Trigrahi Yog 2025: ଫେବୃଆରୀରେ ଏହି ରାଶିଙ୍କ ଭାଗ୍ୟ ଚମକାଇବ ତ୍ରିଗ୍ରାହୀ ଯୋଗ, ନୂଆ ଘର କିଣିବାର ସ୍ବପ୍ନ ହେବ ସାକାର!

Trigrahi Yog: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତାମାସ (ଫେବୃଆରୀ) ମାସରେ କିଛି ରାଶିର ଲୋକଙ୍କ ପାଇଁ ଖାସ୍ ହେବାକୁ ଯାଉଛି। ବର୍ତ୍ତମାନ କୁମ୍ଭ ରାଶିରେ ଶନି ବିରାଜମାନ ଥିବା ବେଳେ ସେହି ରାଶିକୁ ବୁଧ ଓ ସୂର୍ଯ୍ୟଙ୍କ ଚଳନ ହେବ। ଗୋଟିଏ ରାଶିରେ ତିନି ଗ୍ରହଙ୍କ ଶୁଭ ମିଳନ ତିଗ୍ରାହୀ-ଯୋଗ ସୃଷ୍ଟି କରୁଛି। ଏହି ତ୍ରିଗ୍ରାହୀ ଯୋଗ ସୃଷ୍ଟି କିଛି ରାଶି ପାଇଁ ବେଶ୍ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ତ୍ରିଗ୍ରାହୀ ଯୋଗ କେଉଁ ରାଶିର ଭାଗ୍ୟ ଚମକାଇବ...

Narmada Behera Jan 30, 2025, 13:46 PM IST
1/5

ମିଥୁନ: ତ୍ରିଗ୍ରାହୀ ଯୋଗ  ଏହି ରାଶିର ଭାଗ୍ୟ ଉଜ୍ଜଳ କରିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବ। ଯେଉଁମାନେ କୌଣସି ସଂସ୍ଥାରେ ବା ସେୟାର ମାର୍କେଟ୍ ରେ ପୁଂଜି ବିନିଯୋଗ କରିବା ପାଇଁ ଚାହୁଁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରିପାରିବେ।  ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। 

ALSO READ: Gold Rate Today: ସୁନା ଦରରେ ଅହେତୁକ ବୃଦ୍ଧି, ଭୁବନେଶ୍ବରରେ ଭରି ପିଛା ଏତିକି ବଢିଲା ରେଟ୍?

ALSO READ: Guru Chandra Yuti 2025: ଫେବୃଆରୀ ୬ରେ ବୃହସ୍ପତି -ଚନ୍ଦ୍ରଙ୍କ ଦୁର୍ଲଭ ଯୋଗ, ଏହିସବୁ ରାଶିଙ୍କୁ ମିଳିବ ପୁଳା ପୁଳା ଟଙ୍କା ସହ...

2/5

କର୍କଟ: ତ୍ରିଗ୍ରାହୀ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ।  ବ୍ୟାଙ୍କ ବାଲାନ୍ସ ବଢିବ।  ବ୍ୟବସାୟରେ ଅଗ୍ରଗତି କରିବେ। ଆର୍ଥିକ ଦେଣନେଣ ପାଇଁ ସମୟ ଶୁଭ ରହିବ।  ଚାକିରିଆମାନେ କର୍ମକ୍ଷେତ୍ରରେ ସମ୍ମାନୀତ ହେବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପୁରୁଣା ବିନିଯୋଗରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘର ଓ ଗାଡି କିଣିବାର ସ୍ବପ୍ନ ପୂରଣ ହେବ।  

ALSO READ: Prakruti Mishra Video: ଜଣେ ଯୁବକଙ୍କ ସହ ଛାତ ଉପରୁ ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ, ଦେଖନ୍ତୁ

ALSO READ: ବିବାହ ବନ୍ଧନରେ ବାନ୍ଧି ହେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା ! ଭିଡିଓ ଭାଇରାଲ୍

3/5

ସିଂହ: ତ୍ରିଗ୍ରାହୀ ଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବ। ଯେଉଁମାନେ କୌଣସି ସଂସ୍ଥାରେ ବା ସେୟାର ମାର୍କେଟ୍ ରେ ପୁଂଜି ବିନିଯୋଗ କରିବା ପାଇଁ ଚାହୁଁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରିପାରିବେ।  ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। 

4/5

ତୁଳା: ତ୍ରିଗ୍ରାହୀ ଯୋଗ ଏହି ରାଶିର ଭାଗ୍ୟ ଚମକାଇବ।  ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ମିଳିବ। ବିଦେଶରେ ଚାଲିଥିବା ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।  ପରିବାର ସହ ଭଲ ସମୟ ଅତିବାହିତ କରିବେ। ଦିର୍ଘ ଦିନର ଗାଡି଼ କିଣିବାର ଆଶା ପୂରଣ ହେବ। ସ୍ବାସ୍ଥ୍ୟଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନେ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

 

5/5

ଧନୁ: ତ୍ରିଗ୍ରାହୀ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ।  କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ ବଡ଼ ପଦବୀ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ସିଙ୍ଗଲ୍ ଅଛନ୍ତି ବା ସାଥୀ ଖୋଜୁଛନ୍ତି, ସେମାନଙ୍କୁ ନୂଆ ଜୀବନ ସାଥୀ ମିଳିବାର ବେଶ୍ ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଦରମା ବଢିବା ସହିତ ଆୟରେ ବୃଦ୍ଧି ଘଟିବ। ନୂଆ ଘର କିଣିବାର ସ୍ବପ୍ନ ପୂରଣ ହେବ। ଯେଉଁମାନେ ବିଦେଶରେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟ ବ୍ୟବସାୟରେ କାରବାର ବଢିବ। ଅ-ବିବାହିତଙ୍କର ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link