Health Tips: ଶୀତଦିନେ ଖାଆନ୍ତୁ ଏହିସବୁ ସ୍ପେଶାଲ ନନ୍-ଭେଜ୍ ଡିସ୍, ରହିବେ ଦିନ ସାରା ଆକ୍ଟିଭ, ବଢିବ ରୋଗ ପ୍ରତିରୋଧକ ଶକ୍ତି
Best Non Veg Dishes for Winter: ଶୀତଦିନେ କମ୍ ସୂର୍ଯ୍ୟ କିରଣ ଓ ଶାରୀରିକ କାର୍ଯ୍ୟକଳାପ କମ୍ ହେତୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ। ବିଶେଷକରି, ଶୀତଦିନେ ନିଜକୁ ଫିଟ୍ ରଖିବା ପାଇଁ ଖାଦ୍ୟପେୟରେ ପୃଷ୍ଟିକର ଖାଦ୍ୟ ଓ ଆଣ୍ତା, ମାଛ, ମାଂସ ସାମିଲ୍ କରିବା ଉଚିତ୍। ଏହିସବୁ ଖାଦ୍ୟ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ତେବେ, ଆସନ୍ତୁ ଜାଣିବା କେଉଁସବୁ ଖାଦ୍ୟ ବିଶେଷକରି ଶୀତଦିନେ ଖାଇବା ଉଚିତ୍। ଯାହା ଦ୍ବାରା ଆମେ ଫିଟ୍ ରହିପାରିବା..
ଚିକେନ୍: ଚିକେନ୍-ରେ ପ୍ରୋଟିନ୍ ଭରପୂର ଅଟେ। ଯାହା ମାଂସପେଶୀ ଗଠନରେ ସାହାଯ୍ୟ କରିଥାଏ । ଏଥିରେ ଅନେକ ଖଣିଜ ପଦାର୍ଥ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଚିକେନ୍ କୁ ନିଜ ଡାଏଟରେ ସାମିଲ୍ କରିପାରିବେ। ଏ-ଥିରେ ହାଇ-ପ୍ରୋଟିନ୍, ଓଜନ ଏବଂ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ଗୁଣ ରହିଛି । ଶୀତଦିନେ ଚିକେନ୍ ସୁପ୍ ମଧ୍ୟ ଶରୀର ପାଇଁ ଖୁବ୍ ହିତକର।
ALSO READ: Chandra Gochar 2024: ଚନ୍ଦ୍ରଙ୍କ କୃପାରୁ ଚମକିବ ଏହିସବୁ ରାଶିର ଭାଗ୍ୟ, ମିଳିବ ପୁଳା ପୁଳା ଟଙ୍କା !
ମଟନ୍: ସେହିପରି, ମଟନରେ ଆଇରନ୍ ଏବଂ ଭିଟାମିନ୍ B12 ଭରପୂର ପରିମାଣରେ ରହିଥାଏ। ଯାହା ସ୍ନାୟୁ ପାଇଁ ବେଶ ଭଲ ବୋଲି ବିବେଚନା କରାଯାଏ। ଶୀତଦିନେ ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଶୀତ ଦିନେ ମଟନ୍ ଖାଇଲେ ଅନେକ ଉପକାର କରିଥାଏ | ମଟନ୍ ତରକାରୀ ଖାଇବା ମଧ୍ୟ ଲାଭଦାୟକ। ରୋଗ ପ୍ରତିରୋଧକ ଶକ୍ତି ପାଇଁ ଏହା ଭଲ ।
ମାଛ : ଶୀତଦିନେ ବିଶେଷକରି ଓମେଗା -୩ ଫ୍ୟାଟି ଏସିଡ୍ ରେ ଭରପୂର ଥିବା ମାଛ ମଧ୍ୟ ବେଶ୍ ହିତକର ହୋଇଥାଏ। ସାଲମନ୍, ହେରିଙ୍ଗ୍,ଟୋରଟ୍, ଟୁନା ମାଛ ଡାଏଟରେ ସାମିଲ୍ କରିପାରିବେ। ଏହା ହଜମ କରିବାରେ ସହାୟକ ହୋଇଥାଏ। କେଶ, ହାଡ ଓ ଚୁଟି ପାଇଁ ମଧ୍ୟ ବେଶ୍ ଭଲ।
ବିଭିନ୍ନ ପ୍ରକାର ନନଭେଜ୍ ସୁପ୍: ବିଶେଷକରି ଖାସି ମାଂସ ର ମାସ ବା ଖାସି ଗୋଡକୁ ମଧ୍ୟ ସୁପ୍ ଭାବରେ ବ୍ୟବାହାର କରାଯାଏ। ଶୀତଦିନେ ଛେଳି ଗୋଡକୁ ପ୍ରସ୍ତୁତ ହେଉଥିବା ସୁପରେ ଅଧିକ ପରିମାଣର କ୍ୟାଲସିୟମ୍, ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ। ଯାହା ହାଡକୁ ମଜବୁତ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ସହିତ ହଜମ ପ୍ରକ୍ରିୟା ପାଇଁ ଭଲ ବିବେଚନା କରାଯାଏ । ଏହି ସୁପ୍ ଶରୀରକୁ ଗରମ ରଖେ ।
ଅଣ୍ତା : ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ। ବିଶେଷକରି, ଅଣ୍ତାର କେଶରରେ ଭିଟାମିନ୍ ଡି ଥାଏ। ଯାହା ଶୀତଦିନେ ସୂର୍ଯ୍ୟ କିରଣର ଅଭାବ କୁ ପୂରଣ କରିଥାଏ। ଏଥିରେ ଭିଟାମିନ୍ ଏ ମଧ୍ୟ ମିଳିଥାଏ। ଯାହା ଆଖି ଏବଂ କେଶ ପାଇଁ ଭଲ ଅଟେ । ଶରୀର ଅଣ୍ଡାରୁ ଆମିନୋ ଏସିଡ୍ ମିଳିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ।
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)