୨୦୨୫ରେ ୫ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ ଶୁଭଦୃଷ୍ଟି, ବଢିବ ବ୍ୟାଙ୍କ୍ ବାଲାନ୍ସ ,କିଣିବେ ନୂଆ ଗାଡି!
Shani Budh Yuti 2025: ବୌଦିକ ଜ୍ୟାତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ୨୦୨୫, ମାର୍ଚ୍ଚ ୨୯ ତାରିଖରେ କୁମ୍ଭରୁ ବାହାରି ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ଗ୍ରହମାନଙ୍କର ରାଜକୁମାର ବୁଧ ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶନି-ବୁଧଙ୍କ ଅପୂର୍ବ ମିଳିନ ଦୁର୍ଲଭ ଯୋଗ ବା ଶନି ବୁଧ ୟୁତି ସୃଷ୍ଟି କରୁଛି। ଜାତକରେ ଶନିଙ୍କ ଓ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ୨୦୨୫ରେ କେଉଁ ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି।
ମେଷ: ଶନି ଓ ବୁଧଙ୍କ ଅପୂର୍ବ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ, ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ବ୍ୟବସାୟୀମାନେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ମିଳିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ପରିବାର ସହ ଭଲ ସମୟ ବିତାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ।
ALSO READ: Today Horoscope: ଆଜି ଖୁସିରେ କଟିବ ଏହି ରାଶିଙ୍କ ଦିନ, ଖୁସି ଖବର ପାଇବା ସହ ପୂରା ହେବ ଅଧୁରା କାମ
ମକର: ଶନିଦେବ ଓ ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତି ମଜବୁତ୍ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ଦିର୍ଘ ଦିନ ହେବ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସେମାନେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସଫଳ ହେବେ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସମର୍ଥନ ପାଇବେ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ଦିର୍ଘ ଦିନର ଆଶା ପୂରଣ ହେବେ। ଏହି ସମୟ ମଧ୍ୟରେ ନୂତନ ଜମି ବା ଘର କିଣିବେ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି,ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ।
କୁମ୍ଭ : ମୀନ ରାଶିରେ ଶନି-ବୁଧଙ୍କ ୟୁତି ବା ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ଯେଉଁମାନେ ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ଆଶା ପୂରଣ ହେବ। ସରକାରୀ ଚାକିରି ପାଇଁ ଆଶା ରଖିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ପାଇବେ। ଅଧାରହିଥିବା କାର୍ଯ୍ୟକୁ ଶେଷକରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ,ଚାକିରି ବଦଳାଇବାକୁ ଯୋଜନା କରୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା ଜାରି ରଖନ୍ତୁ, ଶୁଭଫଳ ପାଇବେ। ଯୁକ୍ତିତର୍କରୁ ଦୂରେଇ ରହିଲେ ଘରେ ଆନନ୍ଦର ବାତାବରଣ ଦେଖିବାକୁ ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏବଂ ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।
ସିଂହ: ଶନି-ବୁଧ ୟୁତି ଏହି ରାଶିର ଭାଗ୍ୟ ଉଦୟ କରିବ। ୨୦୨୫ରେ ସିଂହ ରାଶିର ଶୁଭ ସମୟ ଆରମ୍ଭ ହେବାକୁ ଯାଇଛି। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବିଶେଷକରି, ଚାକିରିରେ ସ୍ଥିରତା ଆସିବ। ଯେଉଁମାନେ ଆମଦାନୀ-ରପ୍ତାନୀ ବ୍ୟବସାୟ କରୁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବାଣିଜ୍ୟ-ବ୍ୟବସାୟରେ ଅଧିକ ଲାଭ ବଢିବ। ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବ। ବ୍ୟବସାୟିତ ପ୍ରତିଦ୍ବନ୍ଧୀମାନଙ୍କୁ ପଛରେ ପକାଉବାରେ ସଫଳ ହେବେ। ବିଦେଶଯାତ୍ରାର ଯୋଗ ରହିଛି। ପରିବାର ସହ ଦୂରଯାତ୍ରା କରିବେ। ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ମୀନ: ଶନି-ବୁଧଙ୍କ ଦୁର୍ଲଭ ସଂଯୋଗ ମୀନ ରାଶି ପାଇଁ ଶୁଭଦାୟୀ ପ୍ରମାଣିତ ହେବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ବାଣିଜ୍ୟ-ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପଦୋନ୍ନତି ପାଇବେ । ପୁରୁଣା ବିନିଯୋଗରୁ ଲାଭ ପାଇବେ। ସେୟାର ମାର୍କେଟ୍ ଓ ଲଟେରୀରୁ ପ୍ରଚୁର ଟଙ୍କା ରୋଜଗାର କରିବାରେ ସଫଳ ହେବେ। ରିଏଲି-ଇଷ୍ଟେଟ୍ ବ୍ୟବସାୟରେ ଜଡିତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ କମିଶନ ପାଇବେ। କଳା, ସାହିତ୍ୟ, ସାମ୍ବାଦିକତା, ଅନଲାଇନ୍ ବ୍ୟବସାୟ କରୁଥିବା ଲକଙ୍କ ପାଇଁ ସମୟ ଖାସ୍ ରହିବ। ପରିବାରରେ ଖୁସିରେ ଲହରୀ ଦେଖିବାକୁ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଧାର୍ମିକ କାର୍ଯ୍ୟକଳାପରେ ସମୟ ଅଧିକ ଅତିବାହିତ କରିବେ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)