Budh Vakri 2024: ଆସନ୍ତାକାଲି ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୁଧ, ମିଳିବ ଶୁଭଫଳ ସହ...

Budh Vakri 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବ୍ୟବସାୟ, ବାଣିଜ୍ୟ, ବୁଦ୍ଧି ଓ ବାଣୀର କାରକ ବୋଲି ବିବେଚନା କରାଯାଏ। ଗ୍ରହମାନଙ୍କ ରାଜକୁମାର ବୁଧ ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାକାଲି ସକାଳ ୬ଟା ୧୦ ମିନିଟ୍ ସମୟରେ ସିଂହ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଜାତକରେ ବୁଧଙ୍କ ସ୍ଥିତି ଭଲ ଥିଲେ ବ୍ୟକ୍ତି ଜୀବନରେ ସମସ୍ତ ସୁଖ ସମୃଦ୍ଧିର ଅଧିକାରୀ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ବୁଧ ଅଗଷ୍ଟ ମାସରେ କେଉଁ ସବୁ ରାଶି ଉପରେ ଧନ ବର୍ଷା କରିବାକୁ ଯାଉଛନ୍ତି।

Narmada Behera Tue, 06 Aug 2024-10:10 am,
1/4

ସିଂହ: ବୁଧଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷ କରି, ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଯେଉଁମାନେ ଆମଦାମୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଅଛନ୍ତି । ସେମାନେ ବ୍ୟବସାୟରେ ଭଲ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ।  କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ।  ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଘରେ କୌଣସି ମାଙ୍ଗଳିକ ବା ଶୁଭ କାର୍ଯ୍ୟ ହୋଇପାରେ। ଏହି ସମୟରେ କୌଣସି ସ୍ଥାନରେ ଟଙ୍କା ବିନିଯୋଗରୁ ନିବୃତ୍ତ ରହିବା ଭଲ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। 

ALSO READ:  Surya Gochar 2024: ଅଗଷ୍ଟ ୧୬ରେ ସୂର୍ଯ୍ୟଦେବ ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

 

2/4

ମିଥୁନ:  ଏହି ରାଶିଙ୍କ ପାଇଁ ଚଳିତ ମାସ ଅତ୍ୟନ୍ତ ଶୁଭ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ବେକାରିମାନେ ଭଲ ଚାକିରି ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ବୈବାହିତ ଜୀବନ ସୁଖମୟ ହେବ। ନବ ବିବାହିତମାନେ ସନ୍ତାନପ୍ରାପ୍ତ ନେଇ କୌଣସି ଖୁସି ଖବର ପାଇପାରନ୍ତି। ନିଜ ପରିବାର ଲୋକଙ୍କ ଠାରୁ ବଡ଼ ସାହାର୍ଯ୍ୟ ପାଇପାରନ୍ତି। ବ୍ୟବସାୟୀମାନେ ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କଲେ ଦ୍ବି-ଗୁଣିତ ଲାଭ ପାଇବେ। ନିଜ ସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 

 

3/4

ତୁଳା :  ବୁଧଙ୍କ କୃପା ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଆୟରେ ବୃଦ୍ଧି ହେବ।  ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ତେବେ, ଏହି ସମୟ ବିନିଯୋଗ ପାଇଁ ଅନୁକୂଳ ରହିବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଯେଉଁମାନେ ଅବିବାହିତ। ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ମିଳିପାରେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ଆଶାୟୀ ବା ଛାତ୍ରଛାତ୍ରୀମାନେ ଭଲ ରେଜକ୍ଟ କରିବେ। ବୈବାହିକ ଜୀବନ ସୁଖମୟ ହେବ। 

 

4/4

ଧନୁ:  ବୁଧଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଫଳଦାୟୀ ରହିବ। କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରା ହେବ।  ପୁରୁଣା ବିନିଯୋଗରୁ ଲାଭ ପାଇବେ। କଠିନ ପରିଶ୍ରମ ଫଳ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା। ଏବଂ ଦୂରଯାତ୍ରା ସମୟରେ ସତର୍କ ରୁହନ୍ତୁ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link