Magha Saptami 2025: ମାଘ ସପ୍ତମୀରେ ଦୁର୍ଲଭ ଯୋଗ, ଉଦୟ ହେବ ଏହି ୩ ରାଶିଙ୍କ ଭାଗ୍ୟ!

Magha Saptami 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଫେବୃଆରୀ ୪ ତାରିଖରେ ପଡୁଛି ମାଘ ସପ୍ତମୀ। ଏହି ଦିନ ସୂର୍ଯ୍ୟଦେବଙ୍କର ଜନ୍ମଦିନ। ବର୍ତ୍ତମାନ ସୂର୍ଯ୍ୟଦେବ ମକର ରାଶିରେ ବିରାଜମାନ ଅଛନ୍ତି। ମାଘ ସପ୍ତମୀ ଦିନ ସକାଳ ୮ଟା ୪୬ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ମାଘ ସପ୍ତମୀରେ ଗୋଟିଏ ରାଶିରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଜାତକରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଜୀବନରେ ସମସ୍ତ ସଫଳତା ହାସଲ କରିବା ସହିତ ମାନସିକ ଶାନ୍ତି ପାଇଥାଏ। ବିଶେଷକରି, ପ୍ରେମ-ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ। ତେବେ, ଆସନ୍ତୁ ଜାଣିବା, ଚନ୍ଦ୍ର ଓ ସୂର୍ଯ୍ୟଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି...

Narmada Behera Jan 28, 2025, 12:16 PM IST
1/3

ବୃଷ: ମାଘ ସପ୍ତମୀରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ଆର୍ଥିକ ସ୍ଥିତି ବଦଳିବ। କ୍ୟାରିୟରେ ଉନ୍ନତି ହେବା ସହିତ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ଦିର୍ଘ ଦିନ ହେବ ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ଯୋଗ ରହିଛି। ଆୟରେ ବୃଦ୍ଧି ହେବା ସହ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଯେଉଁମାନେ ବେସରକାରୀ ସଂସ୍ଥାରେ ଚାକିରି କରୁଛନ୍ତି ସେମାନଙ୍କର ଦରମା ବୃଦ୍ଧି ହେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟୀମାନେ ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ସ୍ବାସ୍ଥ୍ୟଭଲ ରହିବ।    ALSO READ: Gold Rate Today: ଆଜି ସୁନା ଦରରେ ବୃହତ ହ୍ରାସ , ଭରି ପିଛା ଏତେ ଶହ ଖସିଲା ରେଟ୍ ALSO READ: Dwadash Yog 2025: ଫେବୃଆରୀରେ ଶନି-ବୁଧଙ୍କ ଦ୍ବାଦଶ ଯୋଗ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ବ୍ୟବସାୟୀ!

2/3

  କର୍କଟ :  ମାଘ ସପ୍ତମୀରେ ପଡୁଥିବ ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବ୍ୟବସାୟୀଙ୍କୁ ମୋଟା ଅଙ୍କର ଆର୍ଥିକ ଲାଭ ମିଳିବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ବିଦେଶ ଯିବାର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହ ହୋଇଥିବା ମନୋ ମାଳିନ୍ୟ ଦୂର ହେବ।  ଘର କିଣିବାର ସ୍ବପ୍ନ ପୂରଣ ହେବ। ବ୍ୟାଙ୍କିଂ, ଇନସୁରାନ୍ସ ଓ ମାର୍କେଟିଂ କ୍ଷେତ୍ରରେ ଥିବା ଲୋକେ ସମୟ ପୂର୍ବରୁ ନିଜ ଟାର୍ଗେଟ୍ କୁ ପୂରଣ କରିବାରେ ସଫଳ ହେବେ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। 

3/3

ମକର: ମାଘ ସପ୍ତମୀରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିର ଭାଗ୍ୟ ଉଜ୍ଜଳ କରିବ।  ସୂର୍ଯ୍ୟ- ଚନ୍ଦ୍ରଙ୍କ ଆର୍ଶିବାଦରୁ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ନେଇ କୌଣସି କମ୍ପାନୀରୁ ଅଫର ଲେଟର ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବାଣିଜ୍ୟ-କାରବାର ଭଲ ଚାଲିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଦି-ର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କେଚରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କର ବିବାହ ଯୋଗ ଫିଟିବ। ନିଜ ପରିବାର ସହ ଭଲ ସମୟ ଅତିବାହିତ କରିବେ।      (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link