Guru Ast 2025: ବୃହସ୍ପତିଙ୍କ କୃପାରୁ ନୂଆ ବର୍ଷ ପରେ ୫ ରାଶିଙ୍କ ଆକାଉଣ୍ଟ ହେବ ଫୁଲ୍, କିଣିବେ ନୂଆ ଘର!

Guru Ast 2025: ବୌଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଦାନ, ଧନ, ଜ୍ଞାନ, ସନ୍ତାନ ଓ ପୁଣ୍ୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଜୁନ୍ ୧୨ ତାରିଖରେ ରାତି ୮ଟା ୪୫ ମିନିଟ୍ ସମୟରେ ସେହି ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ବୃହସ୍ପତିଙ୍କ ସ୍ଥିତି ଜାତକ ବା ରାଶିରେ ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ସମସ୍ତ ସୁଖ ସମୃଦ୍ଧିରେ ଅଧିକାରୀ ହେବା ସହିତ ଧନଶାଳୀ ହୋଇଥାଏ। ଏବଂ ସୌଭାଗ୍ୟ ପ୍ରାପ୍ତ ହେବା ସହିତ ବୁଦ୍ଧିମାନ ସନ୍ତାନର ପିତାମାତା ହେବାର ଯଶ ଅର୍ଜନ କରିଥାଏ। ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ଚଳନ କେଉଁ ରାଶିର ଭାଗ୍ୟ ଖୋଲିବାକୁ ଯାଉଛି।...

Narmada Behera Dec 11, 2024, 07:58 AM IST
1/5

  ମେଷ: ବୃହସ୍ପତିଙ୍କ ଅସ୍ତ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି ଆର୍ଥିକ ସ୍ଥିତି ବଦଳିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ।  କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଯେଉଁମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଛନ୍ତି, ସେମାନେ ଏହି ସମୟରେ ନୂଆ ବେପାର ଆରମ୍ଭ କଲେ ପ୍ରଚୁର ଲାଭ ପାଇବେ। ଆୟ ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ।  ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ। ଘରେ-ହସଖୁସିର ମାହୋଲ୍ ଦେଖିବାକୁ ମିଳିବ।  

 ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହି ରାଶି! ଦେଖାଦେବ ସ୍ୱାସ୍ଥ୍ୟ ସମସ୍ୟା, ସାଥୀଙ୍କ ସହ ହୋଇପାରେ ମନମାଳିନ୍ୟ

ALSO READ:  Rahu Gochar 2025: କୁମ୍ଭରେ ରାହୁଙ୍କ ଶୁଭ ଚଳନ, ନୂଆ ବର୍ଷ ପରେ ମାଲାମାଲ୍ ହେବେ ୩ ରାଶି !  

2/5

  ବୃଷ: ଏହି ରାଶିରେ ବୃହସ୍ପତିଙ୍କ ଅସ୍ତ ବୃଷ ରାଶିର ଲୋକଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଏ-ହି ସମୟ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଯେଉଁମାନେ ସେୟାର ମାର୍କେଟ୍ କିମ୍ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପୁଞ୍ଜି ନିବେଶ କଲେ ଭଲ ରିଟର୍ଣ୍ଣ ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ। ସରକାରୀ ଚାକିରିଆମାନେ ପଦୋନ୍ନତି ପାଇବେ।  ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁ ଆଶାୟୀମାନେ ସରକାର ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି , ସେମାନଙ୍କ ଆଶା ପୂରଣ ହେବ। ପରିବାରରେ ଆନନ୍ଦମୟ ବାତାବରଣ ଦେଖିବାକୁ ମିଳିବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ କ୍ବାଲଟି ଟାଇମ୍ ଅତିବାହିତ କରିବେ।    

3/5

  କର୍କଟ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ବିଶେଷକରି, ପରିବାରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ବାଣିଜ୍ୟ-ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଦିର୍ଘ ଦିନର ଆଶା ପୂରଣ ହେବ, ଏହି ସମୟ ମଧ୍ୟରେ ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଦେଖି ପଦୋନ୍ନତି ଦେବେ। ବାକି ପଡିଥିବା ଅର୍ଥ ପାଇବାରେ ସମର୍ଥ ହେବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବେ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି, ସେମାନଙ୍କୁ ମନଲାଖି ଜୀବନ ସାଥୀ ମିଳିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ଲାଗି ରହିଥିବା ପୁରୁଣାରୋଗରୁ ମୁକ୍ତି ମିଳିବ।

4/5

ତୁଳା:  ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ ଦିର୍ଘ ଦିନହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଚାକିରି ନେଇ ଅଫର ଲେଟର କିମ୍ବା ଫୋନ୍-କଲ୍ ଆସିବ। କର୍ମକ୍ଷେତ୍ରରେ ସମସ୍ତଙ୍କ ଆସ୍ତା ଭାଜନ ହେବା ସହ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ବ୍ୟବସାୟ ବିସ୍ତାର କରିବା ପାଇଁ ସମୟ ଭଲ ରହିବ। ବିଶେଷକରି, ଖୁଚୁରା ବ୍ୟବସାୟୀଙ୍କ କାରବାରରେ ବୃଦ୍ଧି ଘଟିବ। ଆୟ-ବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ମନ ପସନ୍ଦର କଲେଜ୍ ବା ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇବେ। ପରିବାର ସଦସ୍ୟଙ୍କ ସହିତ  ଭଲ ସମୟ ଅତିବାହିତ କରିବେ। ପ୍ରେମୀମାନେ ସାଥୀଙ୍କ ସହ ଡେଟ୍ ବା ଦୂରଯାତ୍ରା କରିବେ। 

5/5

ମୀନ:  ବୃହସ୍ପତିଙ୍କ ଅସ୍ତ ଉଦୟ କରିବ ଏହି ରାଶିର ଲୋକଙ୍କ ଭାଗ୍ୟ। ଦିର୍ଘ ଦିନ ଧରି ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତି ବଦଳିବ। କାର୍ଯ୍ୟାଳୟରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ପ୍ରଂଶସାର ପାତ୍ର ହେବେ।  ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନଙ୍କର ବଡ଼ ଡିଲ୍ ଫାଇନାଲ୍ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ବିଦେଶ ଯାତ୍ରା କରିବେ। ପରିବାର ସହିତ ଧାର୍ମିକ ସ୍ଥଳକୁ ଯାତ୍ରା କରି ଅନନ୍ଦ ଅନୁଭବ କରିବେ। ଏହି ସମୟ ମଧ୍ୟରେ ନୂଆ ଘର କିମ୍ବା ଜମି କିଣିବେ। ସ୍ବାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link