Mouth Ulcer Home Remedy: ପାଟିରେ ଘା` ହୋଇଛି କି ? କରନ୍ତୁ ଏହି ଘରୋଇ ଉପଚାର
How to cure mouth ulcers: ପାଟି ଘା ’ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ । ସାଧାରଣତଃ ଏହା ହରମୋନ୍ ଅସନ୍ତୁଳନ, ଅମ୍ଳତା, ଭିଟାମିନ୍ ବି ଏବଂ ସିର ଅଭାବ ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟର ଅଭାବ ହେତୁ ହୋଇଥାଏ ।
ପାଟିରେ ଘା' କିମ୍ବା କ୍ଷତ ହେବାର କୌଣସି ନିର୍ଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଭିନ୍ନ କାରଣ ହୋଇପାରେ । ସାଧାରଣତଃ ହରମୋନ୍ ଅସନ୍ତୁଳନ, ଅମ୍ଳତା, ଲୌହ, ଭିଟାମିନ୍ ବି ଏବଂ ସି ର ଅଭାବ ତଥା ଅନ୍ୟାନ୍ୟ ପୁଷ୍ଟିକର ଅଭାବ କାରଣରୁ ଏହା ହୋଇଥାଏ । ଏହା ବ୍ୟତୀତ ଏହା ଧୂମପାନ, ମସଲାଯୁକ୍ତ ଖାଦ୍ୟ, ଜିଭକୁ ଦାନ୍ତରେ କାମୁଡ଼ିବା, ଚାପ, ଗର୍ଭଧାରଣ ଏବଂ ଜେନେଟିକ କାରଣରୁ ଭିତର ଗାଲ ଚର୍ମ ଖରାପ ହୋଇଥାଏ । ତେବେ ଏକ ଭଲ କଥା ହେଉଛି ଯେ, ଏହାର ଚିକିତ୍ସା କରାଯାଇପାରିବ । କେତେକ ଔଷଧ ପାଟି ଘାକୁ ଭଲ କରିଥାଏ । କିଛି ଘରୋଇ ଉପଚାର ମଧ୍ୟ ରହିଛି ଯାହା ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ଦେଇପାରେ ।
ପାଟି ଘା ’ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିପାରେ । ଅଧିକାଂଶ ସମୟରେ ପାଟି ଘା ’ଅତ୍ୟନ୍ତ ବିପଜ୍ଜନକ ନୁହେଁ । କିନ୍ତୁ କେତେକ ଗମ୍ଭୀର ରୋଗ କ୍ଷେତ୍ରରେ ପାଟି ଘା ’ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଭାବେ ବିବେଚନା କରାଯାଏ ।
ତୁଳସି ପତ୍ର
ବେସନ ପତ୍ର ନିଜର ଔଷଧୀୟ ଗୁଣ ପାଇଁ ଖୁବ ଜଣାଶୁଣା । ଶତାବ୍ଦୀ ଧରି ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଏହା ବ୍ୟବହୃତ ହୋଇଆସୁଛି । ଯଦି ଆପଣଙ୍କର ପାଟି ଘା ’ ସମସ୍ୟା ଅଛି, ତେବେ କିଛି ତାଜା ତୁଳସି ପତ୍ର ଚୋବାନ୍ତୁ । ଏହା ଦୈନିକ କରିବା ଦ୍ୱାରା ଅଳ୍ପ କିଛି ଦିନ ମଧ୍ୟରେ ଆପଣଙ୍କ ପାଟି ଘା' ଭଲ ହୋଇଯିବ ।
ଆଲୋଭେରା ରସ
ଯଦି ଆପଣଙ୍କର ପାଟିରେ ଅଲସର୍ ଅଛି, ତେବେ ସେଥିରୁ ଆରାମ ପାଇବା ପାଇଁ ଆପଣ ଅଳ୍ପ ପରିମାଣରେ ଆଲୋ ଭେରାରସ ପାଟିରେ ଲଗାଇ ପାରିବେ । ଆଲୋଭେରାରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି ଏବଂ ଆଲୋଭେରା ରସ ଅଲସର ଚିକିତ୍ସାରେ ଲାଭଦାୟକ ବୋଲି ଜଣାଶୁଣା ।
ମୁଲେଠୀ
ପେଟ ଜନିତ ସମସ୍ୟା କାରଣରୁ ମଧ୍ୟ ପାଟିରେ ଘା ’ ହୋଇଥାଏ । ତେବେ ଆପଣ ମୁଲେଠୀକୁ ପାନୀୟ ଜଳ ଏବଂ ମହୁ ସହିତ ମିଶାଇ ଗ୍ରହଣ କରିପାରିବେ । ଏହା ଆପଣଙ୍କ ପେଟକୁ ସଫା କରିବା ସହ ଅଲସର ସୃଷ୍ଟି କରୁଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
ଭିଟାମିନ ସି ଯୁକ୍ତ ଫଳ
ପାଟି ଘା’ର ଆଉ ଏକ ପ୍ରମୁଖ କାରଣ ହେଉଛି ଭିଟାମିନ୍ ସି ର ଅଭାବ । ଶରୀରରେ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଆପଣ ନିଜ ଡାଏଟରେ ଭିଟାମିନ୍ ସି ଯୁକ୍ତ ଫଳ ବ୍ୟବହାର କରନ୍ତୁ । ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ପାଇବା ପାଇଁ ଆପଣ ଦିନକୁ ଦୁଇଟି କମଳା ଖାଇପାରିବେ ।
ଦହି
ସାଧାରଣତଃ ପେଟ ଗରମ କାରଣରୁ ମଧ୍ୟ ପାଟି ଘା ’ହୋଇଥାଏ । ଯେହେତୁ ଅଲସର ଉତ୍ତେଜନା ସୃଷ୍ଟି କରେ, ତେଣୁ ସମସ୍ତ ପ୍ରକାରର ମସଲା ଏବଂ ଗରମ ଖାଦ୍ୟଠାରୁ ଦୂରରେ ରହିବା ଭଲ । ଅଲସରରୁ ମୁକ୍ତି ପାଇବା ପାଇଁ ଆପଣ ଥଣ୍ଡା ଦହି ଖାଇବା ଉଚିତ । ଦହିରେ ଥିବା ଗୁଣ ଅମ୍ଳତା ସମସ୍ୟାକୁ ହ୍ରାସ କରି ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।