Surya Shukra Yuti 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ ଶୁଭ ସମୟ

Surya Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଚଳିତ ମାସ ୧୬ ତାରିଖ ସକାଳ ୭ଟା ବାଜି ୪୦ ମିନିଟ୍ ସମୟରେ କନ୍ୟା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ପୂର୍ବରୁ ପ୍ରେମ, ସମ୍ପର୍କ ,ସୌନ୍ଦର୍ଯ୍ୟର କାରକ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ୨ ଗ୍ରହଙ୍କ ଅପୂର୍ବ ମିଳନ ସୂର୍ଯ୍ୟ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଜାତକ ବା ରାଶିରେ ଶୁକ୍ର ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ସମସ୍ତ ସୁଖ-ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ କେଉଁସବୁ ରାଶି ଧନବାନ୍ ହେବାକୁ ଯାଉଛନ୍ତି।....

Narmada Behera Sat, 07 Sep 2024-9:51 am,
1/5

  ମେଷ:  ସୂର୍ଯ୍ୟ ଓ ଶୁକ୍ରଙ୍କ ମିଳନ ଏ-ହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଆପଣ ଏ-କ ନୂତନ ସମ୍ପତ୍ତି କିଣିପାରିବେ । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଚେଷ୍ଟା ଜାରି ରଖନ୍ତୁ , ଆପଣ ସଫଳତା ନିଶ୍ଚେୟ ପାଇବ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ପୁରୁଣା ବିବାଦର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ।  ଏହି ସମୟରେ ଆପଣ ନୂଆ ଗାଡି କିଣିବେ। ବ୍ୟବସାୟୀମାନେ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ ନାହିଁ।   ALSO READ:  Shani Vakri 2024: କୁମ୍ଭରେ ଶନିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କ ଉଦୟ ହେବ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...   ALSO READ: Weekly Career Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଗାମୀ ସପ୍ତାହ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସହ..

2/5

ବୃଷ:  ସୂର୍ଯ୍ୟ-ଶୁକ୍ରଙ୍କ ଆର୍ଶିବାଦରୁ ଏହି ରାଶି ବ୍ୟକ୍ତି ବିଶେଷ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଏହି ଅବଧି ମଧ୍ୟରେ ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବା ସହ ଦରମା ବଢିବ। ଆୟ ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ମଧୁର ସମୟ ଅତିବାହିତ କରିବେ । ଯାହା ଫଳରେ ସମ୍ପର୍କରେ ମଧୁରତା ଆସିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ଖୁସି ରହିବ। କଠିନ ସମୟ ଦୂର ହେବ। ବିଶେଷକରି, ଆଇଟି ସେକ୍ଟରରେ କାମ କରୁଥିବା ଲୋକେ ବିଦେଶରୁ ଚାକିରି ଅଫର ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। 

3/5

ବିଛା :  ସୂର୍ଯ୍ୟ-ଶୁକ୍ରଙ୍କ ୟୁତିର ସୁପ୍ରଭାବ ଏହି ରାଶି ଉପରେ ମଧ୍ୟ ରହିବ। କାହିଁକିନା ଶୁକ୍ର ବିଛା ରାଶିର ପଞ୍ଚମ ଏବଂ ଦଶମ ଘରକୁ ନିୟନ୍ତ୍ରଣ କରେ ଏବଂ ବର୍ତ୍ତମାନ ଏହା ଆପଣଙ୍କର ତୃତୀୟ ଘରେ ଗମନାଗମନ କରିବାକୁ ଯାଉଛନ୍ତି।  ଏହି ସମୟ ମଧ୍ୟରେ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ ଏବଂ ଅଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।  ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ହେବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। 

4/5

ମିଥୁନ:  ସୂର୍ଯ୍ୟ- ଶୁକ୍ରଙ୍କ ମିଳନ ଏହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ।  ବିଶେଷକରି, କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ବିଶେଷକରି, ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ  ଏହି ସମୟ ମଧ୍ୟରେ ଭଲ ରେଜଲ୍ଚ ପାଇବେ। ବିଦେଶରେ ପାଠପଢିବା ପାଇଁ ଆଶାୟୀଙ୍କର ଆଶା ବି ପୂରଣ ହେବାକୁ ଯାଉଛି। ଯେଉଁମାନେ ଆମଦାନୀ ଓ ରପ୍ତାନୀ ବ୍ୟବସାୟରେ ଜଡି଼ତ ଅଛନ୍ତି ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ନୂତନ ବ୍ୟବସାୟ ଆରମ୍ଭ କଲେ ସେଥିରୁ ପ୍ରଚୁର ପରିମାଣର ଲାଭ ପାଇବେ।  ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ସଂକ୍ରମଣ ଜନିତ ରୋଗରେ ପୀଡି଼ତ ହୋଇପାରନ୍ତି। 

5/5

ସିଂହ: ଏହି ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଏହି ସମୟ ମଧ୍ୟରେ ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ବିଶେଷକରି ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରୁ ତାରିଫ୍ କରିବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଆୟ-ବ୍ୟୟ ସମାନ ରହିବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link