Navpancham Yog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ନବପଞ୍ଚମ ଯୋଗ, ବଢିବ ବ୍ୟାଙ୍କ୍ ବାଲାନ୍ସ, କିଣିବେ ଫ୍ଲାଟ୍ !
Grah Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ଡିସେମ୍ବର ୨୦ ତାରିଖ ସକାଳ ୯ଟା ୪୫ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ଯେଉଁ ରାଶିର ନବମ ଘରେ ଶୁକ୍ର ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର-ବୃହସ୍ପତିଙ୍କ ଶୁଭ ମିଳିନ ନବପଞ୍ଚମ ଯୋଗ ସୃଷ୍ଟି କରୁଛି। ଏହି ନବ ପଞ୍ଚମ ଯୋଗ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବ। ଜାତକରେ ଶୁକ୍ର ଓ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ସୁଖି ହେବା ସହିତ ଅମାପ ଧନ-ଐଶ୍ବର୍ଯ୍ଯର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ନବପଞ୍ଚମ ଯୋଗ କେଉଁ ରାଶିକୁ ମାଲାମାଲ୍ କରୁଛି।...
ବୃଷ: ନବପଞ୍ଚମ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷ କରି ଆର୍ଥିକ ସଙ୍କଟ ସମସ୍ୟା ଦୂର ହେବା ସହ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପଦୋନ୍ନତି ପାଇବା ସହ ଦରମା ବଢିବ । ବିଶେଷକରି, ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ବ୍ୟବସାୟରେ ପ୍ରଚୁର ଟଙ୍କା ଲାଭ ମିଳିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ଯେଉଁମାନେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀ ମାନ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ALSO READ: Shani Budh Yuti 2024: ୨୦୨୫-ଜାନୁଆରୀ ୧ ରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରି ଓ ବ୍ୟବସାୟରେ ପାଇବେ ସଫଳତା ALSO READ: Gold Rate Today: ଲଗାତର ତୃତୀୟ ଦିନରେ ସୁନା ଦରରେ ହ୍ରାସ, ୫୮ ହଜାର ତଳକୁ ଖସିଲା ରେଟ୍!
ସିଂହ: ନବପଞ୍ଚମ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ଏହି ସମୟ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସମାଜରେ ମାନ-ସମ୍ମାନ ବଢିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ଲେଟର ମିଳିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଭଲ ରେଜଲ୍ଟ କରିବେ। ସରକାରୀ ଚାକିରି ଆଶାୟୀଙ୍କ ସ୍ବପ୍ନ ପୂରଣ ହେବ। ବ୍ୟବସାୟୀମାନେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ବାକି ପଡିଥିବା ଟଙ୍କା ପାଇବାରେ ସମର୍ଥ ହେବେ। ପ୍ରେମୀ ମାନେ ନିଜ ସାଥୀଙ୍କ ସହିତ ଦୂରଯାତ୍ରା କରିବେ।
ମୀନ: ନବପଞ୍ଚମ ଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍ କରିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷେ ମଜବୁତ୍ ହେବ। ଦିର୍ଘ ଦିନର ଆଶା ପୂରଣ ହେବେ। ନୂଆ ଫ୍ଲାଟ୍ କିମ୍ବା ଘର କିଣିବେ। ଧାର୍ମିକ କାର୍ଯ୍ୟ କଳାପ ପାଇଁ ମନ ବଳିବ। ବାଣିଜ୍ୟ-ବ୍ୟବସାୟରେ ଅଧିକ ଟଙ୍କା ରୋଜଗାର କରିବାକୁ ସମର୍ଥ ହେବେ। ବିଦେଶରେ ଚାଲିଥିବା ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ମିଳିବ। ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ। ପରିବାର ସହ ଭଲ ସମୟ ବିତାଇବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାରେ ବିଜୟୀ ଲାଭ କରିବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ସହ ସହକର୍ମୀଙ୍କ ସାହାର୍ଯ୍ୟ ସହଯୋହ ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)