Rahu Ketu Gochar 2025: ଏହିସବୁ ରାଶିଙ୍କ ଉପରେ ବର୍ଷସାରା ରହିବ ରାହୁ-କେତୁଙ୍କ ଶୁଭଦୃଷ୍ଟି, ବ୍ୟବସାୟୀ ସହ ଚାକିରିଆ ହେବେ ମାଲାମାଲ୍

Rahu Ketu Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଛାୟା ଗ୍ରହ ରାହୁ-କେତୁ ମେ ୧୮ ତାରିଖ ଦିନ ରାଶି ବଦଳାଇବେ। ୧୮ ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ରାହୁ ସିଂହ ରାଶିକୁ ଚଳନ କରିବାକୁ ଥିବା ବେଳେ ସେହି ଦିନ କେତୁ କୁମ୍ଭ ରାଶିକୁ ଚଳନ କରିବେ। ଦୁଇ ଛାୟା ଗ୍ରହ ଚଳନ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକ ବା ରାଶିରେ ରାହୁ-କେତୁଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ବାଣିଜ୍ୟ-ବ୍ୟବସାୟରେ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣିବା ରାହୁ-କେତୁଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି।....

Narmada Behera Jan 09, 2025, 12:24 PM IST
1/3

ମେଷ: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଭାଗ୍ୟ ଉଦୟ କରିବ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଘରେ ଲାଗି ରହିଥିବା ବିବାଦ ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ପ୍ରଂଶସିତ ହେବେ। ବ୍ୟବସାୟରେ ନୂଆ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ସଫଳ ହେବେ। ଘର କିଣିବାର ଆଶା ପୂରଣ ହେବ। ଯେଉଁମାନେ ଦିର୍ଘ ଦିନ ହେବ ବିଦେଶ ଗସ୍ତ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ଆଶା ପୂରଣ ହେବେ। ଦିର୍ଘ ଦିନ ଧରି ଚାଲିଥିବା ଜମିଜମା ବିବାଦର ଅନ୍ତ ଘଟିବ। ସ୍ତ୍ରୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ପରିବାର ସହ ଦୂରଯାତ୍ରା କରିବେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। କଳା,ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିଷ୍ଠିତ ଥିବା ବ୍ୟକ୍ତି ବିଶେଷ କୌଣସି ସ୍ଥାନରେ ସମ୍ମାନୀତ ହେବେ। 

ALSO READ: Samba Dashami 2025: ଶାମ୍ବ ଦଶମୀରେ ଦୁର୍ଲଭ ସଂଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଦୂର ହେବ ଆର୍ଥିକ ସଙ୍କଟ

ALSO READ: Abhadha Price 2025: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ମାତ୍ର ଏତିକି ଟଙ୍କାରେ ମିଳିବ ଅବଢ଼ା

2/3

  ମକର : ରାହୁ-କେତୁଙ୍କ  ରାଶି ପରିବର୍ତ୍ତନ ଏହି ରାଶି ପାଇଁ ସୁବର୍ଣ୍ଣର ସମୟ ଆଣିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ଜମିଜମା ଓ ସମ୍ପତ୍ତି ମାମଲାରେ କୋର୍ଟରେ ଚାଲିଥିବା ଘଟଣାରେ ବିଜୟୀ ଲାଭ କରିବେ। ପରିବାର ଲୋକେ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ ଦେବେ। ବ୍ୟବସାୟୀମାନଙ୍କର କାରବାରରେ ଅଧିକ ଲାଭ ପାଇବେ। ବାକି ପଡିଥିବା ଟଙ୍କା ପାଇବାରେ ସଫଳ ହେବ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ବନ୍ଧୁ-ସମ୍ପର୍କୀୟମାନଙ୍କ ସହ ହୋଇଥିବା ବିବାଦର ଅପୋସ ବୁଝାବଣା ହେବ। ଟଙ୍କା ସଂଚୟ କରିବାରେ ସମର୍ଥ ହେବେ। ଆୟରେ ବୃଦ୍ଧି ହେବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ।  

3/3

ମୀନ : ରାହୁ-କେତୁଙ୍କ ଶୁଭଦୃଷ୍ଟି ଏହି ରାଶିକୁ ଧନବାନ୍ କରିବ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଯୁକ୍ତି-ତର୍କ କରନ୍ତୁ ନାହିଁ।  ବ୍ୟବସାୟୀମାନଙ୍କ ପାଇଁ ସମୟ ଶୁଭ ରହିବ। ନୂଆ ବ୍ୟବସାୟ ଆରମ୍ଭ କଲେ , ଭଲ କାରବାର ଚାଲିବ। ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କୁ କର୍ମକ୍ଷେତ୍ରରୁ ବଡ ଦାୟିତ୍ବ ମିଳିବ।ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ରିୟଲି-ଇ-ଷ୍ଟେଟ୍ ରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ସେୟାର ମାର୍କେଟ୍ ରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ନୂଆ ଘର ଓ ଗାଡି଼ କିଣିବାର ଆଶା ପୂରଣ ହେବେ।     (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link