Masala Tea: ଶୀତରେ ପିଅନ୍ତୁ ଏହି ସ୍ପେଶାଲ ଚା`, ଶରୀରକୁ ମିଳିବ କେବଳ ଫାଇଦା ହିଁ ଫାଇଦା
Masala Tea: ଅଧିକାଂଶ ଲୋକଙ୍କ ଚା’ବିନା ସକାଳ ଆରମ୍ଭ ହୁଏନି। ସାଧାରଣତଃ ସକାଳୁ ଉଠିଲେ ଚା’ଆଗ ସମସ୍ତେ ଖୋଜନ୍ତି । ଆଉ ଖାସ୍ କରି ଶୀତୁଆ ସକାଳରେ ଚା’କୁ ଆଉ ଟିକେ ସ୍ବାଦିଷ୍ଟ କରିବା ପାଇଁ ବ୍ୟବସାର କରନ୍ତୁ କିଛି ମସଲା। ଯାହା ଆପଣଙ୍କୁ ଆଉ ଟିକେ ଫିଟ୍ ରଖିବାରେ ସହାୟକ ହେବ। ତେବେ,ଏହି ମସଲା-ଯୁକ୍ତ ଚା ଶରୀର ପାଇଁ ବହୁତ୍ ଲାଭଦାୟକ ବୋଲି ବିବେଷଜ୍ଞମାନେ ମଧ୍ୟ ମତ ରଖିଛନ୍ତି। ତେବେ, ଆସନ୍ତୁ ଜାଣିବା ସେହି ଚାହା ବିଷୟରେ...
![](https://hindi.cdn.zeenews.com/hindi/sites/default/files/2024/11/19/3424449-1.jpg?im=FitAndFill=(1200,900))
ମସଲା ଚା’କିପରି ପ୍ରସ୍ତୁତ କରିବେ: ଏଥିପାଇଁ ଆବଶ୍ୟକ ରୋଷେଇ ଘରେ ଥିବା ମସଲା ଓ କ୍ଷୀର। ମସଲା ଚା’କୁ ପ୍ରସ୍ତୁତ କରିବା ପାଇଁ ସାଧାରଣତଃ ଗୁଜୁରାତି, ଅଦା, ଲବଙ୍ଗ, ଗୋଲମରିଚ ଆବଶ୍ୟକ। ଦୁଇ କପ୍ ମସଲା ଚା’ପାଇଁ ପ୍ରଥମେ ୨ ରୁ ଅଢେଇ କପ୍ କ୍ଷୀର ଗରମ କରନ୍ତୁ । ଏହାପରେ କ୍ଷୀର ଫୁଟିଲା ପରେ ସେଥିରେ ଆବଶ୍ୟକ ଅନୁସାରେ ୨ଟି ଗୁଜୁରାତି ଗୁଣ୍ତ ସହ ଆବଶ୍ୟକତା ଅନୁସାରେ, ଅଦା ଛେଚା ଓ ଚାହା ପତି ପକାଇ ଫୁଟାନ୍ତୁ । ପରେ ଗରମା ଗରମ୍ ମସଲା ଚା ପ୍ରସ୍ତୁତ ହୋଇଯିବ। ପରେ ଚାହାକୁ ଛାଣି ସାରିଲା ପରେ ସେଥିରେ କିଛି ଗୋଲମରିଚ ଗୁଣ୍ତ ପକାଇ ପିଅନ୍ତୁ। ALSO READ: ଶୁକ୍ର-ସୂର୍ଯ୍ୟ-ଶନିଙ୍କ କୃପାରୁ ବର୍ଷ ଶେଷରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଆରମ୍ଭ ହେବ ଶୁଭ ସମୟ, ବଢିବ ବ୍ୟାଙ୍କ୍ ବାଲାନ୍ସ! ALSO READ: Health Tips: ସକାଳେ ଖାଲିପେଟରେ ପିଅନ୍ତୁ ଏହି ୫ଟି ସୁପର-ଡ୍ରିଙ୍କସ୍, ଦିନସାରା ରହିବେ ଫିଟ୍
![](https://hindi.cdn.zeenews.com/hindi/sites/default/files/2024/11/19/3424448-2.jpg?im=FitAndFill=(1200,900))
ମସଲା ଚା’ଥଣ୍ତା ଦିନରେ ସାଧାରଣତଃ ଆପଣଙ୍କୁ ଥଣ୍ତାରୁ ମୁକ୍ତି ଦେବା ସହିତ ଶରୀରକୁ ଶକ୍ତି ଯୋଗାଇଥାଏ। ଏବଂ ଥକ୍କାପଣରୁ ମୁକ୍ତି ମିଳିଥାଏ।
ବିଶେଷକରି, ଶରୀରରେ ଥଣ୍ତା ଜନିତ ହେଉଥିବା ଯନ୍ତ୍ରଣାରରୁ ମଧ୍ୟ ମୁକ୍ତି ଦେଇଥାଏ। ଏବଂ ପାଦ ଫୁଲା ଓ ମୁହଁଫୁଲା ଭଳି ଥଣ୍ତା ଜନିତ ସମସ୍ୟାରୁ ରକ୍ଷା କରିଥାଏ।
ମସଲା ଚା’ରେ ଥିବା ଭିଟାମିନ୍-ସି ଶରୀରରେ ଇମ୍ୟୁନିଟି ବୃଦ୍ଧି (ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି) କରିବାରେ ମଧ୍ୟ ସହାୟକ ହୋଇଥାଏ। ମଧୁମେହ ରୋଗୀ ମଧ୍ୟ ବିନା ଚିନିରେ ପ୍ରସ୍ତୁତ ମସଲା ଚା’କୁ ପିଇପାରିବେ।
ଯଦି ଆପଣ ଥଣ୍ତା ବା କଫ୍ କିମ୍ବା ଜ୍ବରରେ ପୀଡିତ ମସଲା ଚା’ଦିନକୁ ୨ ଥର ପିଇପାରିବେ। (Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)