Budh Uday 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧଙ୍କ ଉଦୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସହ...

Budh Uday 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଜକୁମାର ବୁଧଙ୍କୁ ବ୍ୟବସାୟ, ଅର୍ଥ, ଯୋଗାଯୋଗ ଓ ବକ୍ତବ୍ୟର କରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୫୮ ମିନିଟ୍ ସମୟରେ ତୁଳା ରାଶିରେ ଉଦୟ ହେବାକୁ ଯାଉଛନ୍ତି । ବୁଧଙ୍କ ଏହି ଉଦୟ କିଛି ରାଶିର ବ୍ୟକ୍ତିଙ୍କୁ ଦୀପାବଳୀ ପୂର୍ବରୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଯଦି ଜାତକ ବା ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜଣକ ବ୍ୟବସାୟରେ ଅଗ୍ରଗତି କରିବା ସହ ଜୀବନରେ ସୁଖ-ସମୃଦ୍ଧି ଲାଭ କରିଥାଆନ୍ତି। ତେବେ, ଆସନ୍ତୁ ଜାଣିବା ବୁଧ କେଉଁ ସବୁ ରାଶିକୁ ଧନବାନ୍ କରିବାକୁ ଯାଉଛନ୍ତି।

Narmada Behera Sat, 12 Oct 2024-7:40 am,
1/3

  ମିଥୁନ: ବୁଧଙ୍କ ଉଦୟ ଏହିରାଶିଙ୍କ ପାଇଁ ଲାଭଦାୟୀ ରହିବ। ବିଶେଷକରି ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି । କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ଯୋଗ ରହିଛି।  ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଚାକିରି ମିଳିବ। ସେୟାରମାର୍କେଟ୍ ରୁ ଲାଭବାନ୍ ହେବେ। ବ୍ୟବସାୟରେ ଅଗ୍ରଗତି ହେବ। ବ୍ୟବସାୟୀମାନେ ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଆୟ କରିବେ। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। ପ୍ରେମ ଜୀବନ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ:  Today Horoscope: ଦୂରଯାତ୍ରା ବେଳେ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ:  Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ନୂଆ ସପ୍ତାହରେ ବଢିବ ଅଡୁଆ, କର୍ମକ୍ଷେତ୍ରରେ ଦେଖାଦେବ ବିବାଦ, ବ୍ୟବସାୟରେ ହେବ କ୍ଷତି!

2/3

କନ୍ୟା:  କନ୍ୟା ରାଶିଙ୍କ ପାଇଁ ସମୟ ଅନୁକୂଳ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଚାକିରିଆମାନେ ଅଫିସ୍ -ଟୁର୍ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ଲାନ୍ କରିଛନ୍ତି । ସେମାନଙ୍କ ପାଇଁ ସମୟ ଶୁଭ ରହିବ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ। ପୁଞ୍ଜି ନିବେଶ ପାଇଁ ମଧ୍ୟ ସମୟ ଭଲ ରହିବ। ଏହି ସମୟରେ ବିନିଯୋଗ କଲେ ଭବିଷ୍ୟତରେ ଅଧିକ ଲାଭ ପାଇବେ।କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଭଲ ରେଜଲ୍ଟ ପାଇବେ। ପିତାମାତାଙ୍କ ସେବାରେ ସମୟ ବିତିବ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।  

3/3

ତୁଳା: ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ।  ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଇଁଥିରୁ  ଅପ୍ରତ୍ୟାଶିତ ଲାଭ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ ଓ ସାହାର୍ଯ୍ୟ ପାଇବେ।  କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଦୂରଯାତ୍ରା କରିବାକୁ ପଡିବ। ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖମୟ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଘରକୁ ଆସିବ। ପ୍ରେମୀମାନଙ୍କ ଲାଗି ସମୟ ଶୁଭ ରହିବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link