Advertisement
Photo Details/zeeodisha/odisha2443888
photoDetails0hindi

Budh Gochar 2024: କନ୍ୟାରେ ବୁଧଙ୍କ ଚଳନ, ଆଜିଠୁ ଏହିସବୁ ରାଶିର ଆରମ୍ଭ ହେଲା ଶୁଭ ସମୟ!

Budh Gochar 2024 : ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଗତକାଲି ରାତି ୧୦ଟା ୧୭ ମିନିଟ୍ ସମୟରେ କନ୍ୟା ରାଶିକୁ ଚଳନ କରିଛନ୍ତି। ବୁଧଙ୍କୁ ଅର୍ଥ, ବ୍ୟବସାୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧଙ୍କ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ଜାତକ ବା ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଧନୀ ହେବା ସହ ବୁଦ୍ଧିମାନ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଚଳନ କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।....

1/12
ମେଷ: ବୁଧଙ୍କ କୃପାରୁ  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ପାଇଁ ଚଳିତ ସପ୍ତାହ ବେଶ୍ ଶୁଭ ରହିବ। ବିଶେଷକରି, ପରିବାରରେ ସୁଖ ଓ ଶାନ୍ତି ରହିବ। ଗୃହକୁ ପରିଜନ ଏବଂ ମିତ୍ରମାନଙ୍କ ଆଗମନ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ।  ଧନ ଲାଭ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସଫଳତା ମିଳିବ।  ଶାରୀରିକ - କ୍ଷେତ୍ରରେ ଉର୍ଜାର ଅଭାବ ଅନୁଭବ କରିବେ। ଫଳରେ କାର୍ଯ୍ୟାଳୟରେ ମଧ  କାମ କରିବା ପାଇଁ ମନ ଲାଗିବ ନାହିଁ। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ସୁ-ସମ୍ବାଦ ମିଳିବା ସହ...

ALSO READ: Guru Shani Yuti 2024: ବୃହସ୍ପତି-ଶନି ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବରରୁ ଆରମ୍ଭ ହେବ ଶୁଭ ସମୟ!

2/12
ବୃଷ:  ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିବ।  ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା-ଯୋଗୁଁ ହତାଶା ଅନୁଭବ କରିପାରନ୍ତି। ସମୟରେ କାର୍ଯ୍ୟରେ ସଫଳତା ମିଳିବ। ଖାଇବା ପିଇବା ଏବଂ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ନୂଆ କାର୍ଯ୍ୟର ଆରମ୍ଭ ପାଇଁ ସମୟ ଅନୁକୂଳ ରହିବ ନାହିଁ। ଅଫିସ୍ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟର କାରଣରୁ ଥକା ଲାଗିବ। ଚାକିରି କରୁଥିବା ଲୋକଙ୍କୁ ଯଶ ଆଉ  ସଫଳତା ମିଳିବ। ଆର୍ଥିକ ଲାଭ ହେବ। ଦିର୍ଘ ଦିନ ଧରି ବାକି ପଡିଥିବା ଟଙ୍କା ପାଇବେ।

3/12

ମିଥୁନ:  ବୁଧଙ୍କ କୃପାରୁ କର୍ମକ୍ଷେତ୍ରରେ ସଫଳତା ମିଳିବ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀ ମାନଙ୍କର ସହଯୋଗ ମିଳିବ।  ପରିବାରରେ ହସଖୁସି ର ମାହୋଲ୍ ଦେଖିବାକୁ ମିଳିବ।  ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ବ୍ୟବସାୟରେ ଯଶ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବା ସହ ମାନସିକ ଚିନ୍ତା ଦୂର ହେବ। ନିଜ ବନ୍ଧୁମାନଙ୍କ ଠାରୁ କୌଣସି ପ୍ରକାର ସାହାର୍ଯ୍ୟ ପାଇବେ।

4/12
  କର୍କଟ:  ବୁଧଙ୍କ କୃପା ଏହି ରାଶିକୁ ଧନବାନ୍ କରିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରେ ଲାଭ ପାଇବେ। ନିଜ ବନ୍ଧୁମାନଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ମନ ଆନନ୍ଦପୂର୍ଣ୍ଣ ରହିବ। ସାର୍ବଜନିକ ଜୀବନରେ ସମ୍ମାନ ମିଳିବ।  ଆପଣ ନିଜର କଳ୍ପନାଶକ୍ତି ଓ ସୃଜନଶକ୍ତିକୁ କାର୍ଯ୍ୟରେ ଜୋଡ଼ିବେ। ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷରେ ବିଜୟୀ ହେବେ। ସ୍ବାସ୍ଥ୍ୟ ଭଲ ରହିବ।

5/12
  ସିଂହ :  କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ସପ୍ତାହ ଶେଷ ବେଳକୁ ପ୍ରିୟଜନଙ୍କ ସହିତ ସାକ୍ଷାତକରି ଖୁସି ରହିବେ। ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ରହିବ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଥିବା ଲୋକେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। ଧନ ଲାଭ ହେବ। ନୂଆ କାର୍ଯ୍ୟ ପାଇଁ ଭଲ ସମୟ ଅଟେ। ନିବେଶକାରୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ନୂତନ ଗାଡି କିମ୍ବା ଜମି କ୍ରୟ କରିପାରନ୍ତି। 

6/12
କନ୍ୟା:  ପୁରୁଣା ବିବାଦକୁ ନେଇ ଚିନ୍ତା ବଢିବ। କୌଣସି ଆଇନଗତ ମାମଲାରେ ଅଯଥାରେ ଫସି ପାରନ୍ତି। ନିଜ ଲୋକଙ୍କ ସହ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖନ୍ତୁ।  କର୍ମକ୍ଷେତ୍ରରେ ଲାଗି ରହିଥିବା  ସମସ୍ୟାର ଅନ୍ତ ଘଟିବ।  କାର୍ଯ୍ୟରେ ସଫଳତା ମିଳିବା ସହ ଧନ ଲାଭ ହୋଇପାରେ।  ମାନସିକ ଭାବେ ଆପଣ ଆନନ୍ଦିତ ରହିବେ। ସପ୍ତାହ ଶେଷ ଭାଗରେ  ମଧ୍ୟାହ୍ନ ପରେ କିଛି ଦ୍ୱନ୍ଦ୍ୱ ରହିବ। ଅଧିକ ଖର୍ଚ୍ଚ ହୋଇପାରେ। ବାହନ ସୁଖ ମିଳିବ।

7/12
ତୁଳା:  ନୂତନ କାର୍ଯ୍ୟ ଆରମ୍ଭ କରିବ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ନିଜ ପରିବାର ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ପୁରୁଣା ରୋଗକୁ ମୁକ୍ତି ମିଳିବା ସହ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେବ। ବସ୍ତ୍ରାଭୂଷଣ ତଥା ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିବାରରେ ଆନନ୍ଦ ଓ ଉଲ୍ଲାସମୟ ବାତାବରଣ ଦେଖିବାକୁ ମିଳିବ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ। 

8/12

ବିଛା:  ପୁରୁଣା ବିବାଦର ଅନ୍ତ ଘଟିଲେ ମଧ୍ୟ ମନ ଅଶାନ୍ତ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାପାଇଁ ଉପଦେଶ ଦିଆଯାଉଛି। ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ କୌଣସି ପ୍ରକାର ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

9/12
ଧନୁ :  କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ। ଚାକିରିରେ ପଦୋନ୍ନତି ହେବା ସହ ଆୟରେ ବୃଦ୍ଧି ଘଟିବ। ବ୍ୟବସାୟରେ ଅଗ୍ରଗତି କରିବ। ବ୍ୟାବସାୟୀମାନଙ୍କ ବାକି ପଡିଥିବା ଟଙ୍କା ମିଳିବ। ପିତା ତଥା ଗୁରୁଜନ ମାନଙ୍କ ଠାରୁ ଲାଭପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପରିବାରରେ ଆନନ୍ଦମୟ ବାତାବରଣ ରହିବ। ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ।

10/12

ମକର:  ବୁଧଙ୍କ କୃପାରୁ ଚମକିବାକୁ ଯାଉଛି ଏହି ରାଶିର ଭାଗ୍ୟ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଦେଶ ବ୍ୟାପାରରେ ଲାଭ ହେବ। ଆପଣଙ୍କ ହାତରେ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ ହେବ । ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ତରଫରୁ ସୁଖ ମିଳିବ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟ କ୍ଷେତ୍ରରେ ନୂତନ ପ୍ରୋଜେକ୍ଟ ପାଇବେ। ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ। 

11/12

କୁମ୍ଭ : ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅସୁବିଧା ହୋଇପାରେ। ବ୍ୟବସାୟରେ ସରକାରଙ୍କର ହସ୍ତକ୍ଷେପ ବଢ଼ିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ଆଧ୍ୟାତ୍ମିକ ଏବଂ ଧାର୍ମିକ ବ୍ୟବହାରରେ ବୃଦ୍ଧି ହେବ। ବାମ ଆଖିରେ ଅସୁବିଧା ଏବଂ ଯନ୍ତ୍ରଣାର ଆଶଂକା ଅଛି। ସ୍ତ୍ରୀ -ତଥା ସନ୍ତାନଙ୍କର ଚିନ୍ତା ରହିବ। ଚାକିରିରେ ପ୍ରମୋସନର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ବାତାବରଣ ରହିବ।

12/12
ମୀନ : ମାଙ୍ଗଳିକ କାର୍ଯ୍ୟ ଓ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ପ୍ରତିକୂଳ ରହିବ। ଅବିବାହିତମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ପ୍ରାପ୍ତ ହେବ। ଗୃହସ୍ଥ ଜୀବନ ଓ ଦାମ୍ପତ୍ୟ ଜୀବନରେ ସୁଖମୟ ହେବ। ବ୍ୟବସାୟରେ ଲାଭ ମିଳିବ। ଯେଉଁମାନେ ଦିର୍ଘଦିନ ଧରି ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବେ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)