ଶନିଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, କ୍ୟାରିୟରକୁ ନେଇ ଶୁଭ ଖବର ପାଇବେ ୫ ରାଶି!
Surya Shani Yuti: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ନଭେମ୍ବର ୧୯ ସକାଳ ୭ଟା ୪୦ ମିନିଟ୍ ସମୟରେ ବିଶାଖା ନକ୍ଷେତ୍ର ଛାଡି ଶନିଦେବଙ୍କ ଅନୁରାଧା ନକ୍ଷତ୍ରକୁ ଚଳନ କରିବେ। ଶନିଙ୍କ ନକ୍ଷତ୍ରରେ ସୂର୍ଯ୍ୟଦେବଙ୍କ ଚଳନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଯଦି ଜାତକ ବା ରାଶିରେ ସୂର୍ଯ୍ୟଦେବଙ୍କ ସ୍ଥିତି ମଜବୁତ୍ ଥାଏ, ତେବେ, ବ୍ୟକ୍ତି ଜଣକ କ୍ୟାରିୟରରେ ଅଗ୍ରଗତି କରିବା ସହିତ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଇ ନ ଥାଏ। ତେବେ, ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ଶନିଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।
ମେଷ: ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ସୁଦୃଢ ହେବ। କ୍ୟାରିୟରରେ ଅଗ୍ରଗତି କରିବେ। ବିଶେଷକରି, କର୍ମକ୍ଷେତ୍ରରୁ କୌଣସି ପ୍ରକାର ଶୁଭ ଖବର ମିଳିବ। ପଦୋନ୍ନତି ହେବା ସହ ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ମନ ପସନ୍ଦର ଚାକିରି ମିଳିବ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ସମୟ ମଧ୍ୟରେ ନୂତନ ଗାଡି କିମ୍ବା ଘର କିଣିବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ALSO READ: Guru Gochar 2024: ବୃହସ୍ପତି ୫ରାଶିଙ୍କୁ ଦେବେ ଶୁଭଫଳ ,କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବଢିବ ଆୟ !
କର୍କଟ: ସୂର୍ଯ୍ୟ ଓ ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଇଛି। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା କରନ୍ତୁ କୌଣସି ସଂସ୍ଥାରୁ ଭଲ ଅଫର ମିଳିବ। ବ୍ୟବସାୟୀମାନେ ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଭଲ ଲାଭ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବିଦେଶ ଯାତ୍ରା କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଦଳିବ। କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ। ପରିବାର ସହ ଧାର୍ମିକ ସ୍ଥଳକୁ ଯିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ସମୟ ଭଲ ବିତେଇବେ।
ତୁଳା: ନଭେମ୍ବର ୧୯ରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଆର୍ଥିକ ସ୍ଥିତି ଠିକ୍ ରହିବ। ବିଶେଷକରି, ପିଲାଙ୍କ କ୍ୟାରିୟରକୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ପିଲାମାନେ ପାଠପଢାରେ ଅଧିକ ମନବଳାଇବେ। ବ୍ୟବସାୟୀମାନେ, ନୂତନ ଯୋଜନାକୁ ବ୍ୟବସାୟୀରେ କାର୍ଯ୍ୟକାରୀ କରି ଭଲ ଦ୍ବି-ପଇସା ରୋଜଗାର କରିବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଶୁଭ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ବିନିଯୋଗ କଲେ ଭଲ ଲାଭ ପାଇବେ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ପରିବାରରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେବ। ଆୟ ବୃଦ୍ଧି ହେଲେ ମଧ୍ୟ ଖର୍ଚ୍ଚ ଅଧିକ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀଙ୍କ ଲାଗି ସମୟ ଶୁଭ ରହିବ। ସାଥୀଙ୍କ ପାଇଁ ଦାମୀ ଉପହାର କିଣିବେ।
ବିଛା: ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଉଜ୍ଜଳ କରିବ। ବିଶେଷ-କରି, କ୍ୟାରିୟର ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଚାକିରି ଅନୁସନ୍ଧାନରେ ଥିବା ଲୋକଙ୍କୁ କୌଣସି ସଂସ୍ଥାରୁ ଅଫର ଲେଟର କିମ୍ବା ଫୋନ୍ କଲ ଆସିବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ଦଳ ପକ୍ଷରୁ ବଡ଼ ଦାୟିତ୍ବ ମିଳିବ। କୌଣସି ସଭା-ସମିତିରେ ପ୍ରଂଶସିତ ହୋଇପାରନ୍ତି। ସମାଜରେ ମାନ-ସମାନ ବୃଦ୍ଧି ପାଇବ। ସଂଚୟ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କୁମ୍ଭ: ଏ-ହି ରାଶିଙ୍କର ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ସୂର୍ଯ୍ୟ ଓ ଶନିଙ୍କ କୃପାରୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ। ବିଶେଷକରି, ପୁରୁଣା ବିନିଯୋଗ( ଏଲଆଇସି, ବୀମା)ରୁ ଅଧିକ ଲାଭ ପାଇବେ। ଋଣ ସୁଝିବାରେ ସକ୍ଷମ ହେବେ। ପୈତୃକ ସମ୍ପତିରୁ ଭାଗ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀଙ୍କ ସମର୍ଥନ ପାଇବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)