ ଉପରେ ପକାଇବ ବଡ଼ ପ୍ରଭାବ, ମିଳିବ ନୂଆ ଚାକିରି ସାଙ୍ଗକୁ...

Surya-Budh Yuti In Cancer: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହିକ୍ରମରେ ଜୁଲାଇ ୧୬ରେ ଗ୍ରହମାନଙ୍କର ରାଜା ତଥା ସକଳ ଶକ୍ତିର ଆଧାର ସୂର୍ଯ୍ୟ କର୍କଟ ରାଶିକୁ ଚଳନ କରିଛନ୍ତି। ଯେଉଁ ରାଶିରେ ପୂର୍ବରୁ କି ଗ୍ରହମାନଙ୍କର ରାଜକୁମାର ବୁଧ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ଅପୂଳ ମିଳନ ହୋଇଛି। ଏହି ମିଳନ ବୁଦ୍ଧାଦିତ୍ୟ ରାଜଯୋଗ ଗଠନ କରୁଛି। ଏହି ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Thu, 18 Jul 2024-8:29 am,
1/4

କର୍କଟ:  ବୁଦ୍ଧାଦିତ୍ୟ ରାଜଯୋଗ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ବ୍ୟବସାୟରୁ ଦ୍ବି ଗୁଣିତ ଲାଭ ପାଇବେ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ସେମାନେ  ନିଜ ନୂଆ ବ୍ୟବସାୟକୁ କାର୍ଯ୍ୟକାରୀ କରନ୍ତୁ । ଦେଖିବେ ବ୍ୟବସାୟ ଅଗ୍ରଗତି କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହୋଇପାରେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଅଟକିଥିବା ଟଙ୍କା ପାଇବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଭଲ ଖବର ପାଇ ପାରନ୍ତି। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏହି ସମୟରେ ଭଲ ରେଜଲ୍ଟ ପାଇବେ। ଏବଂ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି।

 

2/4

କନ୍ୟା: ସୂର୍ଯ୍ୟ-ବୁଧଙ୍କ ମହାମିଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ କାର୍ଯ୍ୟାଳୟରେ ପଦୋନ୍ନୋତି ପାଇବାର ସମ୍ଭାବନା ରହିଛି।  ଆୟ ବଢିବ। ଯାହାଫଳରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନ ସାଥୀଙ୍କ ସହ ଭଲ ସମୟ ବିତେଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପର୍ଯ୍ୟଟନ କ୍ଷେତ୍ର ସହିତ ଜଡି଼ତ ବ୍ୟକ୍ତି ବିଶେଷ ଆର୍ଥିକ ଲାଭ ଅଧିକ ପାଇବେ। ଆଶାୟୀମାନେ ସରକାରୀ ଚାକିରି ପାଇପାରନ୍ତି। ରୋଜଗାର ପାଇଁ ନୂଆ ବାଟ ଖୋଲିବ। 

3/4

ତୁଳା:  ବୁଦ୍ଧାଦିତ୍ୟ ରାଜଯୋଗ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟ ଚମକାଇବ। ବିଶେଷକରି, ଏହି ଅବଧି ମଧ୍ୟରେ ଠିକାଦାର/ ବିଲଡରଙ୍କ ପାଇଁ ଏହି ସମୟ ବେଶ୍ ଭଲ  ରହିବ। ନୂଆ ପ୍ରୋଜେକ୍ଟ କିମ୍ବା ସରକାରୀ ଟେଣ୍ତର ମିଳିବାର ସମ୍ଭାବନା ରହିଛି। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ।  ସେହିପରି, ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ଏହି ରାଜଯୋଗ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟରେ ଆଖିବୁଜା ଲାଭ ପାଇବେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକେ ଚାକିରି ପାଇବେ। ପରୁଣା ବିନିଯୋଗରୁ ଲାଭ ପାଇବେ। ପ୍ରେମୀଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ତେଣୁ ଜଗିରଖି ନିଜ ସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ। 

4/4

ମିଥୁନ: ବୁଦ୍ଧାଦିତ୍ୟ ରାଜଯୋଗ  ଏହି ରାଶିର ଲୋକଙ୍କ ପାଇଁ ବରଦାନ ପାଲଟିବ। କ୍ୟାରିୟରରେ ଅଭୁତପୂର୍ବ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟ ପୁରା ହେବ। କାର୍ଯ୍ୟାଳୟରେ ପଦୋନ୍ନତି ପାଇବେ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ପ୍ରେମ ଜୀବନରେ ସୁଧାର ଆସିବ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆକସ୍ମିକ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link