Guru Vakri: ବୃହସ୍ପତିଙ୍କ କୃପାରୁ ଏହିସବୁ ରାଶିଙ୍କର ଆରମ୍ଭ ହେବ ଶୁଭ ସମୟ, ମିଳିବ ନୂଆ ଚାକିରି ସାଙ୍ଗକୁ ବ୍ୟବସାୟରେ ହେବ ପ୍ରଚୁର ଲାଭ!

Guru Vakri: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଦାନ, ଧନ ଓ ସନ୍ତାନର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆଜି ସକାଳ ୧୦ଟା ୨୦ ମିନିଟ୍ ସମୟରେ ଓଲଟା ଚଳନ କରିବେ। ଏବଂ ଏହି ରାଶିରେ ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ରହିବେ। ଯଦି ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ସୁଦୃଢ ରହିବ। ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ ସୁଖ ସମୃଦ୍ଧି ଓ ଐଶ୍ବର୍ଯ୍ୟ ଲାଭ କରିବ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ଦେବଗୁରୁଙ୍କ କୃପାରୁ କେଉଁ ରାଶିର ଲୋକେ ଶୁଭଫଳ ପାଇବାକୁ ଯାଉଛି....

Narmada Behera Wed, 09 Oct 2024-10:27 am,
1/5

ମେଷ: ଏହି ରାଶିଙ୍କ ପାଇଁ  ବୃହସ୍ପତିଙ୍କ ଓଲଟା ଚଳନ ଶୁଭ ରହିବ। ବିଶେଷ କରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ।  ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡିତ ଲୋକେ ପ୍ରଚୁର ଲାଭ ପାଇବେ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟରେ ଜଡିତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ କମିଶନ ପାଇବେ। ଆର୍ଥିକ ଦେଣନେଣ ପାଇଁ ସମୟ ଭଲ ରହିବ। ଦୂରଯାତ୍ରାରୁ ଶୁଭଫଳ ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ମହିଳାମାନେ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ଦିର୍ଘ ଦିନଧରି ଚାଲିଥିବା ବିବାଦର ଅନ୍ତ ଘଟିବା ଫଳରେ ମାନସିକ ଶାନ୍ତି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀ ଜୀବନ ମଧ୍ୟ ଆନନ୍ଦିତ ରହିବ। 

ALSO READ: Dussehra 2024: ଦଶହରାରେ ପଡୁଛି ୨ଟି ରାଜଯୋଗ, ଏହିସବୁ ରାଶିଙ୍କ ବଦଳିବ ଭାଗ୍ୟ, ମିଳିବ ଖୁସି ଖବର ସହ...

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ସମୟ ଆଣୁଛନ୍ତି ମାଆ ଦୁର୍ଗା, ବ୍ୟବସାୟରେ ବଢିବ ଲାଭ ,ଚାକିରିଆ ପାଇବେ ଖୁସି ଖବର!

2/5

କର୍କଟ: ବୃହସ୍ପତିଙ୍କ ଓଲଟା ଚଳନ ଏ-ହି ରାଶିଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଏହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। ପଦୋନ୍ନତି ସହ ଦରମା ବଢିବ। ନୂଆ କାର୍ଯ୍ୟ ପାଇଁ ଉତ୍ସାହିତ ଅନୁଭବ କରିବେ।  ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ବ୍ୟବସାୟୀମାନେ ଅଗ୍ରଗତି କରିବା ସହ ଲାଭବାନ୍ ହେବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଗାଡି଼ କିମ୍ବା ନୂତନ ଘର କିଣିପାରନ୍ତି। ନିଜ ସନ୍ତାନମାନଙ୍କ ଠାରୁ କୌଣସି ଖୁସି ଖବର ଶୁଣିବାକୁ ମିଳିବ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ଆୟ ଠାରୁ ବ୍ୟୟ ଅଧିକ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। 

3/5

ତୁଳା: ଆଜିଠାରୁ ଏହି ରାଶିର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ଭୁରି ଭୁରି ପ୍ରଶଂସା କରିବେ। ପଦୋନ୍ନତି ମିଳିବା ଖବର ଚର୍ଚ୍ଚା ହେଉଥିବା ନେଇ ମନ ଖୁସି ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ନିଶ୍ଚୟେ ପାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ବିବାହ ପ୍ରତିଶ୍ରୃତି ପାଇବେ। ପ୍ରଶାସନିକ, ଡାକ୍ତରୀ ଓ ରସର୍ଚ୍ଚ କ୍ଷେତ୍ରରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ । କୌଣସି ସ୍ଥାନ ବା ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ଅବିବାହିତଙ୍କର ବିବାହ ଯୋଗ ଫିଟିବ। 

4/5

ଧନୁ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କା ପାଇବେ। ଏହି ଅବଧି ମଧ୍ୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପରିବାରରେ ଶୁଭ କାର୍ଯ୍ୟ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ଦାମୀ ଉପହାର ପାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ।

 

5/5

କୁମ୍ଭ: ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିଙ୍କ ପାଇଁ ଅନୁକୂଳ ରହିବ। ବିଶେଷକରି, କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବିଦେଶରେ ବ୍ୟବସାୟ ବିସ୍ତାର କରିବାରେ ସକ୍ଷମ ହେବେ। ପାରିବାରିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧ୍ୟ ଆନନ୍ଦ ଉଲ୍ଲାସ ଲାଗି ରହିବ। ସ୍ବାସ୍ଥ୍ୟ ଭଲ ରହିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link