Horoscope 6 November 2024 : ୬ ନଭେମ୍ବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Rashifal 6 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୬ ନଭେମ୍ବର ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଉତ୍ସର୍ଗ କରାଯାଇଛି। ଜାଣନ୍ତୁ ୬ ନଭେମ୍ବର ୨୦୨୪ ରେ କେଉଁ ରାଶି ମାନେ ଉପକୃତ ହେବେ ଓ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।...

Narmada Behera Nov 05, 2024, 10:44 AM IST
1/12

ମେଷ: ଦିନଟି ଆପଣଙ୍କ ପାଇଁ ବେଶ୍ ଶୁଭ ରହିବ।  ବିଶେଷକରି,  ଯେଉଁମାନେ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ସେମାନେ ନିଜ ସାଙ୍ଗସାଥୀଙ୍କ ଠାରୁ ବ୍ୟବସାୟ ସମ୍ବନ୍ଧୀୟ ପରାମର୍ଶ ସହିତ ଆର୍ଥିକ ସହାୟତା ପାଇପାରିବେ। କର୍ମକ୍ଷେତ୍ରରେ ଚାକିରିଆଙ୍କ ଉପରେ ଦାୟିତ୍ବ ବଢିବ। ଅଫିସିଆଲ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାର। ଘରେ କଳହ ସୃଷ୍ଟି ହୋଇପାରେ, ଅଯଥା ଯୁକ୍ତି ଠାରୁ ଦୂରେଇ ରୁହନ୍ତୁ ।

ALSO READ: ପୁଣି ଚର୍ଚ୍ଚାରେ ଅଭିନେତା ମନୋଜ ମିଶ୍ରଙ୍କ ପ୍ରଥମ ସ୍ତ୍ରୀ, ସୋସିଆଲ୍ ମିଡିଆରେ ସେୟାର କଲେ ଏମିତି କିଛି ଭିଡିଓ

ALSO READ: Budhaditya Rajyog 2024: ନଭେମ୍ବର ୧୬ରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କ ସହ ବ୍ୟବସାୟୀଙ୍କୁ ମିଳିବ ଖୁସି ଖବର!

2/12

ବୃଷ:  ଦିନଟି ପ୍ରତିକୂଳ ରହିବ। ବ୍ୟବସାୟୀମାନେ ବିଭିନ୍ନ କ୍ଷେତ୍ରରୁ ଲାଭ ପାଇବେ। ନୂତନ ଯୋଜନା ବ୍ୟବସାୟରେ କାର୍ଯ୍ୟକାରୀ କରିବାରେ ସଫଳ ହେବେ। ଆୟର ଅନେକ ନୂତନ ଆୟର ଉତ୍ସ ସୃଷ୍ଟି ହେବ। ନିଜ ପରିବାର ଲୋକଙ୍କ ସହ ମାର୍କେଟିଂରେ ଅଧିକ ଟଙ୍କା ଖର୍ଚ୍ଚ ହେବା ଯୋଗୁ ମନ ଭାରାକ୍ରାନ୍ତ ରହିବ। ଯେଉଁମାନେ କାମ ହେତୁ ନିଜ ପରିବାର ଠାରୁ ଦୂରରେ ରୁହନ୍ତି ସେମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ। ପିଲାମାନେ ନିଜ ଖର୍ଚ୍ଚ ଉପରେ ଧ୍ୟାନ ଦେବା ଉଚିତ ।  ସ୍ୱାସ୍ଥ୍ୟ ଭଲ ରହିବ ।  ମାର୍କେଟିଂ କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ ସମୟ ଭଲ ରହିବ। 

3/12

ମିଥୁନ:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ରହିବ।  କର୍ମକ୍ଷେତ୍ରରେ ଅନେକ ନୂଆ କାମରେ ଯୋଗ ଦେବେ । ବ୍ୟବସାୟରେ ଲାଭ ମିଳିବ । ଯେଉଁମାନେ ବିଦେଶରେ ରୁହନ୍ତି ସେମାନଙ୍କ ପାଇଁ ଭଲ ଦିନ ହେବ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ଆଗକୁ ଯାଇ ସମସ୍ୟା ହୋଇପାରେ । ପିଲାମାନେ ପାଠ ପଢା ପ୍ରତି ଧ୍ୟାନ ଦେବା ବହୁତ ଭଲ ହେବ ।

4/12

  କର୍କଟ:  ଦିନଟି ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶିକ୍ଷା କ୍ଷେତ୍ର ସହିତ ଜଡିତ ପିଲାମାନଙ୍କୁ ଭଲ ଫଳାଫଳ ମିଳିବ। ଜମି ସହିତ ଜଡିତ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଭଲ ଲାଭ ପାଇବେ । ଯଦି ଆପଣ ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଛନ୍ତି ତେବେ ଆପଣ ଭଲ ଲଭ ପାଇବେ । ବିବାହିତ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ।  ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ।

5/12

  ସିଂହ:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ଖୁବ ସୁନ୍ଦର ରହିବ।  ବ୍ୟବସାୟରେ କିଛି କିଛି ବଡ କାମ ପାଇଁ ନିଷ୍ପତ୍ତି ନେବେ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ନିଜ କାର୍ଯ୍ୟରେ ମନ ଜିଣିବେ। କଠିନ ପରିଶ୍ରମର ଫଳ ପାଇବେ।  କୌଣସି କାର୍ଯ୍ୟ ପାଇଁ ପିତା ଓ ବଡ ଭାଇଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଉଚିତ୍, ଅତ୍ୟଧିକ ଚିନ୍ତା ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ । ନିଜ ପିତାମାତଙ୍କ ସହ କୌଣସି ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାର। ବାକି ପଡିଥିବା ଅର୍ଥ ପାଇବେ।

6/12

  କନ୍ୟା:  ଆପଣଙ୍କ ଦିନଟି ଅଶୁଭ ରହିପାରେ। ଗାଡି ଚଳାଇବା ସମୟରେ ସତର୍କ ରହିବା ଉଚିତ । ସ୍ୱାସ୍ଥ୍ୟଜନିତ ସମସ୍ୟା ହୋଇପାରେ । ପୁରୁଣା ରୋଗରୁ କଷ୍ଟ ପାଇବେ। କୌଣସି କାରଣ ପାଇଁ ହଠାତ୍ ଘରେ ବହୁତ ପରିମାଣର ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ପାର୍ଟନରସିପ-ରେ ଚାଲିଥିବା ବ୍ୟବସାୟରେ କ୍ଷତି ସହିପାରନ୍ତି। ନିଜ ଘରେ କୌଣସି କାରଣ ପାଇଁ ଝଗଡା଼ ହୋଇପାରେ।  ସମ୍ପର୍କୀୟଙ୍କ ସହ ମଧ୍ୟ ବିବାଦ ହୋଇପାରେ। 

7/12

ତୁଳା:  ସକାଳୁ ସକାଳୁ ଦେବ ଦର୍ଶନର ଯୋଗ ରହିଛି।  ଚାକିରି ସମ୍ଭନ୍ଧୀୟ ଭଲ ଖବର ଶୁଣିବାକୁ ପାଇପାରନ୍ତି । ବ୍ୟବସାୟ କରୁଥିବା ଲୋକଙ୍କର କିଛି କାମରେ ଲାଭ ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଛାତ୍ରଛାତ୍ରୀମାନେ ପାଠପଢାରେ  ଆଗ୍ରହ ଦେଖାଇବେ। ନିଜ ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କିଛି କାମରେ ପରିବାରର ସାହାଯ୍ୟ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ ।

8/12

ବିଛା:  କର୍ମକ୍ଷେତ୍ରରୁ ଏହି ରାଶିର ଲୋକଙ୍କୁ  କିଛି ନୂତନ ଦାୟିତ୍ୱ ମିଳିବ । ନୂଆ ଦାୟିତ୍ବ ପାଇ ଉତ୍ସାହିତ ରହିବେ। ବ୍ୟବସାୟୀମାନେ ଲାଭ ପାଇବେ । କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ। ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ।  ମହିଳାମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ, ସେମାନଙ୍କୁ ଖାଇବା ଅଭ୍ୟାସ ବିଷୟରେ ଅଧିକ ସଚେତନ ହେବାକୁ ପଡ଼ିବ । ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। 

9/12

ଧନୁ:  ଏହି ରାଶିର ଲୋକଙ୍କ ଦିନ ବେଶ୍ ଶୁଭମୟ ରହିବ।  ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଯେ କୌଣସି କ୍ଷେତ୍ରରେ ଫଳାଫଳ ବିଷୟରେ ଚିନ୍ତା ନକରି କଠିନ ପରିଶ୍ରମ କରିବା ଉଚିତ । ଖୁଚୁରା ବ୍ୟବସାୟୀମାନେ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଗ୍ରାହକ ଏବଂ ଷ୍ଟକ୍ ସାମଗ୍ରୀକୁ ଆଣିବାର ଯୋଜନା କରିବା ଉଚିତ୍ । ପରିବାରରେ ସୁଖ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ।  ସ୍ୱାସ୍ଥ୍ୟ ଭଲ ରହିବ। କିନ୍ତୁ ଖାଦ୍ୟପେୟର ଯତ୍ନ ନେବା ଉଚିତ ।

10/12

  ମକର: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ବ୍ୟବସାୟ କରୁଥିବା ଲୋକମାନେ ସତର୍କତା ଅବଲମ୍ବନ କରିବା ଉଚିତ୍। ଆର୍ଥିକ ଦେଣନେଣ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବାର ସମ୍ଭାବନା ରହିଛି। ନିଜ ପରିବାର ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କୌଣସ୍ ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ସାଙ୍ଗମାନଙ୍କ ସହ ଖୁସିର ସମୟ କାଟିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଆଜି ଆପଣ ଚା, କଫି କିମ୍ବା ଜଙ୍କ ଫୁଡ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ । 

11/12

କୁମ୍ଭ:  କଳା, ସାହିତ୍ୟ, ସାମ୍ବାଦିକତା ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ବ୍ୟବସାୟରେ ଏକ ଭଲ ଉପାୟରେ କାର୍ଯ୍ୟ କରିବେ । ପରିବାର ସହ ବହୁତ ଭଲ ସମୟ କାଟିବେ । ସ୍ୱାସ୍ଥ୍ୟ ଭଲ ରହିବ । ସାଙ୍ଗଙ୍କ ସହ ବାହାରକୁ ଯାଇପାରନ୍ତି । ଛାତ୍ରମାନେ ସକାଳୁ ଉଠିବା ଏବଂ ଧ୍ୟାନ କରିବା ଉଚିତ । 

12/12

ମୀନ : ଆଜିର ଦିନଟି ଏହି ରାଶିଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। କର୍ମକ୍ଷେତ୍ରରେ ଅଧିକାରୀଙ୍କ ଠାରୁ ଗାଳିଗୁଲଜ ଶୁଣିପାରନ୍ତି। ନିଜ କାର୍ଯ୍ୟକୁ ଏକାଗ୍ରତାର ସହ କରନ୍ତୁ। ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ କଠିନ ପରିଶ୍ରମ ଉପରେ ବିଶ୍ୱାସ ରହିବା ଉଚିତ୍। ସଫଳତା ନିଶ୍ଚିତ ଭାବରେ ଶୀଘ୍ର ମିଳିବ । ଯେକୌଣସି କାମ ହେଉ ବଡ ଲୋକଙ୍କ ପରାମର୍ଶ ନେବା ଭଲ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ସୁରୁଖୁରୁରେ କଟିବ।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link