Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, କ୍ୟାରିୟରକୁ ନେଇ ମିଳିବ ଗୁଡ୍ ନ୍ୟୁଜ୍!

Guru Vakri 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଧନ, ଜ୍ଞାନ, ଦାନ, ପୁଣ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ । ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ଅକ୍ଟୋବର ୯ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ। ଆସନ୍ତା ୨୦୨୫, ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ସେହି ରାଶିରେ ରହିବେ। ତେବେ, ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତି ଜଣକ ଜୀବନରେ ଧନୀ ଓ ଜ୍ଞାନୀ ହୋଇଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଓଲଟା ଚଳନ କେଉଁ ରାଶି ପାଇଁ କିଭଳି ରହୁଛି।....

Narmada Behera Wed, 25 Sep 2024-7:53 am,
1/12

ମେଷ: ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିକୁ ଧନବାନ୍ କରାଇବ। ଏହି ଅବଧି ମଧ୍ୟରେ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ।  ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ।  ଦାମ୍ପତ୍ୟ ଜୀବନ ସେତେଟା ଭଲ ରହିବ ନାହିଁ।  ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ନିଜ ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। 

ALSO READ: Budh Gochar 2024: କନ୍ୟାରେ ବୁଧଙ୍କ ଚଳନ, ଆଜିଠୁ ଏହିସବୁ ରାଶିର ଆରମ୍ଭ ହେଲା ଶୁଭ ସମୟ!

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

2/12

ବୃଷ:   ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶି ପାଇଁ ଅଶୁଭ ରହିବ। ପାରିବାରିକ ଜୀବନରେ ବିବାଦ ସୃଷ୍ଟି ହୋଇପାରେ। ଜମିବାଡି ବିବାଦରେ ଅଯଥା ଛନ୍ଦି ହୋଇପାରନ୍ତି।  ଗୁରୁଜନଙ୍କ ପରାମର୍ଶ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।  ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। 

 

3/12

ମିଥୁନ:  ବୃହସ୍ପତିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।  ବିଦେଶ ଯାତ୍ରାର ଯୋଗ ରହିଛି । ବିଦେଶରେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନ୍ୟନ୍ତ ଅନୁକୂଳ ରହିବ। ଆଧ୍ୟାତ୍ମିକତା କାର୍ଯ୍ୟକ୍ରମରେ ଯୋଗ ଦେବେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ।  ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ମନ ଆନନ୍ଦିତ ରହିବ।  କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ପାଟିତୁଣ୍ତ  ହୋଇପାରେ। ଧୌର୍ଯ୍ୟର ସହକାରେ ସମସ୍ତ ପରିସ୍ଥିତିକୁ ସାମ୍ନା କରିବା ଶିଖନ୍ତୁ। 

 

4/12

କର୍କଟ:  ଆର୍ଥିକ ସଙ୍କଟ ଦେଇ ଗତି କରିବେ। ବିଶେଷକରି, କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଷଡଯନ୍ତ୍ରର ଶୀକାର ହେବେ। ତେଣୁ ନିଜ ସହକର୍ମୀଙ୍କ ସହ ଦେଖିଚାହିଁ କଥା ହୁଅନ୍ତୁ। ତରବରିଆ ଯାତ୍ରାକରନ୍ତୁ ନାହିଁ। ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ । କଳା ,ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ।  ପାରିବାରିକ ଜୀବନ ସେତେଟା ଭଲ ରହିବ ନାହିଁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

5/12

ସିଂହ:  ସିଂହ ରାଶିର ଲୋକେ କ୍ୟାରିୟରକୁ ନେଇ କୌଣସି ଏକ ଖୁସି ଖବର ପାଇପାରନ୍ତି। କର୍ମକ୍ଷେତ୍ରରେ ସମୟ ସାଥ୍ ଦେବ । ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ। ଚେଷ୍ଟା ଜାରି ରଖନ୍ତୁ , ଶୁଭଫଳ ନିଶ୍ଚୟ ପାଇବେ। କିନ୍ତୁ ଆର୍ଥିକ ସମସ୍ୟା ଦେଖାଦେବ। ପ୍ରାପ୍ତ ବୟସ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ। କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ। ପାରିବାରିକ ଜୀବନ ସୁଖମୟ ହେବ। 

6/12

କନ୍ୟା :  ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିର ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ନିଜ ପୁରୁଣା ବନ୍ଧୁଙ୍କୁ ଭେଟି ମନ ପ୍ରଫୁଲ୍ଲିତ ରହିବ।  ଠିକା କିମ୍ବା ରିୟଲି-ଇଷ୍ଟେଟ୍ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ। ଅସହାୟକୁ ସେବା କରିବାର ସୁଯୋଗ ପାଇବେ। ନିଜ ପିଲାମାନଙ୍କ ଠାରୁ ଶୁଭ ଖବର ମିଳିବ। ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ।  ସ୍ବାସ୍ଥ୍ୟପିଡା ରହିବ ହେଲେ ଆର୍ଥିକ ଦିଗଟି ସ୍ବଛଳ ରହିବ । 

 

7/12

ତୁଳା : ବୃହସ୍ପତିଙ୍କ ଆର୍ଶିବାଦ ଏହି ରାଶି ଉପରେ ମଧ୍ୟ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନିଜ ପରିବାର ଲୋକଙ୍କ ଠାରୁ କୌଣସି ସହାୟତା ମିଳିବ। କିନ୍ତୁ ଅଭାବ ଲାଗିରହିବ। ସମୟ ଓ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ। କର୍ମକ୍ଷେତ୍ରରେ ଦାୟିତ୍ବ ବଢିବ। ଯାହାକୁ ନେଇ ଟେନସନରେ ବଢିବ।  ପାରିବାରିକ ସମ୍ପର୍କ ମଜବୁତ୍ ହେବ। ବ୍ୟବସାୟୀମାନେ ଆର୍ଥିକ ଦେଣନେଣ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। 

8/12

ବିଛା : ଦିର୍ଘ ଦିନ ଧରି ଲାଗି ରହିଥିବା ଜମିବାଡି଼ ସଂକ୍ରାନ୍ତୀୟ ବିବାଦରୁ ମୁକ୍ତି ମିଳିବ। ଯାନବାହାନ ଚାଳନା ସମୟରେ ସତର୍କ  ରୁହନ୍ତୁ। ନିଜ ଲୋକଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତାରେ ରହିବେ। ବିଶେଷକରି, ଜୀବନସାଥିଙ୍କର ସ୍ବାସ୍ଥ୍ୟଗତ ଅସୁବିଧା ହେବ। ମାନସିକ ଅଶାନ୍ତି ରହିବ।  କର୍ମକ୍ଷେତ୍ରରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ । ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟୀମାନେ ବାକି ପଡିଥିବା ଅର୍ଥ ପାଇବେ। 

 

9/12

ଧନୁ: ବୃହସ୍ପତିଙ୍କ କୃପା ଏହି ରାଶିର ଭାଗ୍ୟ ଉଦୟ କରିବାକୁ ଯାଉଛି।  ଏହି ଅବଧି ମଧ୍ୟରେ ଜମି କିଣିବେ ନଚେତ୍ ନୂତନ ଗୃହନିର୍ମାଣ କରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ।  ଆର୍ଥିକ ସ୍ଥିତି ମଜବୁତ୍ ହେବ। ସମାଜରେ ମାନ- ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପୁଞ୍ଜି ବିନିଯୋଗ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ବିଶେଷକରି, ରାଜନୀତି କ୍ଷେତ୍ରରେ ଜଡିତ ଲୋକେ ଏହି ସମୟରେ ବଡ଼ ଦାୟିତ୍ବ ବା ପଦ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। 

 

10/12

ମକର: ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶି ଉପରେ ବଡ଼ ପ୍ରଭାବ ପକାଇବ। ବିଶେଷକରି, ଆର୍ଥିକ ସମସ୍ୟା ଦେଖାଦେବ। ଟଙ୍କା-ପଇସାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାର। କର୍ମକ୍ଷେତ୍ରରେ ହେବାକୁ ଥିବା ପଦୋନ୍ନତି ଅଟକି ପାରେ। ପେଣ୍ତିଂ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମତଭେଦ ଦେଖାଦେଇପାରେ। ବ୍ୟବସାୟୀମାନେ ବ୍ୟବସାୟରେ କ୍ଷତି ସହିବେ। ପ୍ରେମ ଜୀବନରେ ନିଜ ପାର୍ଟନର ଆପଣଙ୍କୁ ଧୋକା ଦେଇପାରନ୍ତି। 

11/12

କୁମ୍ଭ:  ଏହି ରାଶିଙ୍କ ଲୋକଙ୍କ ପାଇଁ ବୃହସ୍ପତି ଆଣୁଛନ୍ତି ଶୁଭ ସମୟ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ନିଜ ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପାରିବାରିକ ଜୀବନରେ ଶାନ୍ତିର ବାତା ବରଣ ଦେଖିବାକୁ ମିଳିବ। ପ୍ରେମୀମାନଙ୍କ ମଧ୍ୟରେ ଥିବା ବିବାଦ ଦୂର ହେବ। ସମ୍ପର୍କ ଆହୁରି ମଜବୁତ୍ ହେବ। ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଉନ୍ନତି ଦେଖାଦେବ।

 

12/12

ମୀନ : କ୍ୟାରିୟର ଓ ବ୍ୟବସାୟରେ ସକରାତ୍ମକ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିବେ।  ଆୟ ବଢିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସେୟାର ବଜାର ବା ଲଟେରୀରୁ ଲାଭବାନ୍ ହେବେ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ଅବଧି ମଧ୍ୟରେ ନୂତନ ଗାଡି କିଣିବେ।  ନିଜ ପ୍ରେମିକା ବା ପ୍ରେମିକଙ୍କ ଠାରୁ ବିବାହ ପ୍ରସ୍ତାବ ପାଇବେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link