Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସାଙ୍ଗକୁ...

Guru Vakri 2024: ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଦାନ, ପୁଣ୍ୟ ,ଧନ ଓ ଜ୍ଞାନର କାରକ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏହି କ୍ରମରେ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ଅକ୍ଟୋବର ୯ ତାରିଖ ସକାଳ ୯ଟା ୪୦ ମିନିଟ୍ ସମୟରେ ପୁଣି ଥରେ ସେହି ରାଶିକୁ ଓଲଟା ଚଳନ କରିବେ। ଏବଂ ସେହି ରାଶିରେ ଫେବୃଆରୀ ୫,୨୦୨୫ ପର୍ଯ୍ୟନ୍ତ ରହିବେ। ଯଦି ଜାତକରେ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ ପ୍ରକାର ସୁଖ ସହ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଆନ୍ତି। ଦୀପାବଳୀ ପୂର୍ବରୁ ଦେବଗୁରୁଙ୍କ ଓଲଟା ଚଳନ କିଛି ରାଶିଙ୍କ ଭାଗ୍ୟ ଖୋଲିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Tue, 10 Sep 2024-7:38 am,
1/5

ମିଥୁନ: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।  ଦିର୍ଘ ଦିନର ଆଶା ପୂରଣ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବା ପାଇଁ ସଫଳ ହେବେ। ଯେଉଁଥିରୁ ଲାଭବାନ୍ ହେବେ। ବାକି ପଡିଥିବା ଟଙ୍କା ମିଳିବ। ନୂଆ ଗାଡି କିଣିବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନଚେତ୍ ସମସ୍ୟାରେ ପଡିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଧାର୍ମିକ ଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟାଙ୍କିଂ, ଇନସ୍ୁରାନ୍ସ ଓ ଡିଜିଟାଲ୍ ମାର୍କେଟିଂ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। 

ALSO READ: Shani Vakri 2024: କୁମ୍ଭରେ ଶନିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କ ଉଦୟ ହେବ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

ALSO READ: Today Horoscope: ସିଂହ-କନ୍ୟା ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

2/5

  କର୍କଟ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଆୟ ବୃଦ୍ଧି ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡିତ ଥିବା ଲୋକେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବ୍ୟାଙ୍କ୍ ବାଲାନ୍ସ ବଢିବ। ସଂଚୟ କରିବାରେ ସଫଳ ହେବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ଖୁସି ଖବର ପାଇବେ। ବେସରକାରୀ ଚାକିରିଆମାନେ କର୍ମକ୍ଷେତ୍ରରେ ପ୍ରଶଂସା ସାଉଁଟିବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ପାରିବାରିକ ଜୀବନ ସୁଖମୟ ହେବ। 

3/5

କନ୍ୟା: ଦେବଗୁରୁ ବୃହସ୍ପତିଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ।  ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ସରକାରୀ ଚାକିରିଆମାନେ ପଦୋନ୍ନତି ମିଳବ। ଦରମା ବଢିବା ସହ ମନ ପସନ୍ଦର ସ୍ଥାନକୁ  ଟ୍ରାନ୍ସଫର ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବେ। ଦାମ୍ପତ୍ୟ ଜୀବନ ଏତେ ଖାସ୍ ରହିବ ନାହିଁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା-ପଇସାକୁ ନେଇ କଳହ ଦେଖାଦେବ। ମାନସିକ ଅଶାନ୍ତି ଦେଖାଦେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

4/5

  ବିଛା: ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିକୁ ଧନବାନ୍ କରାଇବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। କ୍ୟାରିୟରକୁ ନେଇ କୌଣସି ଖୁସି ଖବର ପାଇ ପାରନ୍ତି। କୌଣସି ସ୍ଥାନରୁ ଭଲ ଚାକିରି ଅଫର ମିଳିପାରେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ନିଯୁକ୍ତି ମିଳିବ। ନୂତନ କରି ବିବାହ କରିଥିବା ଲୋକ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ରାଜନୈତିକ କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ । ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ଖୁସ୍ ଖବର ପାଇପାରନ୍ତି। ଦିର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ଲୋକଙ୍କର ବିବାହ ହୋଇପାରେ।  

5/5

ଧନୁ: ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖିଥିବା ଛାତ୍ରାଛାତ୍ରୀ ମାନେ ବିଦେଶରେ ପଢିବା ପାଇଁ ସୁଯୋଗ ମିଳିବ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରୀମାନେ ଭଲ ରେଜଲ୍ଟ କରିବେ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ପଦୋନ୍ନତି ମିଳିବା। ଆୟରେ ବୃଦ୍ଧି ଘଟିବ। ରିୟଲି-ଇଷ୍ଟେଟ୍ ରେ ଜଡ଼ିତ ଥିବା ଲୋକେ ନୂତନ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ ରୋଜଗାର କରିବେ। ସେୟାର ବଜାର ଓ ଲଟେରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link