Shukra Gochar 2024: ଶୁକ୍ରଙ୍କ ଚଳନ ଆଣୁଛି ଶୁଭଯୋଗ, ଏହିଦିନରୁ ୩ରାଶିଙ୍କ ଫିଟିବ ଭାଗ୍ୟ

Shukra Gochar 2024: ଜ୍ୟୋତିଷ ଶାସ୍ତ୍ରରେ ନଅଟି ଗ୍ରହ ମଧ୍ୟରୁ ଅନ୍ୟତମ ଶୁକ୍ର ଗ୍ରହକୁ ବିଳାସପୂର୍ଣ୍ଣ ଜୀବନ, ଧନ, ସମ୍ପତ୍ତି, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ, ସଙ୍ଗୀତ, କଳା, ଗୌରବ ଏବଂ ପ୍ରସିଦ୍ଧିର କାରକ ବୋଲି ବିବେଚନା କରାଯାଏ । ଯିଏ ତୁଳା ଓ ବୃଷ ରାଶିର ସ୍ୱାମୀ ମଧ୍ୟ ଅଟନ୍ତି । ବିଶ୍ୱାସ ରହିଛି ଯେ ଯେଉଁ ମାନଙ୍କ ଉପରେ ଶୁକ୍ର ଦେବତା ଦୟାଳୁ ଅଟନ୍ତି, ସେମାନଙ୍କୁ ଜୀବନର ପ୍ରତ୍ୟେକ ସୁଖ ମିଳିଥାଏ । ବିଶେଷ କରି ଅର୍ଥର ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

Rashmita Sahoo Dec 01, 2024, 16:39 PM IST
1/5

ବୈଦିକ ପଞ୍ଚାଙ୍ଗ ଅନୁଯାୟୀ, ଶୁକ୍ର ଗ୍ରହ ୨୦୨୪ ଡିସେମ୍ବର ୨ ତାରିଖ ଦିନ ୧୨ଟା ୫ ମିନିଟରେ ମକର ରାଶିରେ ପ୍ରବେଶ କରିବେ। ଆସନ୍ତା ୨୭ ଦିନ ପର୍ଯ୍ୟନ୍ତ ସେ ସେଠାରେ ରହିବେ। ଡିସେମ୍ବର ୨ ପରେ ଶୁକ୍ର ୨୮ ତାରିଖ ରାତି ୧୧ଟା ୪୮ରେ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପରିକ୍ରମା କରିବେ।

Also Read: Top 10 Waterfall: ଓଡ଼ିଶାର ଏହି ୧୦ ଜଳପ୍ରପାତ ବୁଲନ୍ତୁ, ଶୀତଦିନେ ପରିବାର ସହ ମଜା ନିଅନ୍ତୁ

Also Read: Weekly Love Horoscope: ପ୍ରେମ ଦୃଷ୍ଟିରୁ ଆସନ୍ତା ସପ୍ତାହ ରହିବ ଅଶୁଭ, ଏହିସବୁ ରାଶି ରୁହନ୍ତୁ ସାବଧାନ!

2/5

ଏହି ୨୭ ଦିନ ମଧ୍ୟରେ ଶୁକ୍ର କିଛି ରାଶି ପ୍ରତି ଦୟାଳୁ ରହିବେ, ଯେଉଁକାରଣରୁ ଏହି ରାଶିଙ୍କୁ ବିଶେଷ ଲାଭ ମିଳିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ, ଯେଉଁମାନଙ୍କ ଉପରେ ଶୁକ୍ର ୨୭ ଦିନ ପର୍ଯ୍ୟନ୍ତ ନିଜର କୃପା ବଜାୟ ରଖିବେ ।

3/5

ଏହି ୩ ଟି ରାଶି ପାଇଁ ଶୁକ୍ରଙ୍କ ଗୋଚର ଶୁଭ ରହିବ ! ମିଥୁନ ରାଶି ମକର ରାଶିରେ ଶୁକ୍ରଙ୍କ ଗୋଚର ମିଥୁନ ରାଶିର ଲୋକଙ୍କ ପାଇଁ ବେଶ୍ ଶୁଭ ରହିବ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ, ଯାହା ଫଳରେ ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପନ୍ନ ହେବ। ବେକାର ଲୋକଙ୍କୁ ଚାକିରି ମିଳିପାରେ। ଉଭୟ ପଦବୀ ଓ ଦରମାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ବ୍ୟବସାୟୀଙ୍କ କାମରେ ବୃଦ୍ଧି ହେବ, ଖୁବଶୀଘ୍ର ବଡ଼ ଲାଭ ହୋଇପାରେ। ବ୍ୟବସାୟୀ ଓ ଦୋକାନୀମାନେ ପୁରୁଣା ନିବେଶରୁ ପ୍ରଚୁର ଲାଭ ପାଇପାରନ୍ତି।

 

4/5

ସିଂହ ରାଶି ଚାକିରି କରୁଥିବା ବ୍ୟକ୍ତିଙ୍କ କାମକୁ ସହକର୍ମୀଙ୍କ ସମ୍ମୁଖରେ ତାଙ୍କ ମାଲିକ ପ୍ରଶଂସା କରିପାରନ୍ତି, ଯାହା ସିଂହ ରାଶିର ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ। ନୂତନ ବ୍ୟବସାୟିକ ସମ୍ପର୍କ ଲାଭପ୍ରଦ ହେବ। କାମ ରେ ଉନ୍ନତି ହେବ। ହଠାତ୍ ଆର୍ଥିକ ଲାଭ ଦୋକାନୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ଅବିବାହିତ ବ୍ୟକ୍ତିମାନେ ସାଙ୍ଗମାନଙ୍କ ସହ ହିଲ୍ ଷ୍ଟେସନରେ ବୁଲିବାକୁ ଯାଇପାରନ୍ତି। ନୂତନ ଉତ୍ସରୁ ଟଙ୍କା ମିଳିବ।

5/5

ମୀନ ରାଶି ଆସନ୍ତା ୨୭ ଦିନ ପର୍ଯ୍ୟନ୍ତ ଶୁକ୍ର ମୀନ ରାଶିର ଲୋକଙ୍କ ପ୍ରତି ଦୟାଳୁ ରହିବେ। ଖୁବଶୀଘ୍ର ବ୍ୟବସାୟୀଙ୍କ ଅଟକି ରହିଥିବା କାମ ପୂରା ହୋଇପାରେ। ପ୍ରେମ ସମ୍ପର୍କରେ ରହିଥିବା ଲୋକଙ୍କ ସମ୍ପର୍କ ଜୀବନସାଥୀଙ୍କ ସହିତ ସୁଦୃଢ଼ ହେବ। ଏହି ୨୭ ଦିନ ମଧ୍ୟରେ ବୟସ୍କ ଲୋକଙ୍କୁ କୌଣସି ଋତୁକାଳୀନ ରୋଗର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଗାଡି କିମ୍ବା ଘର କିଣିବା ପାଇଁ ବ୍ୟବସାୟୀଙ୍କ ସ୍ୱପ୍ନ ଚଳିତ ବର୍ଷ ସାକାର ହୋଇପାରେ । ଦରମା ବ୍ୟତୀତ ଚାକିରି କରୁଥିବା ବ୍ୟକ୍ତି ଅନ୍ୟ କୌଣସି ଉତ୍ସରୁ ଟଙ୍କା ପାଇପାରନ୍ତି। ପାରିବାରିକ ଜୀବନ ୨୭ ଦିନ ସୁଖମୟ ରହିବ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link