Dussehra 2024: ଦଶହରାରେ ପଡୁଛି ୨ଟି ରାଜଯୋଗ, ଏହିସବୁ ରାଶିଙ୍କ ବଦଳିବ ଭାଗ୍ୟ, ମିଳିବ ଖୁସି ଖବର ସହ...

Dussehra 2024 Rashifal: ପ୍ରତିବର୍ଷ ଶୁକ୍ଲ ପକ୍ଷ ଦଶମୀ ତିଥିରେ ବିଜୟା ଦଶମୀ ବା ଦଶହରା ପର୍ବ ପାଳନ କରାଯାଏ। ଚଳିତ ମାସ ୧୨ ତାରିଖରେ ଦଶହରା। ଏହି ଦିନ ଶଶ ରାଜଯୋଗ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହେଉଛି। ଯାହାକି ଅତ୍ୟନ୍ତ ଶୁଭଯୋଗ। ଏହି ୨ଟି ରାଜଯୋଗ ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବା । କେଉଁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କେଉଁ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବେ। ତେବେ, ଆସନ୍ତୁ ଜାଣିବା ଦଶହରାରେ ପଡୁଥିବା ଏହି ୨ ରାଜଯୋଗ କେଉଁସବୁ ରାଶିର ଭାଗ୍ୟ ପରିବର୍ତ୍ତନ କରୁଛି। ....

Narmada Behera Wed, 09 Oct 2024-8:27 am,
1/3

ବୃଷ:  ଶଶ ରାଜଯୋଗ ଓ ମାଲବ୍ୟ ରାଜଯୋଗ ପ୍ରଭାବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟ ମଧ୍ୟରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବା ସହ ଦରମାରେ ବୃଦ୍ଧି ଘଟିବ। ଫଳରେ ବ୍ୟାଙ୍କ୍ ବାଲାନ୍ସ  ବଢିବ। ଯେଉଁମାନେ ବ୍ୟାଙ୍କିଂ ଓ ଇନସୁରାନ୍ସ, କ୍ଷେତ୍ରରେ ଜଡିତ ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ସେମାନେ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନୂଆ ଗାଡି ମଧ୍ୟ କ୍ରୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ସେୟାର ବଜାରରେ ନିବେଶ ପାଇଁ ସମୟ ଅନୁକୂଳ ରହିଛି।

ALSO READ: Today Horoscope: ମିଥୁନ -ସିଂହ ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ସମସ୍ୟା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Budh Nakshatra Parivartan 2024: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ୫ରାଶିଙ୍କୁ ଦେବ ଶୁଭଫଳ, କିଣିବେ ନୂଆ ଗାଡି, ବ୍ୟବସାୟରେ ହେବ ଉନ୍ନତି!

2/3

ତୁଳା : ଦଶହରାରୁ ଏହି ରାଶିର ଲୋକଙ୍କ ଶୁଭଦିନ ଆରମ୍ଭ ହେବାକୁ ଯାଉଛି।  ବିଶେଷକରି, ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବେ। ଧାର-କରଜ କରିଥିବା ଟଙ୍କାକୁ ପରିଶୋଧ କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟୀମାନେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବାରେ ସକ୍ଷମ ହେବେ। ଦିର୍ଘ ଦିନଧରି ଚାଲିଥିବା ଚାଲିଥିବା ପାରିବାରିକ ବିବାଦର ଅନ୍ତ ଘଟିବ। ଅଟିକି ଥିବା ଟଙ୍କା ପାଇବେ। ପ୍ରେମୀମାନଙ୍କ ଲାଗି ସମୟ ଖୁବ୍ ଅନୁକୂଳ ରହିବ। ସାଥୀଙ୍କ ସହ ଡେଟ୍ ରେ ଯିବା ସହ ଉପହାର ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। 

 

3/3

ମକର: ମାଲବ୍ୟ ଓ ଶଶ ରାଜଯୋଗର ପ୍ରଭାବ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବା ସମୟ ପାଇଁ ସମୟ ଭଲ ରହିବ। ଯେଉଁମାନେ କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ ପାଇଁ ପ୍ଲାନ୍ କରୁଛନ୍ତି । ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି। ବ୍ୟବସାୟରେ ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ମଜବୁତ୍ କରିବ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ପଦୋନ୍ନତି ସହ ମନ ପସନ୍ଦର ସ୍ଥାନକୁ ବଦଳି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। ଲଟେରିରୁ ଲାଭବାନ୍ ହେବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link