ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହି ଗୁରୁବାର

Horoscope of February 3: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର

ଜୀ ଓଡ଼ିଶା ଡେସ୍କ Thu, 03 Feb 2022-7:55 am,
1/12

ମେଷ

ଶାରୀରିକ ସୁସ୍ଥତା ବୋଧ ହେବ । ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ ରୂପାୟନ ଦେବେ । ଗୃହକୁ  ବନ୍ଧୁ ଆଗମନ ହୋଇପାରେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ବ୍ୟୟ ଭରା ବୃଦ୍ଧି ପାଇବ ।

2/12

ବୃଷ

ମନ ଚଞ୍ଚଳ ରହିବ । ଆୟ ପରିମାଣ ବୃଦ୍ଧି ପାଇବ । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉନ୍ନତି ପଥରେ ଆଗେଇ ଚାଲିବେ । ସରକାରଙ୍କ କୃପା ଦୃଷ୍ଟି ରହିଛି । ଜନାଦୃତ ଲାଭ କରିବେ ।   

3/12

ମିଥୁନ

ଆଜି ସ୍ୱାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି । ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ । ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ ।  ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ ।

4/12

କର୍କଟ

ଦେହ ଓ ମନ ଭଲ ରହିବ । ବିବାହ ଭୋଜିରେ ଯୋଗଦେବେ । ଆୟ ଉତ୍ତମ ହେବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ଲାଭ କରିବେ ।  

5/12

ସିଂହ

ଦିନଟି ଆପଣଙ୍କ ସପକ୍ଷରେ । ମାନସିକ ଓ ଶାରୀରିକ ସୁସ୍ଥତା ମିଳିବ । ଶତ୍ରୁ ପରାଜିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖଶାନ୍ତି ଭୋଗ କରିବେ ।

6/12

କନ୍ୟା

ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ମ କ୍ଷେତ୍ର ସହଜ ସରଳ ହେବ । ବ୍ୟବସାୟୀକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ।

7/12

ତୁଳା

ଶାରୀରିକ ଅସୁସ୍ଥତା ଦେଖାଦେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ମନ ଭାରାକ୍ରାନ୍ତ ରହିବ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତ ହେବ ।

8/12

ବିଛା

ଶରୀର ଆରୋଗ୍ୟ ରହିବ । ଆୟ ଉତ୍ତମ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ ।  

9/12

ଧନୁ

ଆଜି ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ଯୋଗୁ ବିଚଳିତ ହେବେ । ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ପ୍ରତଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତାରେ ସଫଳତା ପାଇ ପାରିବେ ।  

10/12

ମକର

କର୍ତ୍ତବ୍ୟ ପରାୟଣ ହେବେ । ଉଚ୍ଚ ଆଶା ଫଳବତୀ ହେବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

11/12

କୁମ୍ଭ

କାର୍ଯ୍ୟରେ ବାଧା ଉପୁଜିବ । ମାନସିକ ଅବସାଦ ଦେଖାଦେବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମ କ୍ଷେତ୍ରରେ ପ୍ରତିଯୋଗିତାପୂର୍ଣ୍ଣ ବାତାବରଣ ମିଳିବ ।

ଏହା ବି ପଢ଼ନ୍ତୁ:-OTT ରେ ରହିଛି ଏହି ୭ଟି ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ

ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲା ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'କବିତା ଭାବି'ଙ୍କ ଏହି ହଟ୍ ଅନ୍ଦାଜ୍

ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

12/12

ମୀନ

ଶାରୀରିକ କ୍ଲେଶ ବୃଦ୍ଧିପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link