Joint Pain Symptoms: ଆଣ୍ଠୁ-ଗଣ୍ଠିର ସମସ୍ୟା ଆରମ୍ଭ ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...
Joint Pain Symptoms: କନସଲଟାଣ୍ଟ ଅର୍ଥୋପେଡିକ୍ ମନିପାଲ୍ ହସ୍ପିଟାଲ୍ ଗାଜିଆବାଦ, ଡକ୍ଟର ପ୍ରତୀକ ଗୁପ୍ତା ଗଣ୍ଠି ଯନ୍ତ୍ରଣାର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ଏହାକୁ ଅଣଦେଖା କରିବା ମହଙ୍ଗା ପଡିପାରେ। ଆସନ୍ତୁ ଜାଣିବା ଏହାର ପ୍ରାରମ୍ଭିକ ଲକ୍ଷଣ କ’ଣ ହୋଇପାରେ?
Joint Pain Symptoms: ଅନେକ ଲୋକ ଶୀତଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗନ୍ତି, ଏହାର ସବୁଠାରୁ ବଡ଼ କାରଣ ହେଉଛି ହାଡ଼ ଦୁର୍ବଳ ହୋଇଯାଏ। ଗଣ୍ଠି ଯନ୍ତ୍ରଣାର ଅନ୍ୟାନ୍ୟ କାରଣ ରହିଥାଏ ଯେପରିକି ଅଷ୍ଟିଓଆର୍ଥ୍ରାଇଟିସ୍, ବର୍ସାଇଟିସ୍ ଏବଂ କାର୍ପାଲ୍ ଟନେଲ୍ ସିଣ୍ଡ୍ରୋମ୍। ଶୀତ ଋତୁରେ ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଟାଣ ଲାଗିବା, ରକ୍ତ ପ୍ରବାହ ହ୍ରାସ ହୋଇଥାଏ। ଗଣ୍ଠି ଯନ୍ତ୍ରଣା ହେବାର ଏକ ସାଧାରଣ କାରଣ ହେଉଛି ଆର୍ଥ୍ରାଇଟିସ୍।
ଅତ୍ୟଧିକ ଥଣ୍ଡା ଆର୍ଥ୍ରାଇଟିସକୁ ଗଭୀର ଭାବରେ ପ୍ରଭାବିତ କରିଥାଏ, ଗଣ୍ଠି ଯନ୍ତ୍ରଣା ବଢ଼ିବାର ସମ୍ଭାବନା ରହିଥାଏ। କନସଲଟାଣ୍ଟ ଅର୍ଥୋପେଡିକ୍ ମନିପାଲ୍ ହସ୍ପିଟାଲ୍ ଗାଜିଆବାଦ, ଡକ୍ଟର ପ୍ରତୀକ ଗୁପ୍ତା ଗଣ୍ଠି ଯନ୍ତ୍ରଣାର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ଏହାକୁ ଅଣଦେଖା କରିବା ମହଙ୍ଗା ପଡିପାରେ। ଆସନ୍ତୁ ଜାଣିବା ଏହାର ପ୍ରାରମ୍ଭିକ ଲକ୍ଷଣ କ’ଣ ହୋଇପାରେ?
ଗଣ୍ଠି ଯନ୍ତ୍ରଣାର ପ୍ରାରମ୍ଭିକ ଲକ୍ଷଣ: ଗଣ୍ଠିରେ ଯନ୍ତ୍ରଣା ଏବଂ ଆର୍ଥ୍ରାଇଟିସ୍ ବଢ଼ିବା ବେଳେ ଗଣ୍ଠିରେ ଫୁଲା ଏବଂ ଯନ୍ତ୍ରଣା ଆରମ୍ଭ ହୋଇଥାଏ ଏବଂ ସେହି ସ୍ଥାନ ଅଧିଂକାଶ ସମୟରେ ଲାଲ୍ ପଡ଼ିଯିବା ଭଳି ମଧ୍ୟ ଦେଖା ଦେଇଥାଏ। ଗଣ୍ଠିରୁ ଶବ୍ଦ ବାହାରିବା ଆରମ୍ଭ ହୋଇଥାଏ- ଯେତେବେଳେ ଆପଣ ଉଠା-ବସା କରୁଛନ୍ତି ଗଣ୍ଠିରୁ ସେତେବେଳେ ଶବ୍ଦ ବାହାରିଥାଏ। ଏହା ଆର୍ଥ୍ରାଇଟିସ୍ ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।
ଗଣ୍ଠି ଟାଣ ହୋଇଯାଏ- ଆଣ୍ଠୁ-ଗଣ୍ଠି ଟାଣ ହୋଇଯାଏ ଏବଂ ସେଥିରେ କଠିନତାର ଅନୁଭବ ହୋଇଥାଏ। ବିଶେଷ କରି ଯେତେବେଳେ ଆପଣ ଦୀର୍ଘ ସମୟ ଧରି ବସିରୁହନ୍ତି। ଗଣ୍ଠି ଚାରିପାଖରେ ଯନ୍ତ୍ରଣା - ଆର୍ଥ୍ରାଇଟିସ୍ ଆରମ୍ଭରେ, ଗଣ୍ଠି ଚାରିପାଖରେ ଛୁଇଁଲେ ଯନ୍ତ୍ରଣା ଅନୁଭବ ହୋଇଥାଏ।
ଆର୍ଥ୍ରାଇଟିସ୍ କିପରି ହ୍ରାସ ହେବ? ଓଜନ ନିୟନ୍ତ୍ରଣ- ଆର୍ଥ୍ରାଇଟିସ୍ ଏବଂ ଏହାର କାରଣରୁ ହେଉଥିବା ଯନ୍ତ୍ରଣା ଉପରେ ଓଜନ ସିଧାସଳଖ ପ୍ରଭାବ ପକାଇଥାଏ। ବୟସ ଅନୁଯାୟୀ ଶରୀରର ଓଜନ ନିୟନ୍ତ୍ରଣ କରନ୍ତୁ। ଓଜନ ବୃଦ୍ଧି ଗଣ୍ଠି ଉପରେ ବିଶେଷ କରି ଆଣ୍ଠୁ ଏବଂ ଗଣ୍ଠି ଉପରେ ଚାପ ପକାଇଥାଏ। ବ୍ୟାୟାମ- ଅଳ୍ପ ସମୟ ପାଇଁ ହେଉ ପଛେ ପ୍ରତିଦିନ ବ୍ୟାୟାମ କରି ଗଣ୍ଠିକୁ ସକ୍ରିୟ କରିପାରିବେ। ବ୍ୟାୟାମ ମାଂସପେଶୀକୁ ମଜବୁତ କରେ ଏବଂ ହାଡ଼ ଉପରେ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖନ୍ତୁ- ଶରୀରରେ ରକ୍ତରେ ଶର୍କରା ବୃଦ୍ଧି ହାଡର ଦୁର୍ବଳ ହେବାର ଆଶଙ୍କା ବଢ଼ାଇଥାଏ। ଗଣ୍ଠିରେ ପ୍ରଦାହ ସୃଷ୍ଟି କରୁଥିବା ପ୍ରୋଟିନ୍ ବଢ଼େ ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। (Disclaimer: ଉପରୋକ୍ତ ସୂଚନା କାର୍ଯ୍ୟକାରୀ କରିବା ପୂର୍ବରୁ, ଦୟାକରି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ। Zee Odisha News ଏହି ସୂଚନାକୁ ନିଶ୍ଚିତ କରେ ନାହିଁ।)