Shani Margi 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶନିଙ୍କ ସିଧା ଚଳନ, ବଢିବ ବ୍ୟାଙ୍କ୍ ବାଲାନ୍ସ !

Shani Gochar November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନି ପ୍ରାୟ ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ୫ଟା ବାଜି ୯ ମିନିଟ୍ ସମୟରେ ସେହି ରାଶିକୁ ସିଧା ଚଳନ କରିବେ। ଶନିଙ୍କ ଏହି ସିଧା ଚଳନ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, କ୍ୟାରିୟର ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ତେବେ, ଆସନ୍ତୁ ଜାଣିବା ଶନିଦେବଙ୍କ ସିଧା ଚଳନ କେଉଁସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।...

Narmada Behera Nov 09, 2024, 09:51 AM IST
1/5

ମେଷ: ଶନିଙ୍କ ସିଧାଚଳନ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। କ୍ୟାରିୟରରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ବରିଷ୍ଠ ଅଧିକାରୀ କାର୍ଯ୍ୟକୁ ପ୍ରଶଂସା କରିବେ।  ଦରମା ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ହେବ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବ। ବାକି ପଡିଥିବା ଅର୍ଥ ଆଦାୟ କରିବେ। ପୂର୍ବ ଅପେକ୍ଷା ବ୍ୟବସାୟରେ ଲାଭ ବଢିବ।  ପାରିବାରିକ ଜୀବନ ସୁଖମୟ ହେବା ସହ ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Weekly Special Horoscope: ନୂଆ ସପ୍ତାହରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କୁ ମିଳିବ ଖୁସି ଖବର, ବ୍ୟବସାୟୀ ହେବେ ଧନବାନ୍!

2/5

ବୃଷ: ଏହି ରାଶିଙ୍କ ଭାଗ୍ୟ ଚମକାଇବେ ଶନିଦେବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘଦିନର ଆଶା ପୂରଣ ହେବ। ନୂଆ ଘର କିଣିବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଜୀବନରେ ଖୁସି ଭରିଦେବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବ। ସରକାରୀ ଚାକିରିଆଙ୍କର ପଦୋନ୍ନତିର ଯୋଗ ରହିଛି। ପ୍ରେମ ଜୀବନ ଆହୁରି ମଧୁର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ  ପ୍ରସ୍ତୁତ ହେଉଥିବା ଲୋକେ ଭଲ ରେଜଲ୍ଟ ପାଇବେ। ପିତାମାତାଙ୍କ ସହ ତିର୍ଥଯାତ୍ରା କରିବେ। 

 

3/5

କନ୍ୟା:  ଶିନଙ୍କ ସିଧା -ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ।  ବିଶେଷକରି, ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଚାକିରି ବଦଳାଇଲେ, ଶୁଭଫଳ ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ନିଜ ବାଣିଜ୍ୟ-ପ୍ରତିଦ୍ବନ୍ଦୀଙ୍କ ଠାରୁ ଆଗରେ ରହିବେ। ଆଶା ରୂପକ ବେପାରରେ ଲାଭ ମିଳିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ, ନଚେତ୍ ଶାରିରୀକ ସମସ୍ୟା ଦେଖାଦେବ। 

4/5

ତୁଳା:  ଶନିଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ରହିବ। ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ଏହି ସମୟ ମଧ୍ୟରେ ସେୟାର ବଜାରରେ ଟଙ୍କା ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ବ୍ୟବସାୟୀମାନେ ପୂର୍ବ ଅପେକ୍ଷା ଅଧିକ ଲାଭ ପାଇବେ। ପରିବାର ସହିତ କୌଣସି ସ୍ଥାନକୁ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। 

5/5

ଧନୁ: ଶନିଦେବଙ୍କ ସିଧା-ଚଳନ ଏହିରାଶିକୁ ଧନବାନ୍ କରିବ।  ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବିଦେଶରେ ବ୍ୟବସାୟ କରୁଥିବା ଲୋକେ ବ୍ୟବସାୟକୁ ବୃଦ୍ଧି କରିବାରେ ସଫଳ ହେବେ। ଯେଉଁମାନେ ଦିର୍ଘଦିନ ହେବ ଚାକିରି ଅନୁସନ୍ଧାନରେ ଅଛନ୍ତି, ସେମାନଙ୍କୁ ଚାକିରି ମିଳିବ। ଆୟରେ ବୃଦ୍ଧି ହେବା ହେତୁ ସଂଚୟ ବଢିବ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଗୁରୁଜନଙ୍କ ସମର୍ଥନ ପାଇବେ। ନିଜ ପରିବାରରେ ଚାଲିଥିବା ମତଭେଦ ଦୂର ହେବ।  

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link