Donkey Milk: ଗାଈ ମଇଁଷି ଅପେକ୍ଷା ଅଧିକ ଶକ୍ତିଶାଳୀ ଗଧ କ୍ଷୀର ! ବାବା ରାମଦେବ କହିଲେ ବଡ଼ କଥା

Donkey Milk: ଯୋଗ ଗୁରୁ ବାବା ରାମଦେବ ପୁଣି ଥରେ ସମସ୍ତଙ୍କୁ ଚକିତ କରିବା ପରି କଥା କହିଛନ୍ତି। ଏଥର ଗାଈ, ବଳଦ ଓ ଛେଳିର କ୍ଷୀର ଛାଡି ଗଧ କ୍ଷୀରକୁ ସୁପରଫୁଡ୍ ବୋଲି କହିଛନ୍ତି ।

1/6

ପତଞ୍ଜଳି ଯୋଗପୀଠରେ ଯୋଗ ଅଭ୍ୟାସ ସମୟରେ ବାବା ରାମଦେବ ଗଧ କ୍ଷୀର ଦୁହିଁଥିଲେ । ସମସ୍ତଙ୍କ ସାମ୍ନାରେ ଗଧ କ୍ଷୀର ପିଇବା ସହ ଏହାର ଲାଭ ଆମ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ କିପରି ଉପକାରୀ ତାହା ବର୍ଣ୍ଣନା କରିଥିଲେ । ବାବା ରାମଦେବଙ୍କ ଏହି କଥାକୁ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ରେ ମଧ୍ୟ ସେୟାର କରାଯାଇଛି । ଯାହା ଲୋକଙ୍କ ମଧ୍ୟରେ କୌତୁହଳ ବଢାଇଛି ।

2/6

ବାବା ରାମଦେବ କହିଛନ୍ତି ଯେ, ଅନ୍ୟ ପଶୁମାନଙ୍କର କ୍ଷୀର ଅପେକ୍ଷା ଗଧ କ୍ଷୀର ଅଧିକ ପୁଷ୍ଟିକର ବୋଲି ବିବେଚନା କରାଯାଏ । ଲାକ୍ଟୋଫେରିନ ନାମକ ଏକ ଉପାଦାନ ଏଥିରେ ପ୍ରଚୁର ପରିମାଣରେ ରହିଥାଏ, ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ବାବା ରାମଦେବଙ୍କ ସହ ଉପସ୍ଥିତ ଡାକ୍ତର ମଧ୍ୟ ଏହାକୁ ନିଶ୍ଚିତ କରି କହିଛନ୍ତି ଯେ, ଗଧ କ୍ଷୀର ଉଭୟ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କେବଳ ଚର୍ମକୁ ଉଜ୍ଜ୍ୱଳ କରେ ତାହା ନୁହେଁ ବରଂ ବାର୍ଦ୍ଧକ୍ୟର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ ।

3/6

ବାବା ରାମଦେବ ଇଜିପ୍ଟର ରାଣୀ କ୍ଲିଓପାତ୍ରୀଙ୍କ ଉଦାହରଣ ଦେଇ କହିଥିଲେ ଯେ, ସେ ନିଜ ସୌନ୍ଦର୍ଯ୍ୟ ପାଇଁ ଗଧ କ୍ଷୀରରେ ସ୍ନାନ କରୁଥିଲେ । ସେ ଆହୁରୀ କହିଛନ୍ତି ଯେ, ଏହି ପ୍ରାଚୀନ ପରମ୍ପରା ଆଜି ମଧ୍ୟ ପ୍ରଭାବଶାଳୀ । ଗଧ କ୍ଷୀରକୁ 'ସୁପର କସମେଟିକ' ଭାବରେ ବର୍ଣ୍ଣନା କରି ସେ ଏହାକୁ ଚର୍ମ ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରିଥିଲେ ।

4/6

ଡାକ୍ତରଙ୍କ କହିବା ଅନୁଯାୟୀ, ଗାଈ କିମ୍ବା ମଇଁଷି କ୍ଷୀର ଯେଉଁ ବ୍ୟକ୍ତିଙ୍କଠାରେ ଆଲର୍ଜି କରାଇଥାଏ ସେମାନଙ୍କ ପାଇଁ ଗଧ କ୍ଷୀର ଅତ୍ୟନ୍ତ ଲାଭଦାୟକ । ଏହା କେବଳ ହଜମ ପ୍ରକ୍ରିୟା ସହଜ କରେ ତାହା ନୁହେଁ ବରଂ ଏଥିରେ ଥିବା ଭଲ ବ୍ୟାକ୍ଟେରିଆ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଏଜିଂ ଭଳି କାର୍ଯ୍ୟ କରିଥାଏ ।

5/6

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଗଧ କ୍ଷୀରରେ ଭିଟାମିନ୍ ଏ, ଭିଟାମିନ୍ ଡି, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ଭରପୂର ରହିଛି। ହାଡକୁ ମଜବୁତ କରିବା, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ସାମଗ୍ରିକ ଭାବେ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଏହା ସହାୟକ ହୋଇଥାଏ । ବାବା ରାମଦେବଙ୍କ ଏହି ଦାବି ଶୁଣିବା ପରେ ଅନେକ ଲୋକ ନିଜର ପ୍ରତିକ୍ରିୟା ସୋସିଆଲ ମିଡିଆରେ ରଖିଛନ୍ତି । କିଛି ଲୋକ ଗଧ କ୍ଷୀର ବ୍ୟବବାହ କରିବେ ବୋଲି ମଧ୍ୟ ସ୍ୱିକାର କରିଛନ୍ତି ।

6/6

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ତେଣୁ ଆପଣ ଯଦି ସ୍ୱାସ୍ଥ୍ୟ ସହିତ ଜଡିତ କିଛି ପଦକ୍ଷେପ ନେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link