Career Horoscope Today: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ...

Career Horoscope Today: ଆଜି ଜୁଲାଇ ୨୭ ଶ୍ରାବଣ ମାସର ପ୍ରଥମ ଶନିବାର । ଶନିଦେବଙ୍କ କୃପାରୁ ବିଛା ଓ କୁମ୍ଭ ସମେତ ୫ ରାଶିଙ୍କ ଭାଗ୍ୟ ଆଜି ଉଜ୍ଜଳ ରହିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବା ସହ ଶୁଭଫଳ ପ୍ରାପ୍ତ କରିବେ। ବ୍ୟବସାୟୀମାନେ ଭଲ ବ୍ୟବସାୟ କରିବା ସହ ଆୟ ବୃଦ୍ଧି ହେବେ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ।....

Narmada Behera Sat, 27 Jul 2024-10:55 am,
1/12

ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି  ଭଲ ରହିବ। କର୍ମକ୍ଷେତ୍ରରେ ଭଲ ମାହୋଲ ରହିବ। ସହକର୍ମୀଙ୍କ ଠାରୁ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ମିଳିବ। କେଉଁଠାରୁ ଉପହାର ପାଇପାରନ୍ତି।  ଆନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।  ଏବଂ ଅଯଥା ବିବାଦରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତୁ। ସଂନ୍ଧ୍ୟା ସମୟରେ ନିଜ ଘର ଲୋକଙ୍କ ସହିତ ମାର୍କେଟିଂରେ ଯାଇପାରନ୍ତି। 

ALSO READ: August Grah Gochar 2024: ଅଗଷ୍ଟରେ ତ୍ରିଗ୍ରାହୀ ଯୋଗର ପ୍ରଭାବ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Today Horoscope: ଏହିସବୁ ରାଶି ପାଇଁ ଆଜି ବଢିପାରେ ଅଡ଼ୁଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/12

ବୃଷ: ଏହି ରାଶିର ଲୋକଙ୍କୁ ଆଜି ମିଶ୍ରିତ ଫଳ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ତେଣୁ ସତର୍କ ରୁହନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ। ବ୍ୟବସାୟ ପାଇଁ କୌଣସି ପ୍ରକାର ଏକ ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି । ଯାହାଫଳରେ ଆପଣଙ୍କୁ ସେଥିରୁ ଅଧିକ ଲାଭ ମିଳିବ। ଦୂରଯାତ୍ରା ସଫଳ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ପାର୍ଟନରସିପରେ ଜଡ଼ିତ ବ୍ୟବସାୟମାନେ କୌଣସି ଡକ୍ୟୁମେଣ୍ଟକୁ ସାଇନ୍ କଲା ବେଳେ ଭଲ ଭାବେ ପଢି ଦସ୍ତଖତ କରନ୍ତୁ। ଆଜି କାହାସହ ଟଙ୍କାଦେଣନେଣ କାରବାର କରନ୍ତୁ ନାହିଁ। 

3/12

ମିଥୁନ: ଶନିଙ୍କ କୃପାରୁ ଏହି ରାଶିର ଲୋକେ ଆଜି ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ। ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କ ପଦୋନ୍ନତି ହେବାର ଖବର ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିପାରେ।  ଦିର୍ଘ ଦିନ ଧରି ଅଟକି ଥିବା ଟଙ୍କା ମିଳିବ।  ବ୍ୟବସାୟୀମାନେ ଦୂରଯାତ୍ରାରୁ ଭଲ ଫଳ ପାଇବେ। ସାହିତ୍ୟ, କଳା ଓ ରିସର୍ଚ୍ଚ କ୍ଷେତ୍ରରେ ଜଡି଼ତ ଥିବା ଲୋକେ ଆଜି କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। 

 

4/12

କର୍କଟ:  ଏହି ରାଶିର ଲୋକେ ଆଜି ଲାଭରେ ରହିବେ।  ଦିର୍ଘ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ।  ଦିର୍ଘ ଦିନର ଆଶା ପୂରଣ ହେବେ। ବ୍ୟବସାୟୀମାନେ ଆଜି  କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। କିନ୍ତୁ ନିଜ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ।

 

5/12

ସିଂହ: ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଖାସ୍ ରହିବ। ଲେଖକ ଓ ସାମ୍ବାଦିକ ବୃତ୍ତିରେ ଥିବା ଲୋକମାନେ ସଫଳତା ପାଇବେ। ଏବଂ ଖ୍ୟାତି ହାସଲ କରିବେ।  ଆୟରେ ବୃଦ୍ଧି ହେବ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମ୍ପତ୍ତି ବିବାଦର ସମାଧାନ ହେବ। କିନ୍ତୁ ଶାରିରିକ ଅସୁସ୍ଥତା ଅନୁଭବ କରିବେ। ସନ୍ଧ୍ୟା ସମୟରେ ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ପ୍ରେମୀ ମାନଙ୍କ ପାଇଁ ମଧ୍ୟ ଦିନଟି ଭଲ ରହିବ। 

6/12

କନ୍ୟା:  ଏ-ହି ରାଶିର ଲୋକଙ୍କ ପାଇଁ ଦିନଟି ମଉଜମଜଲିସ୍ ରେ କଟିବ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। ଦିର୍ଘ ଦିନ ଧରି ପେଣ୍ତିଂ ରହିଥିବା ପ୍ରୋଜେକ୍ଟ କାର୍ଯ୍ୟକୁ ଆପଣ ସାରିବାକୁ ସମର୍ଥ ହେବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ଆମଦାନୀ ଓ ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ଲାଭରେ ରହିବ। ବ୍ୟବସାୟରେ ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମର୍ଥ ହେବେ। ଆୟ ବୃଦ୍ଧି ହେବେ।

7/12

ତୁଳା:ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ମଙ୍ଗଳମୟ ରହିବ । କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଇଭେଣ୍ଟ ମ୍ୟାନେଜମେଣ୍ଟରେ ଜଡି଼ତ ଥିବା ଲୋକେ ଆଜି କୌଣସି ସ୍ଥାନରୁ ଏକ ଭଲ ପ୍ରୋଜେକ୍ଟ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ଅବିବାହିତମାନେ ଆଜି ସନ୍ଧ୍ୟାରେ ସାଥୀଙ୍କ ସହ ଏକ ଡେଟ୍ ରେ ଯାଇପାରନ୍ତି। ଶତ୍ରୃଙ୍କ ଉପରେ ବିଜୟଲାଭ କରିବେ। ପରିବାର ଲୋକଙ୍କ ସହ କୌଣସି ଏକ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। 

8/12

ବିଛା: ସେହିପରି ବିଛା ରାଶିର ଲୋକଙ୍କ ପାଇଁ ଆଜି ଦିନଟି ବେଶ୍ ଅନୁକୂଳ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।  କ୍ୟାରିୟର ନେଇ କୌଣି ଖୁସି ଖବର ମିଳିପାରେ। କର୍ମକ୍ଷେତ୍ରରେ ଜୁନିୟର ମାନଙ୍କ ସହିତ ବିବାଦ ଦେଖାଦେଇପାରେ। ଯାହାକୁ ନେଇ ଆପଣ ଚାପରେ ରହିବେ। ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ଆଜି ଦିନଟି ଅନୁକୂଳ ରହିବ। 

 

9/12

ଧନୁ: ଏହି ରାଶିର ଲୋକେ ଆଜି ଟିକେ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ତେଣୁ ନିଜ ରାଗ ବା କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧୌର୍ଯ୍ୟର ସହକାରେ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରନ୍ତୁ। ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। କ୍ଷତି ସହିବେ । 

 

10/12

ମକର: ଏହି ରାଶିର ଲୋକେ ଆଜି ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ଆୟରେ ବୃଦ୍ଧି ଘଟିବ। ନିଜ ସାଥୀଙ୍କ ସହ କୌଣସି ଏକ ସ୍ଥାନକୁ ରଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ଦିନଟି ପ୍ରତିକୂଳ ରହିବ। ବ୍ୟବସାୟରେ ଲାଭ କମ୍ ରହିବ। 

 

11/12

କୁମ୍ଭ: ଦିନ ଆରମ୍ଭରୁ ବିବାଦରେ ଛନ୍ଦି ହୋଇପାନ୍ତି। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ କୌଣସି ଛୋଟକଥାକୁ ନେଇ କହଳ ସୃଷ୍ଟି ହୋଇପାରେ। ଠିକା ଶ୍ରେଣୀର ବ୍ୟବସାୟୀମାନେ କ୍ଷତି ସହିବେ। କୌଣସି ସ୍ଥାନରେ ଆଜି ଟଙ୍କା ବିନିଯୋଗ କରନ୍ତୁ ନାହିଁ। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ମତଭେଦ ଦେଖାଦଇପାରେ। ଆୟ-ବ୍ୟୟ ସମାନ ରହିବ। ପରୋଉପକାର କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ।  

 

12/12

ମୀନ: କର୍ମକ୍ଷେତ୍ରେର କଠିନ ପରିଶ୍ରମର ଫଳ ପାଇବେ। ସରକାରୀ ଚାକିରିଆଙ୍କ ପଦୋନ୍ନତି ସହ ଟ୍ରନ୍ସଫର ଜନିତ ଖବର ପାଇ ପାରନ୍ତି। ବ୍ୟବସାୟୀଙ୍କ ପାଇଁ ଦୂରଯାତ୍ରା ଫଳପ୍ରଦ ହେବ। ବେପାର -ବାଣିଜ୍ୟରେ ବାକି ପଡିଥିବା ଟଙ୍କା ପ୍ରାପ୍ତ ହେବ। ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ବ୍ୟବସାୟରେ ଲାଭ ପାଇବା ସହ ଅଗ୍ରଗତି କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link