Cyclone Dana Update: ବାତ୍ୟା 'ଦାନା'କୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେଉଁ ଜିଲ୍ଲାରେ ମାଡ଼ ହେବ ବାତ୍ୟା?
Advertisement
Article Detail0/zeeodisha/odisha2482571

Cyclone Dana Update: ବାତ୍ୟା 'ଦାନା'କୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେଉଁ ଜିଲ୍ଲାରେ ମାଡ଼ ହେବ ବାତ୍ୟା?

Cyclone Dana Update: ଆସୁଛି ବଡ଼ ବାତ୍ୟା 'ଦାନା'। କେନ୍ଦ୍ରାପଡା ଜିଲ୍ଲା ରାଜନଗର ଓ ଭିତରକନିକାରେ ମାଡ଼ ହେବ ବାତ୍ୟା ଦାନା। ୨୪ ତାରିଖ ଅର୍ଥାତ୍ ଗୁରୁବାର  ରାତିରେ ଛୁଇଁବ।  ସ୍ଥଳଭାଗରେ ପ୍ରବେଶ କଲା ବେଳେ ବାତ୍ୟା ଭୀଷଣ ରୂପରେ ଥିବା ଘଣ୍ଟା ପ୍ରତି ୧୧୦ ରୁ  ୧୨୦ କିମି ବେଗରେ ପବନ ଧକ୍କା ଦେବ। ଭିତରକନିକାରେ ତାଣ୍ତବ ରଚାଇ ଭଦ୍ରକ ଜିଲ୍ଲାରେ ପଶିବ। ଯାଜପୁର , କେନ୍ଦୁଝର ଦେଇ ମୟୂରଭଂଜ ଦିଗରେ ମୁହାଁଇବ।
 
ଆଇଏମଡିର ତାଜା ସୂଚନା ଅନୁସାରେ,ବାତ୍ୟାର ଗତିପଥ ଏଭଳି ଅନୁମାନ କରାଯାଇଛି। ତେବେ, 'ଦାନା'ର ଭୀଷଣତା ଓ ଗଭୀରତା  ନେଇ  ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ମଡେଲ୍ ପୂର୍ବାନୁମାନ ଦେଇଛନ୍ତି। ଉପକୂଳ ଛୁଇଁଲା ବେଳକୁ  ଏହାର ତିବ୍ରତା  ଛୋଟ ଧରଣର ବାତ୍ୟା କିମ୍ବା ଅବପାତ ଥିବ ବୋଲି କେତେକ ମଡେଲ୍ ଦର୍ଶାଉଥିବା ବେଳେ  ଆଉ କେତେକ ପୂର୍ବାନୁମାନ କରିଛନ୍ତି ଯେ ବାତ୍ୟା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ  ଆଡ଼କୁ ମୁହାଁଇପାରେ।  ଆଇଏମଡି ଜାରି କରିଥିବା ବାତ୍ୟାର ସାମ୍ଭାବ୍ୟ ଟ୍ରାକ୍ ଅନୁସାରେ, ବାତ୍ୟା ୨୪ ତାରିଖ ରାତି ସାଢେ ୧୧ ଟାରେ 'ଦାନା' ୨୦.୭ ଡିଗ୍ରୀ(ଉତ୍ତର) ଅକ୍ଷାଂଶ  ଓ ୮୭ ଡିଗ୍ରୀ (ପୂର୍ବ) ଦ୍ରାଘିମା ଦେଇ ସ୍ଥଳଭାଗରେ ପ୍ରବେଶ କରିବ। ରଜନଗରର ଅବସ୍ଥିତ ଏଇଠି। ବାତ୍ୟା ପ୍ରଭାବରେ  ୨୪ ଓ ୨୫ ତାରିଖ ୨ ଦିନ ବାଦଲ ଫଟା ବର୍ଷା  ହେବ। ଅତି ଭୀଷଣ ବର୍ଷା ଆଶଙ୍କା ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି। 
 
୨୪ ରେ ମୟୂରଭଂଜ, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ  ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ ବୋଲି  ଆଇଏମଡି ସତର୍କ ସୂଚନା ଜାରି କରିଛି।  ୭ ଜିଲ୍ଲାର ତଳିଆ ଅଂଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗୁରୁବାର  କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଓ ଗଂଜାମ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ।  ଏହିସବୁ ଜିଲ୍ଲାରେ ୭୦ ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୨୫ ତାରିଖରେ ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ।  ୪ ଜିଲ୍ଲାରେ ୨୦୦ ମିମିରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ,ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାତ୍ୟା ଲ୍ୟାଣ୍ତଫଲ୍ ବେଳେ ପବନର ଝଟକା ୧୨୦ କିମି ବେଗ ଯାଇପାରେ।  କେନ୍ଦ୍ରପଡା, ରାଜନଗରରେ  ବାତ୍ୟାସ୍ଥଳ ଭାଗ ଛୁଇଁଥିବାରୁ ଭିତରକନିକା ଜାତିୟ ଉଦ୍ୟାନରେ ପ୍ରବଳ କ୍ଷତି ହେବାର ଆଶଙ୍କା ରହିଛି।