Sawan Lucky Zodiac Signs 2024: ଏହିସବୁ ରାଶିଙ୍କ ପାଇଁ ଶୁଭ ହେବ ଶ୍ରାବଣ, ମହାଦେବଙ୍କ କୃପାରୁ ବର୍ଷିବ ଧନ!

Sawan Lucky Zodiac Signs 2024: ହିନ୍ଦୁ କ୍ୟାଲେଣ୍ତର ଅନୁଯାୟୀ ଚଳିତ ମାସ ୨୨ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି। ଏହି ଦିନ ଶ୍ରାବଣର ପ୍ରଥମ ସୋମବାର। ଶାସ୍ତ୍ର ଅନୁସାରେ, ଶ୍ରାବଣ ମାସ ଭଗବାନ୍ ଶିବଙ୍କ ପାଇଁ ଉତ୍ସର୍ଗ କରାଯାଇଛି। କଥାରେ ଅଛି ଯେ, ଭକ୍ତର ସହକାରେ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରା ହୋଇଥାଏ। ତେବେ,୨୨ ତାରିଖରୁ ଆରମ୍ଭ ହେଉଥିବା ଶ୍ରାବଣ ମାସ ଅଗଷ୍ଟ ୧୯ରେ ଶେଷ ହେବ। ତେବେ, ଏହି ଶ୍ରାବଣ ମାସରେ ମହାଦେବ କିଛି ରାଶିଙ୍କ ଉପରେ ବିଶେଷ କୃପା କରିବେ। ସେମାନଙ୍କ ଭାଗ୍ୟ ଉଜ୍ଜଳମୟ ହେବା ସହ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।

Narmada Behera Thu, 18 Jul 2024-12:18 pm,
1/3

କର୍କଟ : ଶ୍ରାବଣ ମାସ ଏହି ରାଶିଙ୍କ ପାଇଁ ବରଦାନ ପାଲଟିବ। କର୍କଟ ରାଶିର ପ୍ରଭୁ ହେଉଛନ୍ତି ଚନ୍ଦ୍ର। ଯାହା ମହାଦେବଙ୍କୁ ଏକ ପ୍ରତୀକ କହିଲେ ଅତୃକ୍ତି ହେବ ନାହିଁ। ଏହି ଅବଧି ମଧ୍ୟରେ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଜୀବନରେ ଆସୁଥିବା ବାଧାବିଘ୍ନ ଦୂର ହେବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ପାରିବାରିକ ଜୀବନ ସୁଖମୟ ହେବା ସହି ପ୍ରେମ ଜୀବନରେ ମଧୁରତା ଭରିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ମହାଦେବଙ୍କ ମନ ପସନ୍ଦର ଜୀବନ ସାଥୀଙ୍କ ମିଳିପାରନ୍ତି। ଶ୍ରାବଣର ପୂରା ମାସରେ ଶିବଲିଙ୍ଗ ଉପରେ କ୍ଷୀର ଅଭିଷେକ କରନ୍ତୁ। ଶୁଭଫଳ ପାଇବେ।

 

ALSO READ:  Budhaditya Rajyog 2024: ବୁଦ୍ଧାଦିତ୍ୟ ରାଜଯୋଗ ଏହିସବୁ ରାଶିଙ୍କ ଉପରେ ପକାଇବ ବଡ଼ ପ୍ରଭାବ, ମିଳିବ ନୂଆ ଚାକିରି ସାଙ୍ଗକୁ...

2/3

ମକର: ଶ୍ରାବଣ ମାସ ଏହି ରାଶିଙ୍କ ପାଇଁ ମଧ୍ୟ ଶୁଭ ରହିବ। ମକର ରାଶିର ପ୍ରଭୁ ହେଉଛନ୍ତି ଶନି ମହାରାଜ୍। ଶନି ମଧ୍ୟ ଶିବଙ୍କୁ ନିଜ ଗୁରୁ ପରି ପୂଜା ଓ ଭକ୍ତି କରନ୍ତି । ତେଣୁ ଶିବଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ବେକାରିମାନେ ଭଲ ଚାକିରି ପାଇବେ। ଦୂରଯାତ୍ରାରୁ ଶୁଭଫଳ ମିଳିବ। ପୁରୁଣାଯନ୍ତ୍ରଣାରୁ ମୁକ୍ତି ମିଳିବ। ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ଯଦି କୌଣସି କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖିନ ହେଉଥାଆନ୍ତି । ତେବେ, ଏହି ମାସରେ ମହାଦେବଙ୍କ ଉପରେ ଅରୁଆ ଓ ଡାଲି ମିଶ୍ରିତ ଜଳ ଅର୍ପଣ କରନ୍ତୁ। ଦେଖିବେ ମହାଦେବ ଆପଣଙ୍କର ସମସ୍ତ ସମସ୍ୟା ଦୂର କରିବେ।

 

3/3

କୁମ୍ଭ: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ କୁମ୍ଭ ରାଶିର ପ୍ରଭୁ ହେଉଛନ୍ତି ଶନି ମହାରାଜ୍ । ଏଣୁ ଶ୍ରାବଣ ମାସରେ ମହାଦେବଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କଲେ ସମସ୍ତ କ୍ଷେତ୍ରରେ ବିଜୟ ଲାଭ କରିବେ। ଶ୍ରାବଣରେ ମହାଦେବଙ୍କ ଉପରେ କଳା ରାଶି ସହ ଜଳ ଅର୍ପଣ କଲେ ଶୁଭଫଳ ଓ ଆର୍ଶିବାଦ ପାଇବେ। ଏହି ଅବଧି ମଧ୍ୟରେ ଶିବଙ୍କ ଆର୍ଶିବାଦରୁ କ୍ୟାରିୟରରେ ଅଦ୍ଭୁତପୂର୍ବ ସଫଳତା ମିଳିବ । ନୂତନ ଚାକିରି ନେଇ ଯୋଗ ରହିଛି । ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ମହାଦେବଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link