Shani Gochar 2025: ୩ ଦଶନ୍ଧି ପରେ ମୀନ ରାଶିକୁ ଚଳନ କରିବେ ଶନୀ, ଏହି ସବୁ ରାଶିର ବଦଳିବ ଭାଗ୍ୟ

ଯେତେବେଳେ ଏକ ଗ୍ରହ ସିଧା ଚଳନ କରେ, ଏହାକୁ ସିଧାସଳଖ ଚଳନ ବା ମାର୍ଗି ଚଳନ କୁହାଯାଏ। ସେହିପରି ଯେତେବେଳେ ଏହା ପଛକୁ ଗତି କରେ, ଏହାକୁ ବକ୍ରି ଚଳନ କୁହାଯାଏ | ତଥାପି, ଏହି ଦୁଇଟି ଗତି ୧୨ ରାଶି ଚିହ୍ନକୁ ପ୍ରଭାବିତ କରେ। ଏପରି ପରିସ୍ଥିତିରେ, ଶନିଙ୍କ ପ୍ରତ୍ୟାବର୍ତ୍ତନ ସମୟରେ କେଉଁ ରାଶିର ଚିହ୍ନ ଥିବା ଲୋକଙ୍କ ଭାଗ୍ୟ ବିଷୟରେ ଆସନ୍ତୁ ଜାଣିବା।

Prabhudatta Moharana Nov 11, 2024, 09:44 AM IST
1/3

ବୃଷ ରାଶି ଶନିଦେବଙ୍କ ବକ୍ରି ଚଳନ ଫଳରେ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବିଶେଷ ଲାଭ ହେବ। ବୃଷ ରାଶିର ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଆୟରେ ବୃଦ୍ଧି ଘଟିବ। ଆୟର ନୂଆ ପନ୍ଥା ଖୋଲିବ। ସେହିପରି ବ୍ୟବସାୟୀମାନଙ୍କ ରୋଜଗାର ବୃଦ୍ଧି ହେବ। ବ୍ୟବସାୟ ବୃଦ୍ଧି ହେବ। ନିବେଶରୁ ମୋଟାଅଙ୍କର ଲାଭ ମିଳିବ। ଏହା ସହିତ ଶନିଙ୍କ ଏହି ଚଳନ ଫଳରେ ବୃଷ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିପାରେ। 

2/3

କର୍କଟ ରାଶି ଶନିଦେବ କର୍କଟ ରାଶିର ଭାଗ୍ୟ ସ୍ଥାନରେ ଓଲଟା ଚଳନ କରିବାକୁ ଯାଉଛନ୍ତି। ଫଳରେ ଶନିଦେବ ବକ୍ରି ହେବା କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ସକରାତ୍ମକ ଫଳ ଆଣିଦେବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭାଗ୍ୟୋଦର ସମୟ। ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ବିଦ୍ୟାର୍ଥିମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଉର୍ଜା ସ୍ତର ବୃଦ୍ଧି ପାଇବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହା ସହିତ ଅଟକି ଥିବା କାର୍ଯ୍ୟ ଶେଷ ହେବ। ଋଣମୁକ୍ତ ହେବେ। ଆୟର ନୂତନ ପନ୍ଥା ଖୋଲିବ। 

3/3

ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶନିଙ୍କର ଏହି ବକ୍ରି ଚଳନ ବେଶ ଫଳପ୍ରଦ ରହିବ। କ୍ୟାରିୟରରେ ଉନ୍ନତି ହେବ। ବ୍ୟବସାୟରେ ବୃଦ୍ଧି ହେବଷ ବ୍ୟବସାୟୀମାନେ ଲାଭବାନ ହେବେ। ଚାକିରିଆଙ୍କର ପଦୋନ୍ନତି ସହିତ ଦରମା ବୃଦ୍ଧି ଯୋଗ ରହିଛି। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ମଜବୁତ ହେବ। ଋଣମୁକ୍ତ ହେବେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link