Weather News: କାଲିଠୁ ବଦଳିବ ପାଗ, ବର୍ଷା ନେଇ ସତର୍କ ସୂଚନା
Advertisement
Article Detail0/zeeodisha/odisha2561283

Weather News: କାଲିଠୁ ବଦଳିବ ପାଗ, ବର୍ଷା ନେଇ ସତର୍କ ସୂଚନା

Rain Alert: ୧୭ ତାରିଖ (ସୋମବାର) ଦିନ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Weather News: କାଲିଠୁ ବଦଳିବ ପାଗ, ବର୍ଷା ନେଇ ସତର୍କ ସୂଚନା

Weather News: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଡିସେମ୍ୱର ୧୭ (ମଙ୍ଗଳବାର)ରୁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି। ସେହିଭଳି ଡିସେମ୍ୱର ୧୮ ବୁଧବାର ଦିନ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ସକ୍ରିୟ ଥିବା କାରଣରୁ ପାଣିପାଗରେ ପରିବର୍ତ୍ତନ ହୋଇଛି ।

ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ସହ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଯଦିଓ ଆମ ରାଜ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ ତଥାବି କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ପ୍ରକୋପ ବଢିଥିବା ଦେଖିବାକୁ ମିଳୁଛି । ଆଗକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ଅଧିକ ଅନୁଭୂତ ହେବ ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ୧୭ ତାରିଖରୁ ରାଜ୍ୟ କିଛି ଜିଲ୍ଲାରେ ମେଘୁଆ ପାଗ ରହିବ । ୧୭ ତାରିଖରେ ରାଜ୍ୟର ୨ଟି  ଜିଲ୍ଲା ଗଜପତି ଓ ଗଂଜାମରେ ବର୍ଷା ହେବାର ସମ୍ଭାବନା ଅଛି । ଦୁଇ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ୧୮ ତାରିଖ ଓ ୧୯ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଡିସେମ୍ବର ୧୯ ଗୁରବାର ଦିନ ଗଜପତି ସହ ଗଂଜାମ ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ଡିସେମ୍ୱର ପରଠାରୁ ରାଜ୍ୟରେ ପାଗ ଶୁଖିଲା ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Also Read- Aadhaar Update Last Date: ମାଗଣାରେ ସଂଶୋଧନ କରନ୍ତୁ ଆଧାର କାର୍ଡ, ଏହି ତାରିଖ ପର୍ଯ୍ୟନ୍ତ ସମୟ

Also Read- Chandra Grahan 2025: ନୂଆ ବର୍ଷରେ ଏହି ଦିନ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ତାରିଖ ସହ ସମୟ