Guru Gochar 2024: ବୃହସ୍ପତି ୫ରାଶିଙ୍କୁ ଦେବେ ଶୁଭଫଳ ,କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବଢିବ ଆୟ !
Guru Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଦାନ, ସନ୍ତାନ ଧନ, ଜ୍ଞାନ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୨୨ ତାରିଖ ସକାଳ ୭ଟା ୧୪ ମିନିଟ୍ ସମୟରେ ରାଶି ପରିବର୍ତ୍ତନ କରିବେ। ରୋହିଣୀ ନକ୍ଷେତ୍ର ଛାଡି ମୃଗଶିରା ନକ୍ଷେତ୍ରକୁ ଚଳନ କରିବେ। ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ କେତେକ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଯଦି ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ହେବା ସହ ସମସ୍ତ ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ବୃହସ୍ପତି କେଉଁସବୁ ରାଶିର ଭାଗ୍ୟ ଉଦୟ କରିବାକୁ ଯାଉଛନ୍ତି...
ବୃଷ: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ମାଲାମାଲ୍ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷକରି, ଚାକିରିଆ ଓ ବ୍ୟବସାୟୀମାନେ ଲାଭବାନ୍ ହେବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଲାଭ ମିଳିବ। ସେୟାର ବଜାର ଓ ଲଟେରୀରୁ ପ୍ରଚୁର ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନେ ସାଥୀଙ୍କ ଠାରୁ ଉପହାର ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ।
କର୍କଟ: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହିରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ଅବଧି ମଧ୍ୟରେ, କର୍କଟ ରାଶିର ବ୍ୟକ୍ତି ବିଶେଷ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ୍ ହେବେ। ଆର୍ଥିକ ଦେଣନେଣ ପାଇଁ ସମୟ ଶୁଭ ରହିବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତିନେଇ ଶୁଭ ଖବର ପାଇବେ। ବିଦେଶ ଯାତ୍ରା କରିବେ। ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ ଖର୍ଚ୍ଚ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ।
ଧନୁ: ବୃହସ୍ପତିଙ୍କ କୃପାରୁ ଚମକିବ ଏହି ରାଶିର ଭାଗ୍ୟ। କାହିଁକିନା, ଧନୁ ରାଶିର ପ୍ରଭୁ ହେଉଛନ୍ତି ବୃହସ୍ପତି। ବୃହସ୍ପତି ଏହି ରାଶିର ଦ୍ବାଦଶ ଘରେ ଚଳନ ହେତୁ ଆର୍ଥିକ ସ୍ଥିତି ମଜବୁତ୍ ହେବ। ବିଶେଷକରି, ଦିର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି। ନୂଆ ଘର କିମ୍ବା ଜମି କିଣିବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହ ଆୟରେ ବୃଦ୍ଧି ଘଟିବ। ବ୍ୟବସାୟୀମାନେ ଆଶାତିତି ଲାଭ ପାଇବେ। ବାଣିଜ୍ୟ-ବ୍ୟବସାୟରେ ବେପାରରେ ପ୍ରଚୁର ଲାଭ ପାଇବେ। ଘରେ ସୁଖ-ଶାନ୍ତିର ମାହୋଲ୍ ଦେଖିବାକୁ ମିଳିବ। ଦୂରଯାତ୍ରାରୁ ଶୁଭଫଳ ପାଇବେ। କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। ପ୍ରେମୀମାନେ ସାଥୀଙ୍କ ସହ ସମୟ ବିତାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ମୀନ: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ ଲାଭଦାୟୀ ପ୍ରମାଣିତ ହେବ। ବିଶେଷ କରି, କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବ୍ୟାଙ୍କ୍ ବାଲାନ୍ସ ବଢିବ। ରାଜନୈତିକ ଲୋକେ ପ୍ରଭାବଶାଳୀ ଲୋକଙ୍କୁ ଭେଟିବେ। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ବାକି ପଡିଥିବା ଟଙ୍କା ପାଇବେ। ନିଜ ପରିବାର ସହ କୌଣସି ସ୍ଥାନକୁ ଯାତ୍ରା କରିବେ। ଦିର୍ଘ ଦିନଧରି ଲାଗିରହିଥିବା ଜମିବାଡି ବିବାଦର ସମାଧାନ ହେବ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: ନଭେମ୍ବର ଶେଷ ସପ୍ତାହରୁ ଉଦୟ ହେବ କୁମ୍ଭ ରାଶିର ଭାଗ୍ୟ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟୀରେ ଦୂରଯାତ୍ରା କରିବେ। ଦିର୍ଘ ଦିନର ଆଶା ପୂରଣ ହେବ, ନୂଆ ଗାଡି କିଣିବେ। ସରକାରୀ ଚାକିରିଆଙ୍କ ପାଇଁ ସମସ ଅତ୍ୟନ୍ତ ଶୁଭ ରହିବ। ପଦୋନ୍ନତି ମିଳିବା ସହ ଟ୍ରାନ୍ସଫର ହେବ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଲୋକେ ଭଲ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)