Job And Business Horoscope: ନଭେମ୍ବର ୭ରେ ଚମକିବ ୫ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ଚାକିରିଆଙ୍କ ସହ ବ୍ୟବସାୟୀ ପାଇବେ ଶୁଭ ଖବର!
Job And Business Horoscope: ଆଜି ନଭେମ୍ବର ୭ ଗୁରୁବାର। ଉତ୍ତରା ଆଶାଢ ନକ୍ଷେତ୍ରରେ ରବି ଯୋଗର ଶୁଭ ସମକକ୍ଷ ପ୍ରଭାବ ଓ ଭଗବାନ୍ ବିଷ୍ଣୁଙ୍କ କୃପାରୁ କନ୍ୟା, ମକର ସମେତ ୫ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଇଛି। ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଶୁଭଫଳ ପାଇବା ସହ ବ୍ୟବସାୟୀମାନଙ୍କର ବାଣିଜ୍ୟ ବ୍ୟବସାୟ ବେଶ୍ ଭଲ ହେବ। କର୍ମକ୍ଷେତ୍ରକୁ ନେଇ କୌଣସି ଶୁଭଖବର ମିଳିପାରେ। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ ଆଜି ୧୨ଟି ରାଶିଙ୍କ ପାଇଁ କେମିତି ରହିବ ଆଜିର ଦିନ?
)
ମେଷ: କ୍ୟାରିୟର ଦୃଷ୍ଟିକୋଣରୁ ଦିନଟି ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ କୌଣସି ସଂସ୍ଥାରୁ କଲ୍ ବା ଅଫର୍ ଲେଟର ମିଳିବ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବନି । ଯାହାକୁ ନେଇ ଟେନସନ୍ ରେ ରହିବେ। କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିପାରବେ। ଯାହାକୁ ନେଇ ଉତ୍ସାହିତ ରହିବେ। ପରିବାର ସହ ପିକନିକ୍ ଯିବା ପାଇଁ ପ୍ଲାନ୍ କରିବେ।
ALSO READ: Weather Update: ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ
)
ବୃଷ: ଆଜି କର୍ମକ୍ଷେତ୍ରରେ ଆଶାତିତ ସଫଳତା ମିଳିବ। ପ୍ରସାଶନିକ ସେବା ସହିତ ଜଡିତ କିମ୍ବା ଜନପ୍ରତିନିଧି ଅଧିକ ଶୁଭଫଳ ଅଧିକ ପାଇବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭ ରହିବ। ବ୍ୟବସାୟରେ କାରବାର ବୃଦ୍ଧି ପାଇବ। ସାସଂରିକ ଜୀବନ ସୁଖମୟ ହେବା ସହ ଆନନ୍ଦଭରା ରହିବ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ। ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ପାଇ ମନ-ପ୍ରଫୁଲ୍ଲିତ ରହିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।
ମିଥୁନ: କର୍ମକ୍ଷେତ୍ରରେ ଦିନଟି ପ୍ରତିକୂଳ ରହିବ। କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ଯାହାକୁ ନେଇ ଟେନସନ୍ ରେ ରହିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିବ। ବ୍ୟବସାୟରେ ଅଚାନକ ଖର୍ଚ୍ଚ ବୃଦ୍ଧି ପାଇବ। ବାକିପଡିଥିବା ଟଙ୍କା ମିଳିବ। ଟଙ୍କା-ପଇସାକୁ ନେଇ ଘରେ କଳହ ସୃଷ୍ଟି ହେବ। ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନ୍-ରେ ରହିବେ। ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ନାହିଁ ।
କର୍କଟ: ଦିନଟି ଆପଣଙ୍କ ଲାଗି ଶୁଭ ରହିବ। ଆର୍ଥିକ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ରାଜନୈତିକ କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ଭଲ ରହିବ। କର୍ମକ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ହେବ। ପଦୋନ୍ନତି ମିଳିବା ସହ ଦରମା ବଢିବ। ମହିଳାମାନ କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି।
ସିଂହ: ଆଜିର ଦିନଟି ବ୍ୟବସାୟିକ ଦିଗରୁ ଉତ୍ତମ ରହିବ। ଆର୍ଥିକ ଦିଗଟି ସ୍ୱଛଳ ରହିବ। ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବେ। ପାରିବାରିକ ଜୀବନ ସୁଖମୟ ହେବ। ହେଲେ, ଚନ୍ଦ୍ରଶୁଦ୍ଧି ନ ଥିବାରୁ କୌଣସି ଶୁଭକାମ ଆରମ୍ଭ କରିବେ ନାହିଁ । ନଚେତ୍ ସଫଳତା ପାଇବେ ନାହିଁ। ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ସମୟ ବିତେଇବେ।
କନ୍ୟା: ଆଶାଢ ନକ୍ଷେତ୍ରରେ ରବି ଯୋଗର ଶୁଭ ସମକକ୍ଷ ପ୍ରଭାବରେ ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ବ୍ୟବସାୟିକ ଦୃଷ୍ଟିକୋଣରୁ ଲାଭବାନ ହେବେ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ସ୍ଥାନରୁ ଭଲ ଚାକିରି ମିଳିପାରେ। ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ। ପାରିବାରିକ ଶାନ୍ତି ମିଳିବ। ।
ତୁଳା: ରବି ଯୋଗର ଶୁଭ ସମକକ୍ଷ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ହେବ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ। ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ବ୍ୟବସାୟୀଙ୍କ ମାନେ ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ନିଜ ପରିବାର ସହ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରେମୀମାନେ ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଡେଟ୍-ରେ ଯିବେ। ଆଜି କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ।
ବିଛା: ଆଜି ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିବେ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ଲୋଡିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଛୋଟମୋଟ ଦୁର୍ଘଟଣା ଘଟିପାରେ ତେଣୁ ଟିକିଏ ସତର୍କତା ଅବଲମ୍ବନ କରିବେ । ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ଧନୁ: ଆଜିର ଦିନଟି ଅଶୁଭ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନ ଇର୍ସାପରାୟଣ ଭାବ ଦେଖାଇବେ। ପେଣ୍ତିଂ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ଠାରୁ ଗାଳି ବା କଟୁ କଥା ଶୁଣିବାକୁ ମିଳିପାରେ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ଲାଗି ସମୟ ଭଲ ରହିବ। ଚେଷ୍ଟା କରନ୍ତୁ ସଫଳତା ପାଇବେ। ପରିବାରରେ ହୋଇଥିବା ମନୋମାଳିନ୍ୟ ସବୁ ଦୂର ହେବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ।
ମକର: ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ। ମାତ୍ର ମାନସିକ ସ୍ତରରେ ଦିନ ଭରି ଦ୍ୱନ୍ଦ ମଧ୍ୟରେ ରହିବେ । ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ନୂଆ ଜମି କିମ୍ବା ଗାଡି କିଣିବାର ସ୍ବପ୍ନ ପୂରଣ ହେବ। ସ୍ବାସ୍ଥ୍ୟ ଭଲ ରହିବା ସହ କୌଣସି ସ୍ଥାନକୁ ହଠାତ୍ ଯାତ୍ରା କରିବାକୁ ପଡିପାରେ।
କୁମ୍ଭ: ବ୍ୟବସାୟୀ ଓ ଚାକିରିଆମାନଙ୍କ ପାଇଁ ଦିନଟି ଠିକ୍-ଠାକ୍ ରହିବ। ବ୍ୟବସାୟରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସାହାର୍ଯ୍ୟ-ସହଯୋଗ ପାଇ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାର ସମର୍ଥ ହେବେ। ଆୟ ବଢିବା, ସଂଚୟ ପାଇଁ ଯୋଜନା କରିବେ। ଘରେ କୌଣସି ଶୁଭ କାର୍ଯ୍ୟ ହେବ। ମାତାଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ଖରାପ୍ ହୋଇପାରେ।
ମୀନ: କର୍ମକ୍ଷେତ୍ରରେ କୌଣସି ପ୍ରକାର ବିବାଦ ସୃଷ୍ଟି ହୋଇପାରେ। ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କ ଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି। ବ୍ୟବସାୟୀମାନେ ନିଜ ପାର୍ଟନରଙ୍କ ସହ ଟଙ୍କା ପଇସାକୁ ନେଇ କୌଣସି ପ୍ରକାର ଯୁକ୍ତିତର୍କ ହୋଇପାରେ। ଘରେ ଶାନ୍ତିର ବାତାବରଣ ରହିବ। ଦୂରଯାତ୍ରାରୁ ଶୁଭଫଳ ପାଇବେ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)