Shani Nakshatra Gochar: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହିସବୁ ରାଶିର ଖୋଲିବ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ...

Shani Nakshatra Gochar: ନବଗ୍ରହଙ୍କ ମଧ୍ୟରୁ ଶନି ମହାରାଜଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନି ମଣିଷକୁ ତାର କର୍ମ ଅନୁସାରେ, ଫଳ ଦେଇଥାଆନ୍ତି। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ଏପ୍ରିଲ୍ ୨୮ ତାରିଖ ୭ଟା ୫୨ ମିନିଟ୍ ସମୟରେ ଉତ୍ତରାଭାଦ୍ରପଦା ନକ୍ଷତ୍ରକୁ ଚଳନ କରିବେ। ନ୍ୟାୟର ଦେବତାଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିଙ୍କୁ ପାଇଁ ବେଶ୍ ଶୁଭଫଳ ପ୍ରଦାନ କରିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ଆକସ୍ମିକ ଦୁର୍ଘଟଣା ଓ ଅକାଳ ମୃତ୍ୟୁରୁ ରକ୍ଷା ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କେଉଁସବୁ ରାଶିର ଭାଗ୍ୟ ଚମକାଉଛି।...

Narmada Behera Jan 29, 2025, 07:46 AM IST
1/5

ବୃଷ: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ଭାଗ୍ୟ ଉଦୟ କରିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଦିର୍ଘ ଦିନ ଧରି ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ।  ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବା ସହିତ କଠିନ ପରିଶ୍ରମର ଫଳ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ଏକ ଭଲ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ବ୍ୟବସାୟୀମାନେ  ବ୍ୟବସାୟରେ ଅଧିକ ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ।     ALSO READ:  Today Horoscope: ଆଜି କର୍ମକ୍ଷେତ୍ରରେ ଦେଖାଦେବ ବିବାଦ, ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?   ALSO READ: Magha Saptami 2025: ମାଘ ସପ୍ତମୀରେ ଦୁର୍ଲଭ ଯୋଗ, ଉଦୟ ହେବ ଏହି ୩ ରାଶିଙ୍କ ଭାଗ୍ୟ!    

2/5

ସିଂହ: ଶନିଙ୍କ କୃପାରୁ ଚମକିବ ଏହି ରାଶିର ଭାଗ୍ୟ। ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଟେନସନ୍ ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ସରାକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ଘର କିଣିବାର ସ୍ବପ୍ନ ବି ସାକାର ହେବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ।  ରିୟଲି-ଇ-ଷ୍ଟେଟ୍ ବ୍ୟବସାୟରେ ଜଡ଼ିତ ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ସରକାରୀ ଯୋଜନା ଗୁଡିକରୁ ମଧ୍ୟ ଖୁବ୍ ଫାଇଦା ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମ-ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ସମାଜରେ ମାନ-ସମ୍ମାନ ବଢିବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିବ। 

3/5

ତୁଳା: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ମାଲାମାଲ୍ କରିବ। ଦିର୍ଘ ଦିନ ଧରି ପଡିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଦେଖାଦେଇଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀ ଓ ସହଯୋଗୀ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି,ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ନିଶ୍ଚୟ ପାଇବେ। ବିଦେଶରେ ପାଠପଢିବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ଯେଉଁଥିରୁ ପ୍ରଚୁର ଟଙ୍କା ରୋଜଗାର କରିବାରେ ସମର୍ଥ ହେବେ। ବିଦେଶରେ ଚାଲିଥିବା ବ୍ୟବସାୟରୁ ମଧ୍ୟ ଆୟ ବଢିବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। 

4/5

ବିଛା: ସୂର୍ଯ୍ୟଙ୍କ ନକ୍ଷତ୍ରରେ ଶନିଙ୍କ ଚଳନ ଏ-ହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି ଆର୍ଥିକ ସ୍ଥିତି ମଜବୁତ୍ ହେବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ଯେଉଁମାନେ ଦିର୍ଘ ଦିନ ହେବ କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ପଦୋନ୍ନତି ମିଳିବ।  ଦରମାରେ ବୃଦ୍ଧି ଘଟିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ବାଣିଜ୍ୟ-ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାକୁ ସମର୍ଥ ହେବେ। ବାକି ପଡିଥିବା ଟଙ୍କାକୁ ପାଇବେ। ଯେଉଁମାନେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ରାଜନୈତିକ ବ୍ୟକ୍ତି ମାନେ ନିଜ ଦଳ ପକ୍ଷରୁ ବଡ଼ ପଦ ପାଇବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଧାର୍ମିକ ଯାତ୍ରା କରିବେ।

5/5

କୁମ୍ଭ: ଶନିଙ୍କ ନକ୍ଷେତ୍ର ଚଳନ ଏ-ହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଆୟରେ ବୃଦ୍ଧି ଘଟିବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ। ବ୍ୟବସାୟୀମାନେ କୌଣସି କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ କାରବାର ବୃଦ୍ଧି ପାଇବ। ସରାକାରୀ ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପ୍ରେମ ଜୀବନରେ ମଧୁରତା ଭରିବ।    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link