Job And Business Horoscope: ନଭେମ୍ବର ୨୬ରେ ଫିଟିବ ୭ ରାଶିଙ୍କ ଭାଗ୍ୟ, ବାଣିଜ୍ୟ-ବ୍ୟବସାୟରେ ବଢିବ ଲାଭ!

Job And Business Horoscope: ଆଜି ନଭେମ୍ବର ୨୬ ମଙ୍ଗଳବାର। ଚିତ୍ରା ନକ୍ଷେତ୍ରରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ ଗଠନ ଓ ହନୁମାନଙ୍କ ଆର୍ଶିବାଦରୁ କନ୍ୟା, ମିଥୁନ ସମେତ ୭ ରାଶିର ଲୋକଙ୍କ ଭାଗ୍ୟରେ ଚମକିବାକୁ ଯାଉଛି। ବାଣିଜ୍ୟ-ବ୍ୟବସାୟରେ ଭଲ କାରବାର ହେବା ସହିତ ଚାକିରିଆଙ୍କ ପାଇଁ ଦିନଟି ଶୁଭ ରହିବ। କୌଣସି ଖୁସି ଖବର କର୍ମକ୍ଷେତ୍ରରୁ ପାଇବେ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ କର୍ମକ୍ଷେତ୍ରରେ ଆଜିର ଦିନ କିଭଳି ରହିବ।

Narmada Behera Nov 26, 2024, 11:04 AM IST
1/12

ମେଷ: କ୍ୟାରିୟର ଦୃଷ୍ଟି କୋଣରୁ ଦିନଟି ଅଶୁଭ ରହିବ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଯୁକ୍ତିତର୍କ କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଫଳରେ ହେବାକୁ ଥିବା ବ୍ୟବସାୟିକ ଡିଲ୍ ଫାଇନାଲ୍ ହେବ ନାହିଁ। କଳା, ସାହିତ୍ୟ, କ୍ରୀଡ଼ା ଓ ମନୋରଂଜନ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ପ୍ରତିକୂଳ ରହିବ। ଅନ୍ୟମାନଙ୍କର ସହଯୋଗ ଅଭାବରୁ ଅଫିସରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Budh Ast 2024: ୨୯ ନଭେମ୍ବରରେ ଅସ୍ତ ହେବେ ବୁଧ, ୫ ରାଶି ହେବେ ମାଲାମାଲ୍!

ALSO READ: Asima Panda Viral Video: ହୋଟେଲ୍-ରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ

 

2/12

ବୃଷ: କର୍ମକ୍ଷେତ୍ରରେ ଅପରିଚିତ ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ । କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟ ଶେଷ କରିବାରେ ସଫଳ ହେବେ।  ବ୍ୟବସାୟିକରେ  ନୂତନ ପ୍ରକଳ୍ପ ବା ଯୋଜନାକୁ କାର୍ଯ୍ୟକାରୀ କରାଇବେ । କୌଣସି କାରଣକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ରହିବେ। ପଡ଼ୋଶୀଙ୍କ ସହ କଥାକଟାକଟି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧା ଭୋଗିବେ ।

 

3/12

ମିଥୁନ: କର୍ମକ୍ଷେତ୍ରରେ ଦିନଟି ଭଲରେ କଟିବ। ଆଶା କରୁଥିବା କାର୍ଯ୍ୟର୍ ସଫଳତାର ସହ ଶେଷ କରିବାରେ ସମର୍ଥ ହେବେ। କଠିନ ପରିଶ୍ରମର ଫଳ ପାଇବେ। ଆମଦାନୀ-ରପ୍ତାନୀ ଓ ରିୟଲି-ଇଷ୍ଟେଟ୍ ବ୍ୟବସାୟୀଙ୍କ ଲାଗି ଦିନଟି ଅତ୍ୟନ୍ତ ଖାସ୍ ରହିବ। ନୂଆ ପ୍ରୋଜେକ୍ଟ ମିଳିବାର ସମ୍ଭାବନା ରହିଛି । ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ଶେଷ କରିବେ। ପ୍ରେମୀ ମାନେ ସାଥୀଙ୍କ ସହିତ ଦୂରଯାତ୍ରା କରିବେ।

 

4/12

କର୍କଟ: ରାଜନୀତି, ପ୍ରଶାସନ ଓ ସାହିତ୍ୟ କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ନୂତନ ଯୋଜନା କିମ୍ବା ଚୁକ୍ତିପତ୍ର ସ୍ବାକ୍ଷରିତ ହେବ । ଆଶା କରୁଥିବା ଦିଗରୁ କିଛି ପାଇବା ପଛରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ରହିବ । ଯେତେ ଯାହା କଲେ ମଧ୍ୟ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ଶାରିରିକ ସମସ୍ୟା ଦେଖାଦେବ। 

 

5/12

ସିଂହ:  ଆଜି ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭ ରହିବ।  ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଥିବ ଲୋକେ ସଫଳତା ପାଇବେ। ବାକି ପଡିଥିବା ଟଙ୍କା ମିଳିବ। ସଭା-ସମିତିରେ ସମ୍ମାନୀତ ହେବେ।  ପରୋକ୍ଷ ଶତ୍ରୁତା ମନକୁ ବିଚଳିତ କରିପାରେ । ପାରିବାରରେ ଲାଗି ରହିଥିବା ଅଶାନ୍ତର ଅନ୍ତ ଘଟିବ। ପରିବାରରେ କାହାର ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପ୍ରେମୀମାନଙ୍କ ପାଇଁ ଦିନଟି ଶୁଭ ରହିବ। 

 

6/12

କନ୍ୟା: କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀଙ୍କ ଆପଣଙ୍କ କାର୍ଯ୍ୟରୁ ପ୍ରଂଶସା କରିବେ। ବ୍ୟବସାୟୀମାନେ ଦୂରଯାତ୍ରା କରିବେ। କୌଣସି ବଡ଼ ଡିଲ୍ ଫାଇନାଲ୍ କରିବେ। ବ୍ୟବସାୟି ପାର୍ଟନର ସହ ହୋଇଥିବା  ଭୁଲ୍‌ ବୁଝାମଣା ଦୂର ହେବ। ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ନିଜ ପରିବାର ସହ ଦୂରଯାତ୍ରା କରିବେ। ଧାର୍ମିକ କାର୍ଯ୍ୟକଳାପ ପାଇଁ ମନବଳିବ। 

 

7/12

ତୁଳା: କ୍ୟାରିୟର ଦୃଷ୍ଟିକୋଣରୁ ଦିନଟି ଉତ୍ତମ ରହିବ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ବ୍ୟବସାୟରେ ଯୋଜନା ଅନୁଯାୟୀ କାର୍ଯ୍ୟ କଲେ ସଫଳତା ପାଇବେ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ, କୌଣସି ପ୍ରକାର ଅଘଟଣ ଘଟିପାରେ। ତେଣୁ ସାବଧାନତାର ସହିତ ଗାଡି ଚଲାନ୍ତୁ । ଭ୍ରମଣରେ ଯିବା ଠାରୁ ଦୂରେଇ ରୁହନ୍ତୁ । ପରିବାରରେ ଖୁସିର ପରିବେଶ ରହିବ ।

 

8/12

ବିଛା: ଦିନଟି ବହୁତ ଭଲ ରହିବ।  କର୍ମକ୍ଷେତ୍ରରେ କାର୍ଯ୍ୟ  ଭାର ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସହଯୋଗରେ ଶେଷ କରିବାକୁ ସମର୍ଥ ହେବେ। ବ୍ୟବସାୟୀମାନେ ବିଦେଶରେ ବ୍ୟବସାୟ ବିସ୍ତାର କରିବାର ସମର୍ଥ ହେବେ। ଆର୍ଥିକ କାରବାର ପାଇଁ ସମୟ ଶୁଭ ରହିବ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ସଂସ୍ଥାରୁ ଚାକିରି ମିଳିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନୂଆ ଗାଡି କିଣିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

9/12

ଧନୁ: ଆଜିର ପ୍ରତ୍ୟୁଷ ଯାତ୍ରାରେ ବନ୍ଧୁମିଳନ ସଙ୍ଗକୁ ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ । ଜଣେ ବନ୍ଧୁଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ଦ୍ୱାରା ସୁଫଳ ମିଳିବ । ଭ୍ରମଣ କ୍ଲାନ୍ତି ସହ ସ୍ବାସ୍ଥ୍ୟହାନି ଘଟିପାରେ । ଭାବପ୍ରବଣତାର ବଶବର୍ତ୍ତୀ ହୋଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଭଳି କାମ କରିବା ଠିକ୍‌ ହେବ ।

10/12

ମକର:  ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ଦିର୍ଘଦିନ ଧରି ସରକାରୀ ଚାକିରି ଆଶାରେ ଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବ। ଆପଣ କିଛି ପୁରୁଣା ରୋଗରୁ ମୁକ୍ତି ପାଇବେ ।  ପାରିବାରିକ ସୁଖ ଏବଂ ଧନରେ ବୃଦ୍ଧି ଘଟିବ । 

 

11/12

କୁମ୍ଭ: ଆଜି କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀ ଇର୍ସାପରାୟଣ ଭାବେ ଦେଖାଇବେ। ବାଣିଜ୍ୟ ଓ ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ପାଇବେ। ବକେୟା ଅର୍ଥ ଆଦାୟ ପାଇଁ ଅନ୍ୟର ସାହାଯ୍ୟ ନେବେ। କୌଣସି କାର୍ଯ୍ୟ ପାଇଁ ଆପଣ ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖାଦେବ। 

 

12/12

ମୀନ:  ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ । ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଅସୁବିଧା ହେବ ନାହିଁ । କାମ ହାସଲରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି କିନ୍ତୁ କରଜକୁ କେନ୍ଦ୍ରକରି କଳହ ଲାଗିପାରେ । ସାଧାରଣ କଥାରେ ଭ୍ରାତୃ ସମ୍ପର୍କ, ବନ୍ଧୁପ୍ରୀତି, ଅର୍ଥପ୍ରାପ୍ତି , ଯାତ୍ରା ଓ ଆଲୋଚନା ବାଧାପ୍ରାପ୍ତ ହେବ । ଆଜିର ଦିନରେ ଜନ୍ମ ହୋଇଥିବା ଲୋକମାନେ ବହୁତ ସରଳ ମନଭାବର ହୋଇଥାନ୍ତି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link