ଡିସେମ୍ବରରେ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଧନୀ ହେବା କିଣିବେ ନୂଆ ଘର !

December Rich Zodiac Signs 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ବର୍ଷ ଶେଷ ମାସ , ଅର୍ଥାତ୍ ଡିସେମ୍ବରରେ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡିସେମ୍ବର ୨ରେ ରାତି ୧୨ଟା ୫ ମିନିଟ୍ ସମୟରେ ଶୁକ୍ର ମକର ରାଶିକୁ ଚଳନ କରିବାକୁ ଥିବା ବେଳେ ସେହିଦିନ ମଙ୍ଗଳ କର୍କଟକୁ ଚଳନ କରିବେ। ଡିସେମ୍ବର ୧୫ ତାରିଖ ଦିନ ୧୦ଟା ୦୫ ମିନିଟ୍ ସମୟରେ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରିବେ। ତିନି ଗ୍ରହଙ୍କ ଶୁଭ ଚଳନ କିଛି ରାଶିପାଇଁ ବରଦାନ ପାଲଟିବ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯଦି ଜାତକ ବା ରାଶିରେ ଶୁକ୍ର, ସୂର୍ଯ୍ୟ ମଙ୍ଗଳଙ୍କ ସ୍ଥିତି ମଜବୁତ୍ ଥାଏ, ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ହେବା ସହିତ କ୍ୟାରିୟରେ ଅଗ୍ରଗତି କରିଥାଏ। ତେବେ, ଆସିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Nov 27, 2024, 08:03 AM IST
1/5

  ମେଷ: ଆସନ୍ତାମାସରେ ତିନି ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଏ-ହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ । ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପଦୋନ୍ନତି ସହ ଦରମା ବଢିବ।  ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ସଂସ୍ଥାରୁ ଚାକିରି ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିଛି। ବାଣିଜ୍ୟ ବ୍ୟବସାୟରେ ଲାଭ ବଢିବ। ବ୍ୟବସାୟରେ  ବଡ଼ ଡିଲ୍ ଫାଇନାଲ୍ ହେବେ।  କଳା ବା ମନୋରଂଜନ କ୍ଷେତ୍ରରେ ଥିବା ଲୋକେ ଭଲ ଫିଲ୍ମ ଅଫର  କିମ୍ବା ନୂଆ ପ୍ରୋଜେକ୍ଟ ପାଇବେ।  ପରିବାର ସହ ହସ-ଖୁସିରେ ସମୟ ବିତେଇବେ। ଆୟ ବଢିଲେ ମଧ୍ୟ ଖର୍ଚ୍ଚ ବଢିବ। ନିଜ ବନ୍ଧୁଙ୍କ ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।    ALSO READ:  Budh Ast 2024: ୨୯ ନଭେମ୍ବରରେ ଅସ୍ତ ହେବେ ବୁଧ, ୫ ରାଶି ହେବେ ମାଲାମାଲ୍!

ALSO READ: Today Horoscope: ପ୍ରଭୁ ଗଣେଶଙ୍କ କୃପାରୁ ଆଜି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

 

2/5

ସିଂହ:  ଡିସେମ୍ବରରେ ତିନି ଗ୍ରହଙ୍କ ଶୁଭ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟ ବ୍ୟବସାୟ ଆରମ୍ଭ କଲେ ବାଣିଜ୍ୟ ବ୍ୟବସାୟ ଭଲ ଚାଲିବ। ବାକି ପଡିଥିବା ଟଙ୍କା ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ସହକର୍ମୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପାଇଁ ସମୟ ଭଲ ରହିବ। ଉଦ୍ୟମ ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ।  ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ପରିବାରର ଲାଗି ରହିଥିବା ଅଶାନ୍ତି ଦୂର ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ।  ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

3/5

କନ୍ୟା: ତିନି ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶିପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବେ। କର୍ମକ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମାହୋଲ୍ ଭଲ ରହିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁ ବ୍ୟବସାୟୀମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟ ରେ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ମିଳିବ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବେ।  ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ । ସାମାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

4/5

ତୁଳା: ଡିସେମ୍ବର ମାସରେ  ତିନି ଗ୍ରହଙ୍କ  ଗୋଚନ ଏହି ରାଶିକୁ ଧନବାନ୍ କରାଇବ।  ବିଶେଷକରି ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଦଳିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ସହ ପଦ ମର୍ଯ୍ୟଦା ବୃଦ୍ଧି ପାଇବ। ବ୍ୟବସାୟୀମାନେ ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ହେଉଥିବା କ୍ଷତିରେ ସୁଧାର ଆସିବ। ନୂଆ ଜମି କିଣିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ଥିବା ବିବାଦ ଦୂର ହେବ। ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଶୁଭ ଖବର ପାଇବେ। ଋତୁକାଳିନ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। 

5/5

ମୀନ: ଡିସେମ୍ବର ମାସ ଏହି ରାଶିର ଲୋକଙ୍କ ପାଇଁ ଶୁଭଫଳ ଆଣିବ। ବାଣିଜ୍ୟ-ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ମିଳିବ।  ଆୟରେ ବୃଦ୍ଧି ଘଟିବ। ସରକାରୀ ଚାକିରିଆମାନଙ୍କର ପଦୋନ୍ନତି ସହ ଟ୍ରାନ୍ସଫର ହେବ। ଜଣେ ପ୍ରଭାବଶାଳୀ ଲୋକଙ୍କ ଦ୍ବାରା ବଡ଼ ଫାଇଦା ପାଇବେ।  ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ।  ରିୟଲି-ଇଷ୍ଟେଟ୍ ବ୍ୟବସାୟ କରୁଥିବା ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଆଣିଥିବା ଋଣକୁ ସୁଝିବାରେ ସକ୍ଷମ ହେବେ।ଏହି ସମୟ ମଧ୍ୟରେ ନୂଆ ଘର କିମ୍ବା ଗାଡି କିଣିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ପ୍ରେମୀମାନେ ସାଥୀଙ୍କ ଠାରୁ ଉପହାର ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link