ଶୀଘ୍ର ଛାଡ଼ନ୍ତୁ ଏହି ପାଞ୍ଚଟି ଅଭ୍ୟାସ, ନ ହେଲେ ଦୂର୍ବଳ ହେବ ଆପଣଙ୍କ ହାଡ଼

ଆମେ ଆମର ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତ ରହୁଛୁ କି ଆମେ ଆମ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିଥାଉ। ପ୍ରାୟତଃ ଆମେ ଆମର ପ୍ରତ୍ୟେକ ଦିନର ଖାଦ୍ୟଶୈଳୀ କାରଣରୁ ନିଜ ଶରୀରକୁ ଦୂର୍ବଳ କରିଥାଉ, ଆଉ କୌଣସି କାମ କରିବା ସମୟରେ ଦୁର୍ବଳ ଅନୁଭବ କରିଥାଉ। ଏହାର କାରଣ ହେଉଛି ହାଡ଼ର ଦୁର୍ବଳତା। ଏପରି ସ୍ଥିତିରେ ଆପଣଙ୍କୁ ଜଣା ରହିବା ଉଚିତ୍ ଯେ ଆପଣଙ୍କର କଣ ଭୁଲ କାରଣରୁ ଆପଣ ନିଜ ଶରୀର ପ୍ରତି ଅଣଦେଖା କରୁଛନ୍ତି। ଆସନ୍ତୁ ଜାଣିବା ପ୍ରମୁଖ କାରଣ ବିଷୟରେ...

ରୁକ୍ମଣୀ ବେହେରା Sat, 30 Apr 2022-7:22 am,
1/7

ଧୂମ୍ରପାନ ଛାଡନ୍ତୁ

ଆମ ମଧ୍ୟରୁ ଅଧିକାଂଶ ଲୋକେ ଜାଣିଛନ୍ତି ଧୂମ୍ରପାନ ଆମ ଫୁସଫୁସ୍ ପାଇଁ କେତେ ଖରାପ ପ୍ରଭାବ ପକାଏ। କିନ୍ତୁ ଏକଥା ଆପଣ ହୁଏତ ଜାଣି ନ ଥିବେ ଯେ ଧୁମ୍ରପାନ ଆପଣଙ୍କ ହାଡ଼କୁ ବି ଦୁର୍ବଳ କରିଥାଏ।

2/7

ଲୁଣର ଅତ୍ୟଧିକ ବ୍ୟବହାର

ଯଦି ଆପଣ ଲୁଣିଆ ଖାଦ୍ୟ ଖାଇବାକୁ ଅଧିକ ଭଲ ପାଆନ୍ତି ତେବେ ଏହି ଅଭ୍ୟାସ ଆପଣଙ୍କ ହାଡକୁ ଦୁର୍ବଳ କରିପାରେ। ଲୁଣରେ ସୋଡିୟମର ପରିମାଣ ବହୁତ ଅଧିକ ଥାଏ, ଯେଉଁ କାରଣରୁ ଶରୀରରୁ କ୍ୟାଲସିୟମ୍ କମିବା ଆରମ୍ଭ କରେ। ଯାହା ହାଡକୁ ଦୁର୍ବଳ କରିବାର ପ୍ରମୁଖ କାରଣ ଅଟେ।

3/7

ପର୍ଯ୍ୟାପ୍ତ ନିଦ୍ରା ନ ହେବା

ଯଦି ଆପଣ ପର୍ଯ୍ୟାପ୍ତ ସମୟ ଶୋଇ ପାରୁ ନାହାନ୍ତି ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଆପଣଙ୍କ ହାଡ଼ ଦୁର୍ବଳ ହୋଇଯାଏ। ଯଦି ଆପଣ ୭ରୁ ୮ ଘଣ୍ଟା ଶୋଇ ନଥାନ୍ତି ତେବେ ଆପଣଙ୍କ ହାଡ଼ ଦୁର୍ବଳ ହେବା ସହ ଅନେକ ରୋଗର ସମସ୍ୟା ସମ୍ମୁଖୀନ ହୋଇପାରନ୍ତି।

4/7

ଭିଟାମିନ ଡି଼ ଅଭାବ

ଅନେକ ସମୟରେ ଏମିତି କିଛି ଘର ତିଆରି ହୋଇଥାଏ ଯେଉଁଠି ସୂର୍ଯ୍ୟକିରଣ ସଠିକ୍ ଭାବରେ ପହଞ୍ଚି ପାରେ ନାହିଁ। ଯଦି ଆପଣ କୌଣସି କାରଣରୁ ଘରୁ କାମ କରୁଛନ୍ତି ଆଉ ଘରୁ ବାହାରକୁ ଯାଉନାହାନ୍ତି ତେବେ ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍ ଡି଼ ଆପଣଙ୍କ ଶରୀରକୁ ପହଞ୍ଚି ପାରେ ନାହିଁ, ଯେଉଁ କାରଣରୁ ଆପଣଙ୍କ ହାଡ଼ ଦୁର୍ବଳ ହୋଇଯାଏ। ଯଦି ପିଲାମାନେ ସଠିକ୍ ପରିମାଣରେ ସୂର୍ଯ୍ୟକିରଣ ନ ପାଆନ୍ତି ତେବେ ରିକେଟ୍ସ ( Rickets) ପରି ରୋଗର ଶିକାର ହୋଇପାରନ୍ତି।

5/7

ଅଳସୁଆ ଜୀବନଶୈଳୀ

ଯଦି ଆପଣ ଶାରୀରିକ ପରିଶ୍ରମ କମ କରୁଛନ୍ତି କିମ୍ବା ଅଳସ୍ୟପଣକୁ ଆପଣାଉଛନ୍ତି ତେବେ ମନେରଖନ୍ତୁ ଏହା ଆପଣଙ୍କ ହାଡ଼ ଦୁର୍ବଳ ହେବାର ବଡ଼ କାରଣ ଅଟେ। ଆପଣଙ୍କ ପାଇଁ ଏକ ଭଲ ଉପାୟ ହେଉଛି ପ୍ରତ୍ୟେକ ଦିନ ଚାଲିବା ଆଉ ହାଲୁକା ବ୍ୟାୟାମ କରିବା ଆପଣଙ୍କ ପାଇଁ ଲାଭଦାୟକ।

 

6/7

ହାଡ଼କୁ ଦୁର୍ବଳ କରେ ଏହି ଖରାପ ଅଭ୍ୟାସ

ଏପରି ଅନେକ ଖରାପ ଅଭ୍ୟାସ ରହିଛି ଯାହାକୁ ଆପଣ ବାରମ୍ବାର ପୁନରାବୃତ୍ତି କରୁଛନ୍ତି କିନ୍ତୁ ଆପଣଙ୍କୁ ଜଣା ନାହିଁ କି ଆପଣଙ୍କ ହାଡ ପ୍ରତି କେତେ ବିପଦ ରହିଛି। ନିଜର ଖାଦ୍ୟଶୈଳୀରେ ପରିବର୍ତ୍ତନ ହିଁ ଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିଥାଏ। ଆଜି ଆମେ ଏମିତି କିଛି ଘରୋଇ ଉପଚାର ବିଷୟରେ ଜାଣିବା।

7/7

ଆମେ ଆମର ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତ ରହୁଛୁ କି ଆମେ ଆମ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିଥାଉ। ପ୍ରାୟତଃ ଆମେ ଆମର ପ୍ରତ୍ୟେକ ଦିନର ଖାଦ୍ୟଶୈଳୀ କାରଣରୁ ନିଜ ଶରୀରକୁ ଦୂର୍ବଳ କରିଥାଉ, ଆଉ କୌଣସି କାମ କରିବା ସମୟରେ ଦୁର୍ବଳ ଅନୁଭବ କରିଥାଉ। ଏହାର କାରଣ ହେଉଛି ହାଡ଼ର ଦୁର୍ବଳତା। ଏପରି ସ୍ଥିତିରେ ଆପଣଙ୍କୁ ଜଣା ରହିବା ଉଚିତ୍ ଯେ ଆପଣଙ୍କର କଣ ଭୁଲ କାରଣରୁ ଆପଣ ନିଜ ଶରୀର ପ୍ରତି ଅଣଦେଖା କରୁଛନ୍ତି। ଆସନ୍ତୁ ଜାଣିବା ପ୍ରମୁଖ କାରଣ ବିଷୟରେ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link