Chandra Budh Yuti 2025: ନୂଆବର୍ଷ ପରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଘର-ଗାଡି କିଣିବାର ସ୍ବପ୍ନ ହେବ ସାକାର!
Chandra Budh Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତା ବର୍ଷ (୨୦୨୫) ଜାନୁଆରୀ ୨୮ ତାରିଖ ଦିନ ୨ଟା ୫୧ ମିନିଟ୍ ସମୟରେ ଚନ୍ଦ୍ର ଧନୁ ରାଶିରୁ ବାହାରି ମକର ରାଶିକୁ ଚଳନ କରିବେ। ଯେଉଁରାଶିରେ କି ପୂର୍ବରୁ ଗ୍ରହମାନଙ୍କର ରାଜକୁମାର ବୁଧ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ବୁଧ-ଚନ୍ଦ୍ରଙ୍କ ମିଳନ ଚନ୍ଦ୍ର -ବୁଧ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏ-ହି ଦୁର୍ଲଭ ଯୋଗ କିଛି ରାଶିପାଇଁ ଶୁଭ ସମୟ ଆଣୁଛି। ଯଦି ଜାତକରେ ଚନ୍ଦ୍ର ଓ ବୁଧଙ୍କ ସ୍ଥିତି ମଜବୁତ ରୁହେ। ତେବେ, ବ୍ୟକ୍ତି କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିବା ସହିତ ମାନସିକ ଦୁଃଚିନ୍ତା ବା ସମସ୍ୟାରୁ ମୁକ୍ତି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ର ଓ ବୁଧଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।
ମେଷ: ଚନ୍ଦ୍ର ଓ ବୁଧଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଅଟକି ଥିବା ପଦୋନ୍ନତି ମିଳିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟାଙ୍କ ବାଲାନ୍ସ ବଢିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। କାରବାରରେ ବୃଦ୍ଧି ହେବ। ଯେଉଁ ଛାତ୍ରଛାତ୍ରୀମାନେ ସରକାରୀ ଚାକିରି ପାଇଁ ପ୍ରୟାସ୍ କରୁଛନ୍ତି। ସେମାନଙ୍କ ସ୍ବପ୍ନ ପୂରଣ ହେବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।
ALSO READ: Budh Gochar 2024: ୨୦୨୫ ଜାନୁଆରୀରୁ ବୁଧ ଚମକାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା !
ALSO READ: PV Sindhu Wedding Pics: ବିବାହ ବନ୍ଧନରେ ବନ୍ଧି ହେଲେ ପିଭି. ସିନ୍ଧୁ, ଜାଣନ୍ତୁ କ' ଣ କରନ୍ତି ତାଙ୍କ ଜୀବନ ସାଥୀ?
ମକର: ବୁଧ ଓ ଚନ୍ଦ୍ରଙ୍କ ମିଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ । ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ବ୍ୟବସାୟରେ କାରବାର ବଢିବା ସହିତ ବାକି ପଡିଥିବା ଟଙ୍କା ପାଇ ମନ ଖୁସି ହେବ। ନୂଆ ଘର କିମ୍ବା ଜମି କିଣିବାରେ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସହକର୍ମୀଙ୍କ ସହଯୋଗ ପାଇଁ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାର ସଫଳ ହେବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ନିଜ ପ୍ରେମିକା ବା ପ୍ରେମିକ ସହିତ ବିବାହର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ସନ୍ତାନ ଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ପାଇ ମନ ଖୁସି ରହିବ। କିନ୍ତୁ ଋତୁକାଳିନ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ।
ମୀନ: ଚନ୍ଦ୍ର ଓ ବୁଧଙ୍କ ମିଳନ ଏହି ରାଶିପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ ନୂଆ ଘର କିମ୍ବା ଗାଡି କିଣିବେ। ବ୍ୟବସାୟ ଓ ଚାକିରି କରୁଥିବା ଲୋକଙ୍କ ଆୟ ବଢିବ। ପୁରୁଣା ବିନିଯୋଗରୁ ଅଧିକ ଲାଭ ପାଇବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କୌଣସି ସଂସ୍ଥା ବା ଭଲ ରିଟର୍ଣ୍ଣ ପାଇବେ। ପିତାମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)