Advertisement
Photo Details/zeeodisha/odisha2355062
photoDetails0hindi

August Grah Gochar 2024: ଅଗଷ୍ଟରେ ତ୍ରିଗ୍ରାହୀ ଯୋଗର ପ୍ରଭାବ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ!

August Grah Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଅନ୍ତି। ଏହିକ୍ରମରେ ଆଉ ମାତ୍ର ୫ ଦିନ ପରେ ଆରମ୍ଭ ହେବ ଅଗଷ୍ଟ ମାସ । ଏହି ମାସ କିଛି ରାଶିଙ୍କ ପାଇଁ ଖାସ୍ ହେବାକୁ ଯାଉଛି । କାହିଁକିନା ସୂର୍ଯ୍ୟ, ବୁଧ, ଶୁକ୍ର ଓ ମଙ୍ଗଳ ଗ୍ରହ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏବଂ ଆସନ୍ତା ମାସରେ, କିଛି ଦୁର୍ଲଭ ସଂଯୋଗ , ତ୍ରିଗ୍ରାହୀ ଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ଯାହା ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

1/3

ସିଂହ: ଆସନ୍ତା ମାସରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ସିଂହ ରାଶିରେ ଅଗଷ୍ଟ ୧୬ରେ ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳନ ଯୋଗୁଁ  ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେବ। ଏହି ଦୁର୍ଲଭ ଯୋଗ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ଦେବ। ବିଶେଷ କରି, ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ।  କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ଏବଂ ଚାକିରିରେ ପଦୋନ୍ନତି ସହ ଦରମା ବୃଦ୍ଧି ମଧ୍ୟ ହେବ। ବେକାରୀ ମାନଙ୍କୁ ନିଯୁକ୍ତି ମିଳିବ। ଦିର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ରାଜନୀତି କ୍ଷେତ୍ରରେ ଜଡି଼ତ ବ୍ୟକ୍ତି ବିଶେଷଙ୍କ ପାଇଁ ଆସନ୍ତାମାସ ଅତ୍ୟନ୍ତ ଅନୁକୂଳ ରହିବ। ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ବା ପଦ ମିଳିପାରେ। 

ALSO READ:  Today Horoscope: ଏହିସବୁ ରାଶି ପାଇଁ ଆଜି ବଢିପାରେ ଅଡ଼ୁଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/3

ମିଥୁନ: ଆସନ୍ତାମାସ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଅଗଷ୍ଟ ୨୬, ରାତି ୩ଟା ୪୦ ମିନିଟ୍ ସମୟରେ ମିଥୁନ ରାଶିକୁ ଚଳନ କରିବେ ମଙ୍ଗଳ। ମଙ୍ଗଳଙ୍କ ଏହି ଚଳନ ମିଥୁନ ରାଶି ପାଇଁ ଲାଭ ଦାୟୀ ରହିବ।  ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଅଗ୍ରଗତି କରିବା ସହିତ କୌଣସି ନୂତନ ପ୍ରୋଜେକ୍ଟ ଆରମ୍ଭ କଲେ ଦ୍ବି-ଗୁଣିତ ଲାଭ ପାଇବେ। ଦୂରଯାତ୍ରା ମଙ୍ଗଳମୟ ହେବ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବା ସହ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

3/3

କର୍କଟ:  ଅଗଷ୍ଟ ଆରମ୍ଭରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଆସନ୍ତା ମାସ ୫ ତାରିଖରେ, ରାତି ୧୦ଟା ୨୫ ମିନିଟ୍ ସମୟରେ, କର୍କଟ ରାଶିକୁ ଚଳନ କରିବେ ବୁଧ। ବୁଧଙ୍କ ଏହି ଚଳନ ଭଲ ଫଳାଫଳ ଦେବ।  ଏହି  ସମୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବା। ଆକସ୍ମିକ ଧନଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ବ ମିଳିବ। ଦରମା ବୃଦ୍ଧି ହେବା ସହ ଆୟ ବଢିବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡି଼ ହୋଇପାରେ।  ଦୂରଯାତ୍ରାରୁ ନିବୃତ୍ତ ରହିବା ସହ ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)