Graha Gochar: ୨୭ ଅକ୍ଟୋବରରୁ ଚମକିବେ ୩ ରାଶି, ଶୁକ୍ରଙ୍କ ଚଳନ ଖୋଲିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ଆଶ୍ୱସ୍ତି ଏବଂ ଗୌରବର ସ୍ୱାମୀ ଗ୍ରହ ଏବଂ ନିୟନ୍ତ୍ରକ ଭାବରେ ବିବେଚନା କରାଯାଏ। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଏହା ସବୁଠାରୁ ସୁନ୍ଦର ଏବଂ ଶୁଭ ଗ୍ରହ ବୋଲି ବିବେଚନା କରାଯାଏ। ଏହି ଗ୍ରହ ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ପ୍ରଭାବିତ କରିଥାଏ ଯେପରିକି ସୁଖ, ଧନ, ଭୋଗ, କଳା ଇତ୍ୟାଦି।

Prabhudatta Moharana Tue, 22 Oct 2024-6:55 am,
1/3

ବୃଷ ରାଶି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁକ୍ରଙ୍କର ଏହି ଚଳନ ବେଶ ସକରାତ୍ମକ ରହିବାକୁ ଯାଉଛି। ଜ୍ୟୋଷ୍ଠା ନକ୍ଷତ୍ରରେ ଶୁକ୍ରଙ୍କ ଗୋଚର ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ ଅଧିକ ଆତ୍ମବିଶ୍ୱାସୀ ନଜର ଆସିବେ। ରଚନାତ୍ମକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ସୃଜନଶୀଳ କାର୍ଯ୍ୟରେ ଅଧିକ ମନୋନିବେଶ କରିବେ। ବ୍ୟବସାୟରେ ଆୟ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ମଜବୁତ ହେବ। ନୂଆ କର୍ମକ୍ଷେତ୍ରରେ ଚାକିରିର ସୁଯୋଗ ମିଳିବ। ସେୟାର ମାର୍କେ ଓ ଅନ୍ୟାନ୍ୟ କ୍ଷେତ୍ରରେ ନିବେଶରୁ ଲାଭ ମିଳିବ। ପାଠପଢାରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ମନ ଏକାଗ୍ରତା ରହିବ। ପ୍ରେମ ସମ୍ପର୍କ ମଜବୁତ ହେବ। ଶରୀର ସୁସ୍ଥ ରହିବ। ପୁରୁଣା ରୋଗ ଦୂର ହେବ। 

2/3

ତୁଳା ରାଶି ଏହି ରାଶିର ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱରେ ଉନ୍ନତି ହେବ। ଶୁକ୍ରଙ୍କ ଚଳନ ଫଳରେ ଆକର୍ଷକ ତଥା ଲୋକପ୍ରିୟତା ହାସଲ କରିବେ। ଅନ୍ୟମାନଙ୍କ ସହିତ ସମ୍ପର୍କରେ ମଜବୁତ ଆସିବ। ବ୍ୟବସାୟରେ ଲାଭ ହେବ। ଆୟରେ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ନୂଆ ରୋଜଗାରର ସୃଷ୍ଟି ହେବ। ସେୟାର ମାର୍କେଟରେ ନିବେଶରୁ ଭଲ ଲାଭ ମିଳିବ। ପାଠପଢାରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ମନ ଏକାଗ୍ରତା ରହିବ। ପ୍ରେମ ସମ୍ପର୍କ ମଜବୁତ ହେବ। ଶରୀର ସୁସ୍ଥ ରହିବ। କିଡନୀ ଜନିତ ସମସ୍ୟାରୁ ମୁକ୍ତି ମିଲିବ। 

3/3

ମୀନ ରାଶି ଜ୍ୟୋଷ୍ଠ ନକ୍ଷତ୍ରରେ ଶୁକ୍ର ଗୋଚର ଏହି ରାଶିର ବ୍ୟକ୍ତିଙ୍କୁ ଅଧିକ ସୃଜନଶୀଳ କରିବ। କଳ୍ପନା ଶକ୍ତି ବୃଦ୍ଧି ହେବ। ବ୍ୟବସାୟରେ ବୃଦ୍ଧି ହେବ। ଆୟର ନୂତନ ପନ୍ଥା ଖୋଲିବ। ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଭଲ ଶିକ୍ଷାନୁଷ୍ଠାନର ଆଡମିଶନ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବିଦେଶରେ କରୁଥିବା ବ୍ୟବସାୟର ପ୍ରଚୁର ଲାଭ ମିଳିବ। ପ୍ରେମ ସମ୍ପର୍କ ବୈବାହିକ ଜୀବନରେ ପରିଣତ ହୋଇପାରେ। ସୁସ୍ଥ ରହିବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link