Advertisement
Photo Details/zeeodisha/odisha2414000
photoDetails0hindi

Shani Shukra Yuti 2024: ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ରହିବନି ଧନର ଅଭାବ!

Shani Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି ମହାରାଜ୍ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଚଳିତ ମାସ ୨୮ ତାରିଖ  ଦିନ ୧୧ ଟା ୪୮ ମିନିଟ୍ ସମୟରେ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟର କାରକ  ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ ଶନି-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରିବ।  ଏ-ହି ଦୁର୍ଲଭ ସଂଯୋଗ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ତେବେ ୨୦୨୫, ଜାନୁଆରୀ ୨୫ ପର୍ଯ୍ୟନ୍ତ ଶୁକ୍ର କୁମ୍ଭରେ ରହିବେ। ତେବେ, ଆସନ୍ତୁ ଜାଣିବା ଶନି-ଶୁକ୍ରଙ୍କ ଅପୂର୍ବ ମିଳନ କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି...

1/3

ମକର: ଶନି-ଶୁକ୍ରଙ୍କ ଅପୂର୍ବ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ଏହି ଅବଧି ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ବଡ଼ ଖୁସି ଖବର ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦର ଅନ୍ତ ଘଟିବ। ପରିବାର ସହ ଦୂର ଯାତ୍ରା କରିବେ। ଆୟ ବୃଦ୍ଧି ହେଲେ ମଧ୍ୟ ବ୍ୟୟ ଅଧିକ ହେବ। ଏହି ଅବଧି ମଧ୍ୟରେ ନୂତନ ଜମି କ୍ରୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। କିନ୍ତୁ ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାପରେ ରହିବେ। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Budh Gochar 2024: ବୁଧଙ୍କ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ରହିବନି ଧନର ଅଭାବ!

2/3

କୁମ୍ଭ: ଶନି-ଶୁକ୍ରଙ୍କ କୃପାରୁ ଲାଭବାନ୍ ହେବେ  ଏ-ହି ରାଶିର ବ୍ୟକ୍ତି ବିଶେଷ। ଏ-ହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଦରମା ବଢିବା ସହ ଆୟ ବୃଦ୍ଧି ପାଇବ।  ପାର୍ଟନର-ସିପ୍ ରେ ଥିବା ବ୍ୟବସାୟୀମାନେ ଲାଭବାନ୍ ହେବେ।  ବ୍ୟବସାୟରୁ ଦ୍ବି-ଗୁଣିତ ଲାଭ ମିଳିବ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ନୂଆ ଘର କିଣିବେ। ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ରୋମାଣ୍ଟିକ୍ ଡେଟ୍ ରେ ଯିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ବିଶେଷକରି, ସଂକ୍ରମଣ ଜନିତ ରୋଗର ଶୀକାର ହୋଇପାରନ୍ତି। 

3/3

ମୀନ: ଶନି ଓ ଶୁକ୍ରଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜଳ ହେବାକୁ ଯାଉଛି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସମୟ ଅନୁକୂଳ ରହିଛି।  ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ।  ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପଦୋନ୍ନତି ମିଳିବା ସହ ଟ୍ରାନ୍ସଫର ହୋଇପାରେ। ଆଶାୟୀମାନଙ୍କୁ ଭଲ ଚାକିରି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାର। ପାରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)