ନୂଆଦିଲ୍ଲୀ: ଆଜିକାଲିର ଦିନରେ ଯୁବପିଢ଼ିଙ୍କୁ ବିବାହ ପାଇଁ କମ୍ ବୟସ ନୁହେଁ ବରଂ ଆପୋଷ ବୁଝାମଣା, ଅଣ୍ଡରଷ୍ଟାଣ୍ଡିଂ ଏବଂ କମ୍ପାଟିବିଲିଟି ଆବଶ୍ୟକ ରହୁଛି। କିନ୍ତୁ ଏକ୍ସପର୍ଟ ଆଉ ସାଇନ୍ସ ଅନୁସାରେ ଦେଖିବାକୁ ଗଲେ ବିବାହ ପାଇଁ ପୁଅ ଆଉ ଝିଅଙ୍କ ମଧ୍ୟରେ ବୟସର ଅନ୍ତର ରହିବା ଜରୁରୀ ।  ଯଦି ଦମ୍ପତିଙ୍କ ମଧ୍ୟରେ ବୟସର ଅନ୍ତର ଅଧିକ ରହିଛି, ତେବେ ତାଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡିପାରେ।ପୂର୍ବେ ବିବାହ ସମୟରେ ବୟସର ଅନ୍ତରକୁ ଅଧିକ ଗୁରୁତ୍ୱ ଦିଆଯାଉନଥିଲା। କିନ୍ତୁ ସେତେବେଳେ ଠାରୁ ଆଉ ଏବେ ବହୁତ ଆନ୍ତର ଆସିଯାଇଛି। ସମୟ ଖୁବଶୀଘ୍ର ଗତି କରୁଛି। ଆଉ ବିଶ୍ୱରେ ପ୍ରତ୍ୟେକ ମୂହୂର୍ତ୍ତରେ ପରିବର୍ତ୍ତନ ଆସୁଛି। ଲୋକଙ୍କ ଚିନ୍ତାଧାରା ସହ ଜୀବନଶୈଳିରେ ମଧ୍ୟ ପରିବର୍ତ୍ତନ ଆସିଯାଇଛି। ସାଧାରଣରେ କୁହାଯାଏ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସର ଅନ୍ତର ଯେତେ ଅଧିକ ରହିଥାଏ, ସେମାନଙ୍କୁ ତାଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଭଳି ପରିସ୍ଥିତିରେ ଅଧିକ ଅନ୍ତରରେ ବିବାହ କଲେ କପଲ୍ସଙ୍କୁ କଣ କଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ଜାଣି ରଖନ୍ତୁ।


COMMERCIAL BREAK
SCROLL TO CONTINUE READING

ସୋସାଇଟି ସବୁବେଳେ ଜଜ୍ କରେ


ବଲିଉଡରେ ଏଭଳି ଅନେକ କପଲ୍ ଅଛନ୍ତି ଯେଉଁମାନଙ୍କ ବୟସରେ ଅଧିକ ଅନ୍ତର ରହିଛି। ଆଉ ସେମାନଙ୍କ ଏଜ୍-ଗ୍ୟାପ (AGE-GAP)କୁ ନେଇ ସୋସାଇଟି ସବୁବେଳେ ଜଜ୍ କରିଥାଏ । ସେଭଳି ସାଧାରଣ ଲୋକଙ୍କୁ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନରେ ଏଭଳି ସମସ୍ୟା ସାମାନା କରିବାକୁ ପଡିଥାଏ । ଆପଣ ଅନେକ ସମୟରେ ଦେଖିଥିବେ,  ଯଦି କୌଣସି ଦମ୍ପତିଙ୍କ ମଧ୍ୟରେ ବୟସର ଅଧିକ ଅନ୍ତର ଥାଏ,ତେବେ ସେମାନଙ୍କୁ ଅଧିକାଂଶ ସମୟରେ ସୋସାଇଟି ଜଜ୍ କରିଥାଏ। କିଛି ଲୋକ ସେମାନଙ୍କ ପଛରେ ଆଲୋଚନା କରିଥାନ୍ତି, ତ ଅନେକ ଲୋକ ଗସିପ୍ ମଧ୍ୟ କରିଥାନ୍ତି ।


ପାର୍ଟନରକୁ ଦୋଷୀ ସାବ୍ୟସ୍ତ କରିବା
ଅଧିକ ବୟସ ଅନ୍ତରରେ ବିବାହ କରିଥିବା କପଲ୍ସଙ୍କ ମଧ୍ୟରେ ଏହା ସବୁଠାରୁ କମନ୍ ପ୍ରୋବଲେମ୍ । ବିବାହକୁ ନେଇ ଆଖପାଖର ଲୋକେ ବିଭିନ୍ନ ପ୍ରକାରର ଆଲୋଚନା କରିଥାନ୍ତି । ଆଉ ଅପମାନ ଭଳି କଥା କହିଥାନ୍ତି । ଏଭଳି ସ୍ଥିତିରେ ହୁଏତ ଉଭୟଙ୍କ ମଧ୍ୟରେ ବୁଝାମଣା କମିବା ସହ ଝଗଡ଼ା ବଢ଼ିପାରେ । ଏଥିସହ ପରସ୍ପରକୁ ଦୋଷ ଲଦିବା ସହ ଆପଣ ନିଜ ପାର୍ଟନ (PARTNER)କୁ ଦୋଷୀ କରିପାରନ୍ତି । ଯାହା ଅଧିକ ବୟସର ଅନ୍ତରରେ ବିବାହ କଲେ କମନ୍ ପ୍ରୋବଲେମ୍ ରହିଥାଏ ।


ଉଭୟଙ୍କ ଚିନ୍ତାଧାରା ଅଲଗା


ଯଦି ସ୍ୱାମୀ-ସ୍ତ୍ରୀ ସମ୍ପୂର୍ଣ୍ଣ ଅଲଗା ମାହୋଲରେ ବଢ଼ିଥାନ୍ତି, ତେବେ ସାଧାରଣତଃ ଉଭୟଙ୍କ ମଧ୍ୟରେ ଭାବିବା ଉଫ ବୁଝିବା ଶକ୍ତି ଅଲଗା ରହିଥାଏ । ଆଉ ଉଭୟଙ୍କ ଚିନ୍ତାଧାରା ଅଲଗା ରହିବା ସ୍ୱଭାବିକ । ଏଭଳି ସ୍ଥିତିରେ ଉଭୟଙ୍କ ମାନସିକତା ଅଲଗା ହେବା ସହ ନିଷ୍ପତ୍ତି ମଧ୍ୟ ଅଲଗା ହୋଇପାରେ । ଯଦି କୌଣସି ପ୍ରସଙ୍ଗକୁ ନେଇ ଦମ୍ପତିଙ୍କ ରାୟ ଅଲଗା ରହିଥାଏ, ତେବେ ଝଗଡ଼ା ହେବା ସାଧାରଣ କଥା ।


ସନ୍ତାନ ଜନ୍ମ ନିଷ୍ପତ୍ତି ନେଇ ଦ୍ୱନ୍ଦ


ଏଜ୍-ଗ୍ୟାପ୍ ଥିବା ଦମ୍ପତିଙ୍କ ମଧ୍ୟରେ ସନ୍ତାନ ଜନ୍ମ କରିବାକୁ ନେଇ ସମସ୍ୟା ଉପୁଜିପାରେ । କାରଣ, ଯଦି ଜଣେ ପାର୍ଟନର ସନ୍ତାନ ଚାହୁଁଥିବ, ତେବେ ଅନ୍ୟ ଜଣଙ୍କ ଚାହୁଁ ନଥାଇପାରେ । ଆଉ ସମୟ ବଢ଼ିବା ସହ ଦମ୍ପତିଙ୍କ ସନ୍ତାନ ଜନ୍ମ କରିବା ସମୟ ମଧ୍ୟ ଗଡ଼ିଯାଇଥାଏ, ଏବଂ ସମୟ ଅନୁସାରେ ଫର୍ଟିଲିଟି ମଧ୍ୟ କମ୍ ହୋଇଯାଇଥାଏ ।  ଏଭଳି ସ୍ଥିତିରେ କପଲଙ୍କ ମଧ୍ୟରୁ ଜଣେ ଯଦି ସନ୍ତାନ ପାଇଁ ରାଜି ନହୁଏ, ତେବେ ସମସ୍ୟା ଉପୁଜିପାରେ।


ଶାରୀରିକ ସମ୍ବନ୍ଧରେ ସମସ୍ୟା !
ସେକ୍ସ କମ୍ପାଟିବିଲିଟି କଥା ଯଦି ଆସେ, ତେବେ ଦମ୍ପତିଙ୍କ ବୟସରେ ଅଧିକ ଗ୍ୟାପ୍ ରହିଲେ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଏଥିରେ ପାର୍ଟନରଙ୍କ ମଧ୍ୟରେ ଯିଏବି ବଡ଼ ରହିଥାଏ ତାଙ୍କୁ ସମୟ ଅନୁସାରେ କମେଚ୍ଛାର ସାମ୍ନା କରିବାକୁ ପଡିପାରେ। ଯେଉଁଥି ଯୋଗୁଁ ଶାରୀରିକ ସମ୍ବନ୍ଧ (PHYSICAL RELATIONSHIP) କମ୍ ହେବା କାରଣରୁ ସମ୍ପର୍କ (RELATIONSHIP) ମଧ୍ୟରେ ସମସ୍ୟା ବଢ଼ିଥାଏ।