Lucky Zodiac Sign: ଅକ୍ଟୋବର ୨୮ରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 28th October 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୋମବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Prabhudatta Moharana Sun, 27 Oct 2024-11:19 pm,
1/5

ମେଷ ରାଶି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ହେବାକୁ ଯାଉଛି। ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ପୁରୁଣା ନିବେଶରୁ ମୋଟା ଅଙ୍କର ଲାଭ ମିଳିପାରେ। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିପାରନ୍ତି। ସୃଜନଶୀଳ କାର୍ଯ୍ୟରେ ସଫଳତା ହାସଲ କରିବେ। ଚାକିରିଆମାନଙ୍କୁ କାର୍ଯ୍ୟାଳୟ ତରଫରୁ ଉପହାର ମିଳିପାରେ।ବ୍ୟବସାୟୀମାନେ ନୂତନ ଯୋଜନା ଅନୁଯାୟୀ କାର୍ଯ୍ୟ କରି ଲାଭାନ୍ୱିତ ହେବେ। ପରିବାରରେ ଦୀପାବଳି ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ରହିପାରନ୍ତି।  ସନ୍ଧ୍ୟାରେ ଦୀପାବଳି ପାଇଁ କିଣାକିଣିରେ ବ୍ୟସ୍ତ ରହିପାରନ୍ତି। 

2/5

କର୍କଟ ରାଶି କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ବେଶ ପ୍ରଭାବଶାଳୀ ରହିବାକୁ ଯାଉଛି। କର୍କଟ ରାଶିର ବ୍ୟକ୍ତି ବିଶେଷମାନେ ନିଜର କାର୍ଯ୍ୟକୁ ନେଇ ବେଶ ସନ୍ତୋଷ ଲାଭ କରିବେ। ଜୀବନସାଥୀଙ୍କୁ ନେଇ ଘରୋଇ ଜିନିଷ କିଣିପାରନ୍ତି। ନିବେଶରୁ ମୋଟା ଅଙ୍କର ଲାଭ କମାଇପାରନ୍ତି। ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି। ପାରିବାରିକ ସମ୍ପର୍କରେ ସୁଧାର ଆସିବ। ବ୍ୟବସାୟୀମାନେ ଭଲ ଆୟ କରିବେ। ସନ୍ଧ୍ୟାରେ ପରିବାରରେ ହସଖୁସିର ମାହୋଲ ରହିବ। 

3/5

ସିଂହ ରାଶି ଆଜି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ସକରାତ୍ମକ ହେବାକୁ ଯାଉଛି। ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ବ୍ୟବହାର ଅତ୍ୟନ୍ତ ବିନମ୍ର ଓ ମିଠାଭରା ରହିବ। ବ୍ୟବହାର ବଳରେ ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତିରେ ମଧ୍ୟ ମଜବୁତ ହେବ। ଅଟକି ଥିବା ଧନରାଶି ଫେରିପାଇବେ। ବ୍ୟବସାୟୀମାନେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରହିପାରନ୍ତି। ପାରିବାରି ଓ ବୈବାହିକ ଜୀବନରେ ସୁଧାର ଆସିବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିପାରନ୍ତି। 

 

4/5

ମକର ରାଶି ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ସାହିତର ଦିନ ହେବାକୁ ଯାଉଛି। ମକର ରାଶିର ବ୍ୟକ୍ତି ବେଶ ଖୁସି ରହିବେ। କିଛି ଖୁସି ଖବର ମିଳିପାରେ। ଆତ୍ମବିଶ୍ୱାସ ମଜବୁତ ହେବ। ପ୍ରେମଯୁଗଳଙ୍କ ସମ୍ପର୍କ ମଜବୁତ ହେବ। ବିବାହ ଯୋଗ ମଧ୍ୟ ରହିଛି। ବ୍ୟବସାୟୀମାନେ ମୋଟା ଅଙ୍କର ଆୟ କରିବେ। ବ୍ୟବସାୟକୁ ନେଇ ନୂଆ ସମ୍ପର୍କ ସ୍ଥାପନ କରିବେ। ସନ୍ଧ୍ୟାସମୟରେ ପରିବାର ସହିତ ସମୟ ଅତିବାହିତ କରିବେ। 

5/5

କୁମ୍ଭ ରାଶି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଆଜି ଠାରୁ କୁମ୍ଭ ରାଶିର ବ୍ୟକ୍ତିମାନେ ମୋଟା ଅଙ୍କର ଧନ ରୋଜଗାର କରିବାରେ ସକ୍ଷମ ହେବେ। ଋଣ ମୁକ୍ତ ହେବେ। ନୂଆ ଗାଡି କିମ୍ବା ଜାଗାବାଡି କିଣିପାରନ୍ତି। ସାମାଜିକ କିମ୍ବା ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିପାରନ୍ତି। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଧାର୍ମିକ କାର୍ଯ୍ୟରେ ସାମିଲ ହୋଇ ପାରନ୍ତି। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link