Advertisement
  • Rashmita Sahoo

    Rashmita Sahoo

    Senior Sub Editor (Zee Odisha)

Stories by Rashmita Sahoo

Surya Gochar 2025: ମକର ସଂକ୍ରାନ୍ତିରୁ ପୁଷ୍ୟନକ୍ଷତ୍ରରେ ଦୁର୍ଲଭ ସଂଯୋଗ, ୫ରାଶିର ଫିଟିବ ଭାଗ୍ୟ

surya gochar 2025

Surya Gochar 2025: ମକର ସଂକ୍ରାନ୍ତିରୁ ପୁଷ୍ୟନକ୍ଷତ୍ରରେ ଦୁର୍ଲଭ ସଂଯୋଗ, ୫ରାଶିର ଫିଟିବ ଭାଗ୍ୟ

Surya Gochar 2025: ଜାନୁଆରୀ ୧୪ରେ ସୂର୍ଯ୍ୟ ପୁତ୍ର ଶନିଙ୍କ ରାଶି ମକର ରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ଏହି ପରିବର୍ତ୍ତନକୁ ବାପ-ପୁଅର ମିଳନ ଭାବରେ ବିବେଚନା କରାଯାଏ । ଏଥର ପୁଷ୍ୟନକ୍ଷତ୍ରର ଏହି ପରିବର୍ତ୍ତନ ଯୋଗୁଁ ସୂର୍ଯ୍ୟଙ୍କ ଏହି ଚଳନ ମହତ୍ତ୍ୱ ବୃଦ୍ଧି ପାଇଛି ଏବଂ ଏହା ଅତ୍ୟନ୍ତ ଶୁଭ ପ୍ରଭାବ ପ୍ରଦାନ କରିବ ବୋଲି ବିବେଚନା କରାଯାଏ । ସୂର୍ଯ୍ୟ ଧନୁ ରାଶିରେ ଥିବାରୁ ଏକ ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଥାଏ। ମକର ସଂକ୍ରାନ୍ତିରୁ ପୁଣି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ସୂର୍ଯ୍ୟଙ୍କ ଏହି ଚଳନ ସହିତ ମେଷ ଓ କନ୍ୟା ରାଶି ସମେତ ଅନେକ ରାଶିର ଭାଗ୍ୟ ବର୍ଷ ଆରମ୍ଭରେ ଉଜ୍ଜ୍ୱଳ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ୫ଟି ରାଶି ବିଷୟରେ ସବୁ କିଛି।  

Jan 4,2025, 15:25 PM IST

Hair Growth In Winter: ଶୀତଦିନେ କେଶ ଝଡୁଥିଲେ ଖାଆନ୍ତୁ ଏହିସବୁ ଫଳ ଓ ପନିପରିବା, ରହିବ ମଜଭୁତ

Hair Growth In Winter

Hair Growth In Winter: ଶୀତଦିନେ କେଶ ଝଡୁଥିଲେ ଖାଆନ୍ତୁ ଏହିସବୁ ଫଳ ଓ ପନିପରିବା, ରହିବ ମଜଭୁତ

Hair Growth In Winter: କେଶ ଆମ ମାନଙ୍କ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ । ଶୀତ ହେଉ କି ଗ୍ରୀଷ୍ମ ବା ବର୍ଷା, ଏହା ଉପରେ ଖରାପ ପ୍ରଭାବ ପକାଇଥାଏ । ଖାଇବା ଅଭ୍ୟାସଠାରୁ ଆରମ୍ଭ କରି ମାନସିକ ଚାପ ଓ ପରିବେଶ ସହିତ ଜେନେଟିକ୍ସ ପର୍ଯ୍ୟନ୍ତ କେଶ ଘନ ଓ କୋମଳ ହେବାର ଅନେକ କାରଣ ରହିଛି। ଦାମୀ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରି ଲୋକମାନେ କେଶକୁ ପୋଷଣ ଦେଇଥାନ୍ତି। ତେବେ କେଶ କେତେ ସୁସ୍ଥ ରହିପାରିବ ତାହା ଏହି ଡାଏଟ୍ ହିଁ ନିର୍ଦ୍ଧାରଣ କରିଥାଏ। ଅନେକ ବିଶ୍ୱାସ କରନ୍ତି ଯେ ପ୍ରୋଟିନ୍ ହିଁ କେଶର ସ୍ୱାସ୍ଥ୍ୟ ନିର୍ଦ୍ଧାରଣ କରିଥାଏ; ତେବେ ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍, ଚର୍ବି ଦ୍ରବଣୀୟ ଭିଟାମିନ୍, ଆଇରନ୍ ଏବଂ ବି-କମ୍ପ୍ଲେକ୍ସ ଭିଟାମିନ୍ ରହିଛି ଯାହା ଆପଣଙ୍କ କେଶର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ନିର୍ଦ୍ଧାରଣ କରିଥାଏ। ତେବେ କେବଳ ଯେ ଭଲ ବ୍ରାଣ୍ଡର ସାମ୍ପୁ କି କଣ୍ଡିସନର ନୁହେଁ ବିଭିନ୍ନ ପ୍ରକାରର ପରିବା ଓ ଫଳ ବି   

Jan 3,2025, 17:42 PM IST

Congress MLA Viral Video: ଷ୍ଟେଜରୁ ସିଧା ତଳକୁ ଗଳିପଡ଼ିଲେ କଂଗ୍ରେସ ବିଧାୟିକା, ଭେଣ୍ଟିଲେଟରରେ ଭର୍ତ୍ତି

Congress MLA Viral Video

Congress MLA Viral Video: ଷ୍ଟେଜରୁ ସିଧା ତଳକୁ ଗଳିପଡ଼ିଲେ କଂଗ୍ରେସ ବିଧାୟିକା, ଭେଣ୍ଟିଲେଟରରେ ଭର୍ତ୍ତି

Congress MLA Viral Video: କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅସ୍ଥାୟୀ ମଞ୍ଚରୁ କଂଗ୍ରେସ ବିଧାୟିକା ଉମା ଥୋମାସ ଖସି ପଡ଼ିବା ଘଟଣା ସୁରକ୍ଷା ଉଲ୍ଲଂଘନକୁ ନେଇ ଗମ୍ଭୀର ଚିନ୍ତା ବଢ଼ାଇଛି। ଡିସେମ୍ବର ୨୯ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣ ନୃତ୍ୟ ପରିବେଷଣ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୫ ଜାନୁଆରୀ ୨ ତାରିଖରେ ସାମ୍ନାକୁ ଆସିଥିବା ଏହି ଘଟଣାର ଭିଡିଓ ଫୁଟେଜରୁ ଜଣାପଡୁଛି ଯେ ଥୋମାସ ମଞ୍ଚରୁ ଖସି ପଡ଼ିବା ଫଳରେ ବିଧାୟିକା ଜଣକ ଗୁରୁତର ଆହତ ହୋଇ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ତେବେ କେମିତି ଖସିପଡ଼ିଥିଲେ ବିଧାୟିକା ଦେଖନ୍ତୁ ଭିଡିଓ।

Jan 3,2025, 13:13 PM IST

Food Blogger Death: ଘରୋଇ ଲେଡିଜ୍ ହଷ୍ଟେଲରୁ ଫୁଡ ବ୍ଲଗରଙ୍କ ମୃତଦେହ ଉଦ୍ଧାର

Food Blogger

Food Blogger Death: ଘରୋଇ ଲେଡିଜ୍ ହଷ୍ଟେଲରୁ ଫୁଡ ବ୍ଲଗରଙ୍କ ମୃତଦେହ ଉଦ୍ଧାର

Food Blogger Death: ରାଜଧାନୀର ଇନଫୋସିଟି ଥାନା ଅନ୍ତର୍ଗତ ଆଦର୍ଶ ବିହାର କଲୋନିରେ ଥିବା ଏକ ଘରୋଇ ଲେଡିଜ୍ ହଷ୍ଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୋନାଲି ସଂଘମିତ୍ରା ପରିଡ଼ା। ସେ ଜଣେ ଫୁଡ ବ୍ଲଗର୍ ଭାବେ ଜଣାଶୁଣା। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ରହୁଥିବା ରୁମର ବାଥରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୋନାଲି ସଂଘମିତ୍ରାଙ୍କ ପରିବାରଲୋକେ ଝିଅକୁ ହତ୍ୟା କରାଯାଇଥିବା ନେଇ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ନିଜ ଇନଷ୍ଟା ପେଜ ରେ ନିଜର ଅନେକ ରିଲ୍ସ ସହ ଖାଦ୍ୟର ବି ଅନେକ ଭିଡିଓ ସେୟାର କରିଛନ୍ତି।

Dec 30,2024, 19:26 PM IST

Odisha Top 5 Youtuber: ଓଡ଼ିଶାର ଚର୍ଚ୍ଚିତ ଏହି ୫ ୟୁଟ୍ୟୁବର କପଲ୍, ରିଅଲ କଣ୍ଟେଣ୍ଟ୍ ସହ ଇନକମ

Odisha Top 5 Youtuber

Odisha Top 5 Youtuber: ଓଡ଼ିଶାର ଚର୍ଚ୍ଚିତ ଏହି ୫ ୟୁଟ୍ୟୁବର କପଲ୍, ରିଅଲ କଣ୍ଟେଣ୍ଟ୍ ସହ ଇନକମ

Odisha Top 5 Youtuber: ୟୁଟ୍ୟୁବ୍ କେବଳ ଭାରତ କିମ୍ବା ଓଡ଼ିଶାରେ ଏବେ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଅନେକ ଲୋକଙ୍କ ପାଇଁ କୋଟି କୋଟି ରୋଜଗାରର ମାଧ୍ୟମ ପାଲଟିଛି । ନିଜର ରିଅଲ କଣ୍ଟେଣ୍ଟ୍ ସହ ଡେଲି ଲାଇଫ ଷ୍ଟାଇଲକୁ ନେଇ ଏବେ ପ୍ରତିଟି ଲୋକ ନିଜର ଚ୍ୟାନେଲ ଖୋଲୁଛନ୍ତି। ତେବେ ଆପଣ ଜାଣନ୍ତି କି ଓଡ଼ିଶାରେ ଏମିତି କିଛି ୟୁଟ୍ୟୁବର ଦମ୍ପତି ଅଛନ୍ତି ଯେଉଁମାନଙ୍କର ଲକ୍ଷ ଲକ୍ଷ ସବସ୍କ୍ରାଇବର ରହିବା ସହ ଫ୍ୟାନ୍ସ ଫଲୋଅର୍ସ ବି ବହୁତ। ଆଉ ଏହି ଚର୍ଚ୍ଚିତ କପଲ୍ ଏବେ କେବଳ ସୋସିଆଲ ମିଡିଆ ଇନଫ୍ଲୁଏନସର ନୁହଁନ୍ତି ବରଂ ସେଲିବ୍ରିଟିଙ୍କ ସହ ସମାନ। ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ଆଉକିଛି।   

Dec 29,2024, 14:23 PM IST

RJ Simran Video: ମୃତ୍ୟୁର କିଛି ସମୟ ପୂର୍ବରୁ RJ ସିମରନ ସେୟାର କରିଥିଲେ ଏମିତି କିଛି ଭିଡିଓ, ହେଲା ଭାଇରାଲ

RJ Simran

RJ Simran Video: ମୃତ୍ୟୁର କିଛି ସମୟ ପୂର୍ବରୁ RJ ସିମରନ ସେୟାର କରିଥିଲେ ଏମିତି କିଛି ଭିଡିଓ, ହେଲା ଭାଇରାଲ

RJ Simran Video: ଗୁରୁଗ୍ରାମରେ ପ୍ରାୟ ୭ ଲକ୍ଷ ଫଲୋଅର୍ସ ଥିବା ଜମ୍ମୁ-କଶ୍ମୀରର ଜଣେ ଲୋକପ୍ରିୟ ଫ୍ରିଲାନ୍ସର ରେଡିଓ ଜକି ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି। ଲକ୍ଷ ଲକ୍ଷ ପ୍ରଶଂସକ ଆରଜେ ସିମରନ ନାମରେ ପରିଚିତ ୨୫ ବର୍ଷୀୟ ସିମରନ ସିଂଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଜଣାପଡିଛି ଯେ ସେ ଶେଷ ଥର ପାଇଁ ଡିସେମ୍ବର ୧୩ ରେ ଏକ ରିଲ୍ ପୋଷ୍ଟ କରିଥିଲେ । ଭଡ଼ା ରେ ଥିବା ଗୁରୁଗ୍ରାମ ସେକ୍ଟର ୪୭ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ସହ ରହୁଥିବା ଜଣେ ସାଙ୍ଗ ପୋଲିସକୁ ଫୋନ୍ କରିଥିଲେ। ତେବେ କଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

Dec 28,2024, 20:00 PM IST

Trending news

Read More