Shani Vakri 2024: ଶନିଙ୍କ ଓଲଟା ଚଳନ, ଏହି ରାଶିଙ୍କର ୫ ମାସ ପର୍ଯ୍ୟନ୍ତ ରହିବନି ଟଙ୍କାର ଅଭାବ!

Shani Vakri 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ, ନ୍ୟାୟର ଦେବତା ଶନି ମଧ୍ୟ ନିଜର ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ୧୨ଟା ୩୫ ମିନିଟ୍ ସମୟରେ ଶନିଦେବ କୁମ୍ଭ ରାଶିକୁ ପୁଣି ଥରେ ଓଲଟା ଚଳନ କରିବେ। ଜୁନ୍ ୩୦ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଶନି ଏହି ରାଶିରେ ରହିବେ। ଶନିଙ୍କ ଏହି ଓଲଟା ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। କୁହାଯାଏ କି ଶନି କୌଣସି ରାଶିର ବ୍ୟକ୍ତି ଉପରେ ସନ୍ତୁଷ୍ଟ ହେଲେ ତା ଜୀବନରେ ଥିବା ଦୁଃଖ କଷ୍ଟକୁ ଦୂର କରିଥାନ୍ତି । ତେବେ, ଆସନ୍ତୁ ଜାଣିବା ସେହି ଶନିଙ୍କ ଏହି ଓଲଟା ଚଳନ କେଉଁ ରାଶିର ଭାଗ୍ୟ ବଦଳାଉଛି।....

Narmada Behera Sat, 29 Jun 2024-9:17 am,
1/5

ମେଷ: ଶନିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ମିଳିବ। ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବା ସହିତ ପଦୋନ୍ନତିର ଯୋଗ ମଧ୍ୟ ରହିଛି। ଆୟ ବୃଦ୍ଧି ପାଇବ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କଲେ ଲାଭ ମଧ୍ୟ ପାଇବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ। 

2/5

ଧନୁ: ଧନୁ ରାଶିର ଲୋକଙ୍କ ଜୀବନରେ ଖୁସି ଆଣିଦେବେ ଶନି ମହାରାଜ୍। ଏହି ଅବଧି ମଧ୍ୟରେ ଆପଣଙ୍କ ଦିର୍ଘ ଦିନର ଆଶା ପୂରଣ ହେବ। କୌଣସି ନୂତନ ଗାଡି଼ କିଣି ପାରନ୍ତି। ଆୟ ବଢ଼ିବାର ସମ୍ଭାବନା ରହିଛି । ଦୀର୍ଘ ସମୟ ଧରି ଅଟକିଥିବା କାମ ଶେଷ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ଭଲ ପାଉଥିବା ସାଥୀଙ୍କ ସାଙ୍ଗେ ବିବାହ ମଧ୍ୟ ସ୍ଥିର ହୋଇପାରେ। ଭାଙ୍ଗି ଯାଇଥିବା ସମ୍ପର୍କ ଆଉ ଥରେ ଯୋଡି଼ ହେବାର ସମ୍ଭାବନା ରହିଛି।  ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୂରଯାତ୍ରାର ଯୋଗ ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।

 

3/5

ମକର: ମକର ରାଶିର ଲୋକଙ୍କ ଭାଗ୍ୟ ଉଦୟ କରିବେ ଶନି। ବିଶେଷ କରି, ଶନିଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ ଚାକିରିରେ ନୂଆ ସୁଯୋଗ ପାଇବେ। ଦିର୍ଘ ଦିନ ଧରି ଲାଗିଥିବା ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ। ଅଟକି ରହିଥିବା ଟଙ୍କା ପ୍ରାପ୍ତ ହେବ।  ପ୍ରତ୍ୟକ କାର୍ଯ୍ୟରେ ପରିବାରର ପୂର୍ଣ୍ଣ ସହଯୋଗ ପାଇବେ। ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିପାରନ୍ତି।  କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା ଆଶାୟୀମାନେ ଭଲ ରେଜଲ୍ଟ ପାଇବେ। 

4/5

କୁମ୍ଭ:  ଜୁଲାଇ ଆରମ୍ଭରୁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିଛି। ନୂତନ ବ୍ୟବସାୟ ଆରମ୍ଭ କଲେ ଆପଣ ଅଧିକ ଲାଭ ପାଇବେ।  ଆପଣଙ୍କର ଖର୍ଚ୍ଚ ବଢ଼ିଲେ ମଧ୍ୟ ଟଙ୍କାର ଅଭାବ ହେବ ନାହିଁ । ଚାକିରି ଖୋଜୁଥିବା ଲୋକମାନଙ୍କୁ ମନଲାଖି ଭଲ ଚାକିରି ମିଳିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବା ସହ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।

5/5

ମୀନ:  ଶନିଙ୍କ ଓଲଟା ଚଳନ ଏହି ରାଶିର ଭାଗ୍ୟ ଫିଟାଇବ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ମାନେ ଏହି ସମୟରେ ଶୁଭଫଳ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଅଧିକ ଉତ୍ସାହିତ ରହିବେ।  ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ଜୀବନସାଥୀଙ୍କ ସହ ହୋଇଥିବା ଭୁଲ୍ ବୁଝାମଣା ଦୂର ହେବ।  ଆୟ ବହୁଗୁଣିତ ହେବାର ସମ୍ଭାବନା ରହିଛି।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link