Lucky Zodiac Sign: ୨୬ ଡିସେମ୍ବରରେ ଉଭୟଚାରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 26 december 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Prabhudatta Moharana Dec 26, 2024, 00:02 AM IST
1/5

ବୃଷ ରାଶି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ବେଶ ସ୍ପେଶାଲ ରହିବାକୁ ଯାଉଛି। ଆଜି ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଧାର୍ମିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ଦୂର ଯାତ୍ରାରେ ଯାଇପାରନ୍ତି। ଏହି  ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରନ୍ତି। ଚାକିରିଆମାନଙ୍କ ପାଇଁ ପାର୍ଟ ଟାଇମ ଚାକିରି ପାଇଁ ଅଫର ମିଳିପାରେ। ପରିବାରରେ ଚାଲିଥିବା ବିବାଦର ଅନ୍ତ ହେବ।

2/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବାକୁ ଯାଉଛି। ଭଗବାନ ବିଷ୍ଣୁଙ୍କ କୃପାରୁ ସିଂହ ରାଶିର ବ୍ୟକ୍ତିବିଶେଷ ସଫଳତାର ଶୀର୍ଷ ଛୁଇଁବେ। ବିଦ୍ୟାର୍ଥିଙ୍କୁ ଇଚ୍ଛାମୁତାବକ ସଫଳତା ମିଳିବ।  ପରିବାରରେ ଖୁସିର ମାହୋଲ ରହିବ। ଉଚ୍ଚଶିକ୍ଷା ପାଇଁ ରାସ୍ତା ସଫା ହେବ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟକ୍ରମରେ ସମୟ ଅତିବାହିତ କରିବେ। 

3/5

ତୁଳା ରାଶି ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସଫଳତାପୂର୍ଣ୍ଣ ରହିବ। ପ୍ରତିଟି କ୍ଷେତ୍ରରେ ଭଗବାନ ବିଷ୍ଣୁଙ୍କ ଆଶିର୍ବାଦ ଲାଭ କରିବେ। ଆଜି ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ରହିବ। ପ୍ରେମ ଜୀବନ ମଧ୍ୟ ବେଶ ଖୁସି ରହିବ। ପାର୍ଟନରଙ୍କୁ ନେଇ ଆପଣ ବେଶ ଖୁସି ଅନୁଭବ କରିବେ। ଆଜି ଜମିବାଡ଼ି କିମ୍ବା ଘର କିଣିବା ନେଇ ଯୋଗ ରହିଛି। ମହାଦେବଙ୍କ କୃପାରୁ ସମସ୍ତ ମନୋସ୍କାମନା ପୁରଣ ହେବ। ସନ୍ଧ୍ୟାରେ ପିଲାମାନଙ୍କ ପକ୍ଷରୁ ଖୁସି ଖବର ପାଇ ପାରନ୍ତି। 

4/5

ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଫଳପ୍ରଦ ରହିବ। ମକର ରାଶିର ବ୍ୟକ୍ତିବିଶେଷ ପୈତୃକ ସମ୍ପତିରୁ ଭାଗ ପାଇପାରନ୍ତି। ଫଳରେ ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟକ୍ତିଗତ ଓ ବୃତ୍ତିଗତସ୍ତରରେ ସମସ୍ୟା ଦୂର ହେବ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। ଚାକିରିଆ ମାନଙ୍କୁ ଖୁସି ଖବର ମିଳିପାରେ। ବ୍ୟବସାୟୀମାନେ ନିଜର ବ୍ୟବସାୟକୁ ବୃଦ୍ଧି କରିପାରନ୍ତି। ଭାଇ-ଭଉଣୀଙ୍କ ସହିତ ଦୂରସ୍ଥାନ ଭ୍ରମଣରେ ଯାଇପାରନ୍ତି।ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ସମୟ ଅତିବାହିତ କରିପାରନ୍ତି।

5/5

କୁମ୍ଭ ରାଶି କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଚମତ୍କାରପୂର୍ଣ୍ଣ ରହିବାକୁ ଯାଉଛି। କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହିବେ। ଚାଲିଥିବା ମାମଲା କୋର୍ଟ କଚେରୀ ମାମଲାରେ ସଫଳତା ହାସଲ କରିବେ। ପରିବାରର କୌଣସି ସଦସ୍ୟଙ୍କ ପାଇଁ ଖୁସିଖବର ମିଳିପାରେ। ବ୍ୟବସାୟୀମାନେ ନୁଆ ପ୍ରୋଜେକ୍ଟରେ କାର୍ଯ୍ୟ କରି ମୋଟା ଅଙ୍କର ଟଙ୍କା ରୋଜଗାର କରିବେ। ନୂଆବର୍ଷ ପାଇଁ ବନ୍ଧୁଙ୍କ ସହିତ ବୁଲିବାକୁ ଯାଇପାରନ୍ତି। ସନ୍ଧ୍ୟାରେ ବାପା-ମାଙ୍କ ସହିତ ସମୟ ଅଥିବାହିତ କରିବେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link