ରଙ୍ଗ ବଦଳାଉଥିବା ରାଜନୀତିରେ ରୂପ ବଦଳାଉଛନ୍ତି ତେଜ୍ ପ୍ରତାପ

ଶିବରାତ୍ରିରେ ଶିବ, ଜନ୍ମାଷ୍ଟମୀରେ କୃଷ୍ଣ ବେଶ ଧାରଣ କରି ଲୋକଙ୍କୁ ମନରଞ୍ଜନ କରିଛନ୍ତି। କେତେ କେତେ ବେଳେ ତେଜପ୍ରତାପ କବି ଓ ସାୟର ବି ବନିଛନ୍ତି। ତେବେ ଏଥର ତାଙ୍କର ସଂକ୍ରାନ୍ତି ଲୁକ୍ ଏବେ ଭାଇରାଲ ହେବାରେ ଲାଗିଛି।

ଶଙ୍କର୍ଷଣ ବାଘ Jan 15, 2021, 14:49 PM IST
1/7

କାଓ ବଏ

ଗୁରୁବାର ମକର ସଂକ୍ରାନ୍ତି ଅବସରରେ ତେଜ ପ୍ରତାପ ଯାଦବ (Tej Pratap Yadav)ଙ୍କ Cow Boy ଲୁକ୍।

2/7

ଶିବ ଅବତାର

୨୦୧୯ ଜୁଲାଇ ୨୩ ତାରିଖରେ ତେଜ ପ୍ରତାପ ଶିବ ଅବତାର ଧାରଣ କରିଥିଲେ। ବେକ ଓ ହାତରେ ରୁଦ୍ରାକ୍ଷ ଧାରଣ କରିଥିବା ବେଳେ ଶରୀରରେ ଭଷ୍ମ ବୋଲି ହୋଇଥିଲେ।

3/7

ଶିବ ଭକ୍ତ

କେବଳ ଯେ ଭୋଳାଙ୍କ ବେଶ ଧାରଣ କରିଥିଲେ ତାହା ନୁହେଁ। ସେ ତ୍ରୀଶୁଳ ଘରି ପାଥର ଉପରେ ଧ୍ୟାନ ବି କରିଛନ୍ତି। 

4/7

କୃଷ୍ଣ ବେଶ

ଶିବ ଅବତାର ପରେ ତେଜ ପ୍ରତାପଙ୍କ କୃଷ୍ଣ ବେଶ ବେଶ ଭାଇରାଲ ହୋଇଥିଲା। ୨୦୧୯ ଅଗଷ୍ଟ ୨୫ରେ ବଂଶୀ ବଜାଇଥିଲେ ଲାଲୁଙ୍କ ଲଡଲା।

5/7

ଗୌଡ

ଗତବର୍ଷ ଜାନୁଆରୀ ୨୪ ତାରିଖରେ ସେ ଗୌଡ ବେଶରେ ନଜର ଆସିଥିଲେ। ସେ ଜିନ୍ସ ପିନ୍ଧି ଗାଈର କ୍ଷୀର ଦୁଇଁବାକୁ ଯାଇଥିଲେ।

 

6/7

ଗୁଡିଆ

ବିହାର ନିର୍ବାଚନ ସରିଲା ପାରେ ୨୦୨୦ ଶେଷ ବେଳକୁ ଗୁଡିଆ ସାଜିଥିଲେ ତେଜ ପ୍ରତାପ। ସେ ନିଜ ନିର୍ବାଚନ ମଣ୍ଡଳୀରେ ଜେଲେବୀ ଛାଣିଥିଲେ।

 

7/7

ମଡେଲ୍

ତେଜୁ ଭାଇ ଯେ କେବଳ ଧାର୍ମିକ ଏବଂ ପରମ୍ପରାବାଦୀ ତାହା ନୁହେଁ। ୨୦୧୯ ଅଗଷ୍ଟ ୪ରେ ସେ ଏକ ମଡେଲ ଭଳି ଆଉଟ ଫିଟରେ ବାହାରକୁ ବହାରି ଥିଲେ। ଯାହାକୁ ନେଇ ଲୋକେ ପ୍ରବଳ ଟ୍ରୋଲ କରିଥିଲେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link