Malavya Rajyog 2025: ଏହିସବୁ ରାଶିଙ୍କ ଭାଗ୍ୟ ଫିଟାଇବ ମାଲଭ୍ୟ ରାଜଯୋଗ, ଲାଭବାନ୍ ହେବେ ଚାକିରିଆଙ୍କ ସହ ବ୍ୟବସାୟୀ!

Malavya Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତା ବର୍ଷ ୨୦୨୫ରେ ତିନୋଟି ବଡ଼ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନି, ରାହୁ ଓ କେତୁ ମୂଳ ରାଶି ପରିବର୍ତ୍ତନ କରିବେ। ଏହି କ୍ରମରେ ଶୁକ୍ର ଜାନୁଆରୀ ୨୮ରେ ମୀନ ରାଶିକୁ ଚଳନ କରିବାକୁ ଯାଉଛନ୍ତି। ମୀନରେ ଶୁକ୍ରଙ୍କ ଶୁଭ ଚଳନ ଏହିସବୁ ରାଶିପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ମାଲଭ୍ୟ ରାଜଯୋଗ କେଉଁ ରାଶିର ଭାଗ୍ୟ ଚମକାଇବାକୁ ଯାଉଛି।....

Narmada Behera Dec 05, 2024, 12:10 PM IST
1/3

ମୀନ: ମାଲଭ୍ୟ ରାଜଯୋଗ ଏ-ହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ବିଶେଷକରି, ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷ କରି, କ୍ୟାରିୟର ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟୀମାନେ ଅବିବାହିତ ପୁଅ-ଝିଅଙ୍କ ପାଇଁ ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।  

ALSO READ: Guru Gochar 2025: ୨୦୨୫ରେ ଏହିସବୁ ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ବୃହସ୍ପତି, କର୍ମକ୍ଷେତ୍ରରେ ମିଳିବ ପଦୋନ୍ନତି ସହ...

ALSO READ: Gold Rate Today: ଲଗାତାର ତୃତୀୟ ଦିନରେ ବଢିଲା ସୁନା ରେଟ୍, ଜାଣନ୍ତୁ ଭୁବନେଶ୍ବରରେ ଭରି ପିଛା କେତେ ରହିଛି ମୂଲ୍ୟ?

2/3

ଧନୁ: ମାଲଭ୍ୟ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଧାର-କରଜ କରିଥିବା ଋଣ ଟଙ୍କାକୁ ସୁଝିବାରେ ସମର୍ଥ ହେବେ।  ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ବରିଷ୍ଠ ଅଧିକାରୀଙ୍କ ପ୍ରଂଶସାର ପାତ୍ର ହେବେ। ବ୍ୟବସାୟୀମାନଙ୍କର ବାଣିଜ୍ୟ-ବ୍ୟବସାୟରେ ଲାଗିଥିବା ସମସ୍ୟା ଦୂର ହେବେ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

 

3/3

କର୍କଟ: ସାମ୍ବାଦିକ, ଟେଲିଭିଜନ୍, ଅନଲାଇନ୍ ମାର୍କେଟିଂ, ସାହିତ୍ୟ ଓ କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବା ସହିତ ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link