November 8 Financial Horoscope:ଆର୍ଥିକ ଦୃଷ୍ଟିରୁ ମାଲାମାଲ୍ ହେବେ ଏହି ୫ରାଶି, ଜାଣନ୍ତୁ କେମିତି କଟିବ ଶୁକ୍ରବାର?

November 8 Financial Horoscope: ନଭେମ୍ବର ୮ ଦିନ ରବି ଯୋଗର ସଂଯୋଗ ହେଉଛି । ଏହି ଶୁଭ ଯୋଗରେ ଧନୁ ଓ କୁମ୍ଭ ରାଶି ସହିତ ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସେମାନଙ୍କୁ ସହଯୋଗ କରୁଛି ଏବଂ ସେମାନଙ୍କର ଆୟରେ ଯଥେଷ୍ଟ ବୃଦ୍ଧି ଘଟିବ। ବ୍ୟବସାୟରେ ସଫଳତା ପାଇ ସେମାନେ ଖୁସି ହେବେ। ଆପଣଙ୍କ ର ଦିନଟି ସଫଳତାରେ ପରିପୂର୍ଣ୍ଣ ରହିବ ଏବଂ ଧନ ସମ୍ବନ୍ଧୀୟ ସମସ୍ତ ଯୋଜନା ସଫଳ ହେବା ଦ୍ୱାରା ଆପଣ ଲାଭବାନ ହେବେ । ଜାଣନ୍ତୁ ଆର୍ଥିକ ରାଶିଫଳ-:

Prabhudatta Moharana Nov 08, 2024, 06:38 AM IST
1/5

ମେଷ ରାଶି ମେଷ ରାଶିରେ ଦିନଟି ଭଲ ଅଛି ସତ ହେଲେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ ନାହିଁ । କର୍ମକ୍ଷେତ୍ରରେ ଆପଣଙ୍କ ଚିନ୍ତାଧାରାକୁ ଗୁରୁତ୍ୱ ଦିଆଯିବ ନାହିଁ। ତେବେ କିଛି ଅନିଶ୍ଚିତତା କାରଣରୁ ଆପଣ ମନରେ ଅଶାନ୍ତ ରହିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଆପଣଙ୍କୁ ହଠାତ୍ ଯାତ୍ରାରେ ଯିବାକୁ ପଡିପାରେ, କିନ୍ତୁ ଏହି ଯାତ୍ରାରେ ଆପଣଙ୍କୁ ସଫଳତା ମିଳିବନାହିଁ ଏବଂ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ ନାହିଁ । ସେୟାର ମାର୍କେଟଠାରୁ ଦୂରେଇ ରୁହନ୍ତୁ । ଏଥିରେ କ୍ଷତି ସହିପାରନ୍ତି, ସତର୍କ ରୁହନ୍ତୁ।

2/5

ବୃଷ ରାଶି  ବୃଷ ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସଫଳତା ସହ ରହିବ ଏବଂ ଆପଣଙ୍କ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । କାର୍ଯ୍ୟ ଭାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ, ତେଣୁ କାମ ସହିତ ନିଜ ଖାଦ୍ୟକୁ ଅଣଦେଖା କରନ୍ତୁ ନାହିଁ । କଳା ଓ ସାହିତ୍ୟ କ୍ଷେତ୍ରରେ ଦିନଟି ଆପଣଙ୍କ ପାଇଁ ସଫଳତା ଓ ପ୍ରସିଦ୍ଧିରେ ପରିପୂର୍ଣ୍ଣ ରହିବ। କ୍ଷେତ୍ରରେ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ସଂଧ୍ୟା ବେଳକୁ କୌଣସି ଶୁଭ କାର୍ଯ୍ୟରେ ସଫଳତା ମିଳିବ ଓ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। 

3/5

ତୁଳା ରାଶି ତୁଳା ରାଶିର ଲୋକମାନେ ଲାଭବାନ ହେବେ ଏବଂ ଆପଣଙ୍କର ଶକ୍ତି ଓ ଧନ ସମ୍ପତ୍ତି ବୃଦ୍ଧି ପାଇବ। ଆଇନଗତ ମାମଲାରେ ବିଜୟ ଲାଭ ହେବ ଏବଂ ଘରେ ଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ। ବ୍ୟବସାୟ କ୍ଷେତ୍ରରେ ଭଲ ରୋଜଗାର କରିବେ। ସନ୍ତାନର ସଫଳତା ଖବରରେ ଖୁସି ରହିବେ। ସନ୍ଧ୍ୟାରେ ନୂଆ କାମ ଆରମ୍ଭ ହେବ। ସମାଜରେ ମାନ ସମ୍ମାନ ପାଇବେ।

4/5

କନ୍ୟା ରାଶି କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିମାନେ  ବିଶେଷ ଲାଭବାନ ହେବେ ଓ ଫାଇନାନ୍ସିଆଲ କ୍ଷେତ୍ରରେ ଲାଭବାନ ହେବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଯୋଜନା ସଫଳ ହେବ ଏବଂ ବ୍ୟବସାୟରେ ଖୁବ୍ ସଫଳତା ମିଳିବ। କର୍ମକ୍ଷେତ୍ର ଅନୁକୂଳ ହେବା ସହ ଧନ ସମ୍ପତ୍ତି ବୃଦ୍ଧି ପାଇବ। ଯେଉଁମାନେ ନୂଆ ଚାକିରୀରେ ଯୋଗ ଦେଇଛନ୍ତି ସେମାନେ ଖୁସି ଖବର ପାଇବେ। ଖୁବ କମ୍ ସମୟରେ ସାଲାରୀରେ ବୃଦ୍ଧି ଘଟିବ। ଦ୍ଧି ହେବ।

5/5

ମକର ରାଶି ଆର୍ଥିକ ଦୃଷ୍ଟିରୁ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭଦାୟକ ରହିବ ଏବଂ ବ୍ୟବସାୟ କ୍ଷେତ୍ରରେ ଦିନଟି ଲାଭଦାୟକ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ ଏବଂ ବ୍ୟବସାୟରେ ପରିବର୍ତ୍ତନ ଦ୍ୱାରା ଆପଣଙ୍କୁ ଲାଭ ମିଳିବ । ଗାଡି ବ୍ୟବହାର କରିବା ସମୟରେ ସାବଧାନ ରୁହନ୍ତୁ ଏବଂ ଗାଡିର ଆକସ୍ମିକ ବିଭ୍ରାଟ ଆପଣଙ୍କ ଖର୍ଚ୍ଚ ବଢାଇପାରେ। ଅନ୍ୟ ଉତ୍ସରୁ ଟଙ୍କା ପ୍ରାପ୍ତ ହେବ। ଜୀବନସାଥୀଙ୍କ ଠାରୁ ସାହାଯ୍ୟ ପାଇବେ।  

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link