Surya Budh Yuti 2024: କନ୍ୟାରେ ସୂର୍ଯ୍ୟ-ବୁଧଙ୍କ ଗୋଚର, ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ଦିନ!

Surya Budh Yuti 2024: ନବଗ୍ରହଙ୍କ ମଧ୍ୟରୁ ସୂର୍ଯ୍ୟଙ୍କ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ସୂର୍ଯ୍ୟଙ୍କୁ ପ୍ରାଣର କାରକ ବୋଲି ବିବେଚନା କରାଯାଏ। ଏ-ହି କ୍ରମରେ ସୂର୍ଯ୍ୟଦେବ ଚଳିତ ମାସ ୧୬ ତାରିଖରେ ସକାଳ ୭ଟା ୫୨ ମିନିଟ୍ ସମୟରେ କନ୍ୟା ରାଶିକୁ ଚଳନ କରିବେ। ଦିର୍ଘ ମାସେ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ସେହି ରାଶିର ଅବସ୍ଥାନ କରିବେ। ସେପଟେ କନ୍ୟାକୁ ଅକ୍ଟୋବର ୧୦ରେ ରେ ବୁଧଙ୍କ ଆଗମନ ହେବ। ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରିବ। ଯଦି ଜାତକରେ ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ରୁହେ। ତେବେ, ବ୍ୟକ୍ତି ଜୀବନରେ ଧନୀ ଓ ସାହାସୀ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ବୁଧ କେଉଁ ସବୁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି।...

Narmada Behera Wed, 04 Sep 2024-10:15 am,
1/3

ମିଥୁନ: ସୂର୍ଯ୍ୟ- ବୁଧଙ୍କ ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ଆୟ ବଢିବ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବେ।  ବିଶେଷକରି, ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ।  ପଦୋନ୍ନତି ମିଳିବା ସହ ଦରମା ବଢିବ। ସମାଜରେ ମାନ, ସମ୍ନାନ ବୃଦ୍ଧି ପାଇବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀ ମାନଙ୍କ ପାଉଁ ସମୟ ଅତ୍ୟନ୍ତ ଖାସ୍ ରହିବ। ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Shani Shukra Yuti 2024: ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ରହିବନି ଧନର ଅଭାବ!

ALSO READ:  Subhadra Yojana 2024: ଆଜିଠାରୁ 'ସୁଭଦ୍ରା' ଯୋଜନା ପାଇଁ ଫର୍ମ ଦାଖଲ, ଜାଣନ୍ତୁ କେଉଁଠି ଓ କେମିତି କରିବେ?

2/3

କନ୍ୟା: ସୂର୍ଯ୍ୟ-ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ସହଭାଗିତା ବା ପାର୍ଟନରସିପ୍ ବ୍ୟବସାୟରୁ ଲାଭବାନ୍ ହେବେ।  ଚାକିରି କରୁଥିବା ଲୋକେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ଆୟ ବୃଦ୍ଧି ପାଇବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ। ଦୂରଯାତ୍ରାରୁ ଶୁଭଫଳ ପାଇବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

3/3

ଧନୁ:  ସୂର୍ଯ୍ୟ-ବୁଧଙ୍କ ଚଳନ ଏହି ରାଶି ପାଇଁ ଶୁଭ ଦିନ ଆଣୁଛି। ବେସରକାରୀ ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ। ଦରମା ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ବିଶେଷକରି, ଆମଦାନୀ-ରପ୍ତାନୀ ଓ  ଟେକ୍ସଟାଇଲ୍ ବୃତ୍ତିରେ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ଲଟେରୀ ଓ ସେୟାର ମାର୍କେଟ୍ ରୁ ଲାଭ ପାଇବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସିଖବର ଶୁଣିବାକୁ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link