Shani Gochar 2025: ୨୦୨୫-ମାର୍ଚ୍ଚରେ ଶନିଙ୍କ ଶୁଭ ଚଳନ, ୫ ରାଶି ହେବେ ଭାଗ୍ୟବାନ୍, ବଢିବ ବ୍ୟାଙ୍କ୍ ବାଲାନ୍ସ!

Shani Gochar In March 2025: ନବଗ୍ରହଙ୍କ ମଧ୍ୟରୁ ଶନିଦେବଙ୍କୁ ସବୁଠୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ଶନିମହାରଜ, ମଣିଷକୁ ତାର କର୍ମ ଅନୁସାରେ ଫଳ ଦେଇଥାଅନ୍ତି । ଶନିଙ୍କୁ ସବୁଠୁ ମନ୍ଥର ଗ୍ରହ ବୋଲି କୁହାଯାଏ। ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଶନିଙ୍କୁ ଅଢେଇ ବର୍ଷ ସମୟ ଲାଗିଥାଏ। ଏହି କ୍ରମରେ ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ୨୦୨୫, ମାର୍ଚ୍ଚ ୨୯ ତାରିଖରେ କୁମ୍ଭରୁ ବାହାରି ମୀନ ରାଶିକୁ ଚଳନ କରିବେ। ଶନିଙ୍କ ଏହି ଶୁଭ ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ ପ୍ରକାର ସୁଖ-ସମୃଦ୍ଧି ପ୍ରାପ୍ତ କରିବା ସହିତ ଧନୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

Narmada Behera Dec 06, 2024, 08:25 AM IST
1/5

  କର୍କଟ:  ଶନିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରିବ। ବିଶେଷକରି, କର୍କଟ ରାଶିରେ ଥିବା ଶନିଙ୍କ ସାଢେ ସାତୀ କୋପରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଆୟରେ ବୃଦ୍ଧି ଘଟିବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ବ୍ୟବସାୟରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ଫଳରେ ବାଣିଜ୍ୟ -ବେପାରରୁ ଭଲ ଦ୍ବି-ପଇସା ପାଇବେ। ଯେଉଁମାନେ  ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛା ରଖିଛନ୍ତି, ସେମାନଙ୍କ ଆଶା ପୂରଣ ହେବ। ଦିର୍ଘ ଦିନଧରି ପରିବାରରେ ଚାଲିଥିବା ବିବାଦର ଅନ୍ତ ଘଟିବ। ଧାର୍ମିକ ଯାତ୍ରାରେ ଯିବେ। ଅବିବାହିତ ପୁଅ-ଝିଅଙ୍କର ବିବାହ ଯୋଗ ଫିଟିବ।   

ALSO READ:  Today Horoscope: ଆଜି ଏହିସବୁ ରାଶି ପାଇଁ ବଢିପାରେ ଅଡୁଆ ! ରୁହନ୍ତୁ ସତର୍କ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Guru Gochar 2025: ୨୦୨୫ରେ ଏହିସବୁ ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ବୃହସ୍ପତି, କର୍ମକ୍ଷେତ୍ରରେ ମିଳିବ ପଦୋନ୍ନତି ସହ...

 

2/5

ବିଛା:  ଶନିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ।  ଦିର୍ଘ ଅଢେଇ ବର୍ଷ ଧରି ଚାଲିଥିବା ଶନି ଧେୟା (Shani Dhaiya)କୋପରୁ ମୁକ୍ତି ପାଇବେ।  ଅଟକି ଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାରେ ସମର୍ଥ ହେବେ। ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଘର କିମ୍ବା ଜମି କିଣିବାର ସ୍ବପ୍ନ ସାକାର ହେବ। କ୍ୟାରିୟର ଦୃଷ୍ଟି କୋଣରୁ ସମୟ ଶୁଭ ରହିବ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ସଂସ୍ଥାରୁ ଚାକିରି ନେଇ ଫୋନ୍ କଲ କିମ୍ବା ଅଫର ଲେଟର ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହବେ। ଆର୍ଥିକ ଦେଣନେଣ ପାଇଁ ସମୟ ଭଲ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପିତା-ମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ।  

3/5

  ମକର: ଶନିମହାରାଜଙ୍କ ଶୁଭ ଦୃଷ୍ଟି ଏହି ରାଶି ଉପରେ ରହିବ। ଶନି-ସାଢେ-ସତୀ କୋପରୁ ମୁକ୍ତି ପାଇବେ ମକର ରାଶିର ଲୋକେ। ବ୍ୟବସାୟ ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବ। ଦରମା ବଢିବା ସହିତ ଆୟରେ ବୃଦ୍ଧି ହେବ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି । ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଦ୍ବି-ଗୁଣିତ ଲାଭ ପାଇବେ। ଆମଦାନୀ-ରପ୍ତାନୀ ଓ ରିୟଲି-ଇଷ୍ଟେଟ୍ ରେ ବ୍ୟବସାୟରେ ଜଡି଼ତ ଥିବା ଲୋକ ଶୁଭଫଳ ପାଇବେ।  ପରିବାର ସହିତ ଧାର୍ମିକ ଯାତ୍ରା କରିବେ। 

4/5

କୁମ୍ଭ: ଶନିଙ୍କ ଶୁଭ ଚଳନ ଏହି ରାଶି ପାଇଁ  ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ବିଦେଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ବିଦେଶରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପୁଞ୍ଜି ନିବେଶ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ନିବେଶ କଲେ ଭଲ ରିଟର୍ଣ୍ଣ ପାଇବେ। ସେୟାର ମାର୍କେଟ୍ ଓ ଲଟେରୀରୁ ଅଧିକ ଟଙ୍କା ରୋଜଗାର କରିବାକୁ ସମର୍ଥ ହେବେ। ପୈତୃକ ସମ୍ପତ୍ତିରୁ ଅଧିକ ସମ୍ପତ୍ତି ଭାଗ ପାଇବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲକ୍ଟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

5/5

ମୀନ: ମୀନ ରାଶିରେ ଶନିଙ୍କ ସିଧା ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ଚାକିରିଆ ଓ ବ୍ୟବସାୟୀ ଲାଭବାନ୍ ହେବେ। ସରକାରୀ ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବା ସହିତ ଆୟର ବଢିବ। ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବାଣିଜ୍ୟ-ବ୍ୟବସାୟରେ  ଆଶା  ଅନୁସାରେ,  ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ।   କଳା-ସାହିତ୍ୟ-ମନୋରଂଜନ, ପ୍ରଶାସନିକ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ଭଲ କାର୍ଯ୍ୟ ପାଇଁ ସଭା-ସମିତିରେ ସମ୍ମାନୀତ ହେବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖାସ୍ ରହିବ। ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link